ନିର୍ବାଚନ କମିଶନରେ ଆମେରିକା ଟଙ୍କା

ନ୍ୟୁୟର୍କ/ନୂଆଦିଲ୍ଲୀ,୧୭।୨(ପି.ଟି./ଏଜେନ୍ସି): ଭାରତରେ ମତଦାନ ହାର ବୃଦ୍ଧି ପାଇଁ ଆମେରିକାରୁ ଆର୍ଥିକ ସହାୟତା ମିଳୁଥିଲା। ଟଙ୍କା ମିଳୁଥିବାବେଳେ ଜଣାପଡ଼ୁ ନ ଥିଲା। କିନ୍ତୁ ବନ୍ଦ ହୋଇଯିବା ପରେ ଏହି ବିଷୟ ରବିବାର ସାମ୍ନାକୁ ଆସିଛି। ନିର୍ବାଚନ କମିଶନଙ୍କୁ ମତଦାନ ବୃଦ୍ଧି ସକାଶେ ଆମେରିକା ବାର୍ଷିକ ୨୧ ନିୟୁତ ଡଲାର ସହାୟତା ଦେଇଆସୁଥିଲା। ଖର୍ଚ୍ଚକାଟ ପାଇଁ ଏହାକୁ ବନ୍ଦ କରିବାକୁ ବିଲିୟନେୟାର ଏଲନ୍‌ ମସ୍କଙ୍କ ନେତୃତ୍ୱାଧୀନ ସରକାରୀ ଦକ୍ଷତା ବିଭାଗ (ଡିଓଜିଇ) ନିଷ୍ପତ୍ତି ନେଇଛି।
ରାଷ୍ଟ୍ରପତି ଟ୍ରମ୍ପ୍‌ ଗତ ମାସରେ ସ୍ପେସ୍‌ଏକ୍ସ ସିଇଓ ମସ୍କଙ୍କୁ ଡିଓଜିଇର ମୁଖ୍ୟ ନିଯୁକ୍ତ କରିଥିଲେ। ପ୍ରଶାସନରେ ଉନ୍ନତି ଆଣିବା ଏବଂ ଅଦରକାରୀ ଖର୍ଚ୍ଚ କାଟ୍‌ କରିବା ପାଇଁ ତାଙ୍କୁ ଦାୟିତ୍ୱ ଦିଆଯାଇଛି। ବହୁକୋଟି କରଦାତାଙ୍କ ଅର୍ଥରେ ଚାଲିଥିବା ଅନେକ କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଥିବା ଡିଓଜିଇ ପକ୍ଷରୁ ଶନିବାର ଘୋଷଣା କରାଯାଇଛି। ଏହି ତାଲିକାରେ ଗଣତାନ୍ତ୍ରିକ ଏବଂ ରାଜନୈତିକ ପ୍ରକ୍ରିୟାର ବିକାଶକୁ ଅଧିକ ସୁଦୃଢ଼ କରିବା ପାଇଁ ୪୮୬ ନିୟୁତ ଡଲାର ରହିଛି। ସେଥିରେ ଭାରତରେ ଭୋଟଦାନ ହାର ପାଇଁ ୨୧ ନିୟୁତ ଡଲାର ଏବଂ ମାଲଡୋଭାରେ ସମାବେଶୀ ଓ ସହଭାଗୀ ରାଜନୈତିକ ପ୍ରକ୍ରିୟା ପାଇଁ ୨୨ ନିୟୁତ ଡଲାର ଅନ୍ତର୍ଭୁକ୍ତ। ବାଂଲାଦେଶର ରାଜନୈତିକ ଦୃଶ୍ୟପଟ୍ଟକୁ ସୁଦୃଢ଼ କରିବା ପାଇଁ ଆମେରିକା ଯୋଗାଉଥିବା ୨୯ ନିୟୁତ ଡଲାର ସହାୟତା ବାତିଲ ହୋଇଥିବାବେଳେ ନେପାଳରେ ଆର୍ଥିକ ସଂଘବାଦ ପାଇଁ ମିଳୁଥିବା ୨୦ ନିୟୁତ ଡଲାର ସହାୟତା ମଧ୍ୟ ବନ୍ଦ କରିବାକୁ ଡିଓଜିଇ ନିଷ୍ପତ୍ତି ନେଇଛି। ସେହିପରି ମୋଜାମ୍ବିକ୍‌କୁ ମିଳୁଥବା ୧୦ ନିୟୁତ ଡଲାର, କାମ୍ବୋଡ଼ିଆକୁ ୨.