Posted inଜାତୀୟ

ରାହୁଲଙ୍କୁ ନିର୍ବାଚନ କମିଶନଙ୍କ କଡ଼ା ଜବାବ, କହିଲେ ମିଛକୁ ଡରେନାହିଁ…

ନୂଆଦିଲ୍ଲୀ,୧୭।୮: ରାହୁଲ ଗାନ୍ଧୀଙ୍କ ଅଭିଯୋଗ ସମ୍ପର୍କରେ ନିର୍ବାଚନ କମିଶନ ରବିବାର ଏକ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସମେତ ଅନେକ ଅଧିକାରୀ ଏଥିରେ ଉପସ୍ଥିତ ଅଛନ୍ତି।
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି, ‘ଭାରତର ସମ୍ବିଧାନ ଅନୁଯାୟୀ, ଭାରତର ପ୍ରତ୍ୟେକ ନାଗରିକ ଯିଏ ୧୮ ବର୍ଷ ବୟସ ହାସଲ କରିଛନ୍ତି, ସେ ଭୋଟର ହେବା ଉଚିତ ଏବଂ ଭୋଟ ମଧ୍ୟ ଦେବା ଉଚିତ। ଆପଣ ସମସ୍ତେ ଜାଣନ୍ତି ଯେ, ଆଇନ ଅନୁଯାୟୀ, ପ୍ରତ୍ୟେକ ରାଜନୈତିକ ଦଳ ନିର୍ବାଚନ କମିଶନରେ ପଞ୍ଜୀକରଣ ମାଧ୍ୟମରେ ଜନ୍ମଗ୍ରହଣ କରନ୍ତି। ତେବେ ନିର୍ବାଚନ କମିଶନ ସମାନ ରାଜନୈତିକ ଦଳ ମଧ୍ୟରେ କିପରି ପାର୍ଥକ୍ୟ କରିପାରିବେ ବୋଳଇ ସେ ପ୍ରଶ୍ନ କରିଛନ୍ତି।’
ସେ ଆହୁରି କହିଛନ୍ତି ଯେ ନିର୍ବାଚନ କମିଶନ ପାଇଁ କୌଣସି ବିରୋଧୀ କିମ୍ବା କୌଣସି ଦଳ ନାହିଁ। ସମସ୍ତେ ସମାନ। ଜଣେ ଯେକୌଣସି ରାଜନୈତିକ ଦଳର ହେଉନା କାହିଁକି, ନିର୍ବାଚନ କମିଶନ ନିଜର ସାମ୍ବିଧାନିକ କର୍ତ୍ତବ୍ୟରୁ ପଛକୁ ହଟିବେ ନାହିଁ।
ଜ୍ଞାନେଶ କୁମାର ଆହୁରି କହିଛନ୍ତି ଯେ ଭୋଟ ଚୋରି ଭଳି ଭୁଲ ଶବ୍ଦ ବ୍ୟବହାର ଠିକ ନୁହେଁ। ଦେଶରେ ଭାରତର ସମ୍ବିଧାନକୁ ଅପମାନିତ କରାଯାଉଛି। ତ୍ରୁଟି ସଂଶୋଧନ ପାଇଁ SIR କରାଯାଉଛି। ବିହାରରେ ସାତ କୋଟି ଭୋଟର ନିର୍ବାଚନ କମିଶନଙ୍କ ସହିତ ଅଛନ୍ତି। କେବଳ ଯେଉଁମାନଙ୍କର ନାମ ଭୋଟର ତାଲିକାରେ ଅଛି ସେମାନେ ହିଁ ଭୋଟ ଦେଉଛନ୍ତି। ନିର୍ବାଚନ କମିଶନଙ୍କ କାନ୍ଧରେ ବନ୍ଧୁକ ରଖି ଦେଶରେ ରାଜନୀତି କରାଯାଉଛି। ଜନସାଧାରଣଙ୍କୁ ଅପମାନିତ କରିବା ସମ୍ବିଧାନର ଅପମାନ।
ସୂଚନାଯୋଗ୍ୟ, କଂଗ୍ରେସ ଏମପି ରାହୁଲ ଗାନ୍ଧୀ ନିର୍ବାଚନ କମିଶନଙ୍କ ଉପରେ ଭୋଟ ଚୋରି ଏବଂ ନକଲି ଭୋଟର ତାଲିକାର ଅଭିଯୋଗ ଆଣିଛନ୍ତି। ସେ ଗଣମାଧ୍ୟମ ସହିତ ଭୋଟର ତାଲିକାର କିଛି ତଥ୍ୟ ମଧ୍ୟ ଶେୟାର କରିଛନ୍ତି। ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ଭୋଟର ତାଲିକାରେ ଅନିୟମିତତା ହୋଇଛି। ସେ କର୍ନାଟକର ଏକ ବିଧାନସଭା ନିର୍ବାଚନମଣ୍ଡଳୀର ଉଦାହରଣ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆକ୍ସନରେ ମୋଦି!

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱବ୍ୟାପୀ ଚିନ୍ତାକୁ ବୃଦ୍ଧି କରିଛି। ଗତ ୨୩ ଦିନ ଧରି ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଶତ୍ରୁତା ଲାଗି ରହିଛି।…

ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଧମକ ଦେଲା ଭାରତ, ଦମ୍‌ ଦେଖାଇଲା INS ନୀଳଗିରି

ନୂଆଦିଲ୍ଲୀ,୨୨।୩: ଭାରତ-ପ୍ରଶାନ୍ତ (ଇଣ୍ଡୋ-ପ୍ୟାସିଫିକ)ମହାସାଗରୀୟ କ୍ଷେତ୍ରରେ ଭାରତର ବଢୁଥିବା ଶକ୍ତି ଏବେ ସ୍ପଷ୍ଟ ଭାବରେ ଦେଖା ଗଲାଣି। ଭାରତୀୟ ନୌସେନାର ଉଚ୍ଚ-ପ୍ରଯୁକ୍ତି ଯୁଦ୍ଧଜାହାଜ, INS ନୀଳଗିରି, ଅଷ୍ଟ୍ରେଲିଆରେ ଚାଲିଥିବା…

Modi Govt Plan-B ଆକ୍ଟିଭ! ଇନ୍ଧନ ଯୋଗାଣ, ଜାହାଜ ପରିବହନ ସୁରକ୍ଷା ଉପରେ ଦୃଢ ମନୋଭାବ ପୋଷଣ କଲା ଭାରତ, ହର୍ମୁଜ ଷ୍ଟ୍ରେଟରେ କଡ଼ା ନଜର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଶକ୍ତି ପ୍ରତିଷ୍ଠାନ ଉପରେ ଆକ୍ରମଣ ବିଶ୍ୱ ଉତ୍ତେଜନାକୁ ଏକ ଗୁରୁତର ସ୍ତରକୁ ବୃଦ୍ଧି କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri