ନିର୍ବାଚନ କମିଶନରେ ଆମେରିକା ଟଙ୍କା

ନ୍ୟୁୟର୍କ/ନୂଆଦିଲ୍ଲୀ,୧୭।୨(ପି.ଟି./ଏଜେନ୍ସି): ଭାରତରେ ମତଦାନ ହାର ବୃଦ୍ଧି ପାଇଁ ଆମେରିକାରୁ ଆର୍ଥିକ ସହାୟତା ମିଳୁଥିଲା। ଟଙ୍କା ମିଳୁଥିବାବେଳେ ଜଣାପଡ଼ୁ ନ ଥିଲା। କିନ୍ତୁ ବନ୍ଦ ହୋଇଯିବା ପରେ ଏହି ବିଷୟ ରବିବାର ସାମ୍ନାକୁ ଆସିଛି। ନିର୍ବାଚନ କମିଶନଙ୍କୁ ମତଦାନ ବୃଦ୍ଧି ସକାଶେ ଆମେରିକା ବାର୍ଷିକ ୨୧ ନିୟୁତ ଡଲାର ସହାୟତା ଦେଇଆସୁଥିଲା। ଖର୍ଚ୍ଚକାଟ ପାଇଁ ଏହାକୁ ବନ୍ଦ କରିବାକୁ ବିଲିୟନେୟାର ଏଲନ୍‌ ମସ୍କଙ୍କ ନେତୃତ୍ୱାଧୀନ ସରକାରୀ ଦକ୍ଷତା ବିଭାଗ (ଡିଓଜିଇ) ନିଷ୍ପତ୍ତି ନେଇଛି।
ରାଷ୍ଟ୍ରପତି ଟ୍ରମ୍ପ୍‌ ଗତ ମାସରେ ସ୍ପେସ୍‌ଏକ୍ସ ସିଇଓ ମସ୍କଙ୍କୁ ଡିଓଜିଇର ମୁଖ୍ୟ ନିଯୁକ୍ତ କରିଥିଲେ। ପ୍ରଶାସନରେ ଉନ୍ନତି ଆଣିବା ଏବଂ ଅଦରକାରୀ ଖର୍ଚ୍ଚ କାଟ୍‌ କରିବା ପାଇଁ ତାଙ୍କୁ ଦାୟିତ୍ୱ ଦିଆଯାଇଛି। ବହୁକୋଟି କରଦାତାଙ୍କ ଅର୍ଥରେ ଚାଲିଥିବା ଅନେକ କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଥିବା ଡିଓଜିଇ ପକ୍ଷରୁ ଶନିବାର ଘୋଷଣା କରାଯାଇଛି। ଏହି ତାଲିକାରେ ଗଣତାନ୍ତ୍ରିକ ଏବଂ ରାଜନୈତିକ ପ୍ରକ୍ରିୟାର ବିକାଶକୁ ଅଧିକ ସୁଦୃଢ଼ କରିବା ପାଇଁ ୪୮୬ ନିୟୁତ ଡଲାର ରହିଛି। ସେଥିରେ ଭାରତରେ ଭୋଟଦାନ ହାର ପାଇଁ ୨୧ ନିୟୁତ ଡଲାର ଏବଂ ମାଲଡୋଭାରେ ସମାବେଶୀ ଓ ସହଭାଗୀ ରାଜନୈତିକ ପ୍ରକ୍ରିୟା ପାଇଁ ୨୨ ନିୟୁତ ଡଲାର ଅନ୍ତର୍ଭୁକ୍ତ। ବାଂଲାଦେଶର ରାଜନୈତିକ ଦୃଶ୍ୟପଟ୍ଟକୁ ସୁଦୃଢ଼ କରିବା ପାଇଁ ଆମେରିକା ଯୋଗାଉଥିବା ୨୯ ନିୟୁତ ଡଲାର ସହାୟତା ବାତିଲ ହୋଇଥିବାବେଳେ ନେପାଳରେ ଆର୍ଥିକ ସଂଘବାଦ ପାଇଁ ମିଳୁଥିବା ୨୦ ନିୟୁତ ଡଲାର ସହାୟତା ମଧ୍ୟ ବନ୍ଦ କରିବାକୁ ଡିଓଜିଇ ନିଷ୍ପତ୍ତି ନେଇଛି। ସେହିପରି ମୋଜାମ୍ବିକ୍‌କୁ ମିଳୁଥବା ୧୦ ନିୟୁତ ଡଲାର, କାମ୍ବୋଡ଼ିଆକୁ ୨.