୩ ନିୟୁତ ଡଲାର, ପ୍ରାଗ୍‌ ସିଭିଲ୍‌ ସୋସାଇଟି ସେଣ୍ଟରକୁ ୩୨ ନିୟୁତ ଡଲାର, ଲିଙ୍ଗଗତ ସମାନତା ଏବଂ ମହିଳା ସଶକ୍ତୀକରଣ ହବ୍‌ ପାଇଁ ୪୦ ନିୟୁତ ଡଲାର, ସର୍ବିଆରେ ସରକାରୀ କ୍ରୟରେ ଉନ୍ନତି ଆଣିବାକୁ ୧୪ ମିଲିୟନ ଡଲାର ଏବଂ ଏସିଆରେ ଶିକ୍ଷା ଫଳାଫଳରେ ଉନ୍ନତି ପାଇଁ ୪୭ ନିୟୁତ ଡଲାର ସହାୟତାକୁ ବନ୍ଦ କରିଦିଆଯାଇଛି। ସୂଚନାଯୋଗ୍ୟ ବିଶ୍ୱବ୍ୟାପୀ ୟୁଏସ୍‌ଏଆଇଡି ସହାୟତାରେ ହେଉଥିବା ମାନବୀୟ କାର୍ଯ୍ୟକ୍ରମଗୁଡ଼ିକୁ ବନ୍ଦ କରିବା ପାଇଁ ଗତ ୭ ତାରିଖରେ ଟ୍ରମ୍ପ୍‌ ପ୍ରଶାସନ ଘୋଷଣା କରିଥିଲା।
ଭାରତରେ ମତଦାନ ହାର ପାଇଁ ଆମେରିକା ସହାୟତା ବନ୍ଦ କରିବା ଖବରକୁ ନେଇ ଭାଜପା ନେତା ଅମିତ୍‌ ମାଲବ୍ୟ କହିଛନ୍ତି, ଏହି ସହାୟତା ଭାରତର ନିର୍ବାଚନରେ ବାହ୍ୟ ହସ୍ତକ୍ଷେପ ଭଳି ଥିଲା। ଏଥିରୁ ଶାସକ ଦଳ ଉପକୃତ ହେଉ ନ ଥିବାବେଳେ କିଏ ଲାଭବାନ ହେଉଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।
ଡିଓଜିଇ ଭାରତକୁ ୨୧ ନିୟୁତ ଡଲାର ସହାୟତା ବାତିଲ କରିବା ଘଟଣାକୁ ନେଇ ଅର୍ଥ ମନ୍ତ୍ରଣାଳୟର ପ୍ରମୁଖ ଅର୍ଥନୈତିକ ପରାମର୍ଶଦାତା ସଞ୍ଜୀବ ସାନ୍ୟାଲ ପ୍ରଶ୍ନ ଉଠାଇଛନ୍ତି। ଭାରତରେ ମତଦାନ ହାର ବଢ଼ାଇବା ପାଇଁ ଖର୍ଚ୍ଚ ହେଉଥିବା ଏହି ଅର୍ଥ କିଏ ଗ୍ରହଣ କରୁଥିଲେ, ତାହା ସେ ଜାଣିବାକୁ ଚାହିଁଛନ୍ତି। ସେହିପରି ବାଂଲାଦେଶକୁ ମିଳୁଥିବା ୨୯ ନିୟୁତ ଡଲାର ସହାୟତାକୁ ନେଇ ସେ ପ୍ରଶ୍ନ କରିଛନ୍ତି। ୟୁଏସ୍‌ଏଆଇଡି (ଆମେରିକାର ଅନ୍ତର୍ଜାତୀୟ ବିକାଶ ସଂସ୍ଥା) ମାନବ ଇତିହାସରେ ସବୁଠୁ ବଡ଼ ଦୁର୍ନୀତି ବୋଲି ସାନ୍ୟାଲ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri