ହାଇକୋର୍ଟରେ ନିର୍ବାଚନି ଅନିୟମିତତା ମାମଲା: ଉପମୁଖ୍ୟମନ୍ତ୍ରୀ କେ. ଭି. ସିଂଦେଓଙ୍କୁ ଜରିମାନା

କଟକ,୩୧ା୧(କାର୍ତ୍ତିକ ସାହୁ): ୨୦୨୪ ନିର୍ବାଚନରେ ଅନିୟମିତତା ଅଭିଯୋଗ ନେଇ ରୁଜୁ ମାମଲାରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କୁ ହାଇକୋର୍ଟ ୨ ହଜାର ଟଙ୍କା ଜରିମାନା କରିଛନ୍ତି। ଜବାବ ଦାଖଲ ପାଇଁ ତାରିଖ ଗଡ଼ାଇ ଚାଲିବା, ନିର୍ଦ୍ଧାରିତ ସମୟରେ ଜବାବ ଦାଖଲ ନ କରିବା ସହ ଅଧିକ ସମୟ ଚାହିଁବାରୁ ହାଇକୋର୍ଟ ବିଚାରପତି ଆନନ୍ଦ ଚନ୍ଦ୍ର ବେହେରା ୨ ହଜାର ଟଙ୍କା ଜରିମାନା କରି ତାଙ୍କ ଜବାବ ଗ୍ରହଣ ନିମନ୍ତେ ଆବେଦନକୁ ଅନୁମତି ପ୍ରଦାନ କରିଛନ୍ତି। ଉକ୍ତ ଜରିମାନା ଅର୍ଥ ହାଇକୋର୍ଟ ବାର୍‌ ଆସୋସିଏଶନ କଲ୍ୟାଣପାଣ୍ଠିିରେ ଜମା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

 

Share