୩ ନିୟୁତ ଡଲାର, ପ୍ରାଗ୍‌ ସିଭିଲ୍‌ ସୋସାଇଟି ସେଣ୍ଟରକୁ ୩୨ ନିୟୁତ ଡଲାର, ଲିଙ୍ଗଗତ ସମାନତା ଏବଂ ମହିଳା ସଶକ୍ତୀକରଣ ହବ୍‌ ପାଇଁ ୪୦ ନିୟୁତ ଡଲାର, ସର୍ବିଆରେ ସରକାରୀ କ୍ରୟରେ ଉନ୍ନତି ଆଣିବାକୁ ୧୪ ମିଲିୟନ ଡଲାର ଏବଂ ଏସିଆରେ ଶିକ୍ଷା ଫଳାଫଳରେ ଉନ୍ନତି ପାଇଁ ୪୭ ନିୟୁତ ଡଲାର ସହାୟତାକୁ ବନ୍ଦ କରିଦିଆଯାଇଛି। ସୂଚନାଯୋଗ୍ୟ ବିଶ୍ୱବ୍ୟାପୀ ୟୁଏସ୍‌ଏଆଇଡି ସହାୟତାରେ ହେଉଥିବା ମାନବୀୟ କାର୍ଯ୍ୟକ୍ରମଗୁଡ଼ିକୁ ବନ୍ଦ କରିବା ପାଇଁ ଗତ ୭ ତାରିଖରେ ଟ୍ରମ୍ପ୍‌ ପ୍ରଶାସନ ଘୋଷଣା କରିଥିଲା।
ଭାରତରେ ମତଦାନ ହାର ପାଇଁ ଆମେରିକା ସହାୟତା ବନ୍ଦ କରିବା ଖବରକୁ ନେଇ ଭାଜପା ନେତା ଅମିତ୍‌ ମାଲବ୍ୟ କହିଛନ୍ତି, ଏହି ସହାୟତା ଭାରତର ନିର୍ବାଚନରେ ବାହ୍ୟ ହସ୍ତକ୍ଷେପ ଭଳି ଥିଲା। ଏଥିରୁ ଶାସକ ଦଳ ଉପକୃତ ହେଉ ନ ଥିବାବେଳେ କିଏ ଲାଭବାନ ହେଉଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।
ଡିଓଜିଇ ଭାରତକୁ ୨୧ ନିୟୁତ ଡଲାର ସହାୟତା ବାତିଲ କରିବା ଘଟଣାକୁ ନେଇ ଅର୍ଥ ମନ୍ତ୍ରଣାଳୟର ପ୍ରମୁଖ ଅର୍ଥନୈତିକ ପରାମର୍ଶଦାତା ସଞ୍ଜୀବ ସାନ୍ୟାଲ ପ୍ରଶ୍ନ ଉଠାଇଛନ୍ତି। ଭାରତରେ ମତଦାନ ହାର ବଢ଼ାଇବା ପାଇଁ ଖର୍ଚ୍ଚ ହେଉଥିବା ଏହି ଅର୍ଥ କିଏ ଗ୍ରହଣ କରୁଥିଲେ, ତାହା ସେ ଜାଣିବାକୁ ଚାହିଁଛନ୍ତି। ସେହିପରି ବାଂଲାଦେଶକୁ ମିଳୁଥିବା ୨୯ ନିୟୁତ ଡଲାର ସହାୟତାକୁ ନେଇ ସେ ପ୍ରଶ୍ନ କରିଛନ୍ତି। ୟୁଏସ୍‌ଏଆଇଡି (ଆମେରିକାର ଅନ୍ତର୍ଜାତୀୟ ବିକାଶ ସଂସ୍ଥା) ମାନବ ଇତିହାସରେ ସବୁଠୁ ବଡ଼ ଦୁର୍ନୀତି ବୋଲି ସାନ୍ୟାଲ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri