Posted inଜାତୀୟ

୨୦୨୨ ପର୍ଯ୍ୟନ୍ତ ବିକ୍ରି ହୋଇଛି ୧ ହଜାର ଟଙ୍କାର ନିର୍ବାଚନ ବଣ୍ଡ, ଜାଣନ୍ତୁ କେଉଁ ଦଳ ପାଇଛି କେତେ ଟଙ୍କା

ନୂଆଦିଲ୍ଲୀ,୧୫।୨: ଲୋକସଭା ୨୦୨୪ ନିର୍ବାଚନର କିଛି ମାସ ପୂର୍ବରୁ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ନିର୍ବାଚନ ବଣ୍ଡ ଯୋଜନାକୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି। ୨୦୧୬ରୁ ୨୦୨୨ ମଧ୍ୟରେ ଏହି ଯୋଜନା ଅଧୀନରେ ଦିଆଯାଇଥିବା ଅନୁଦାନର ୬୦% ରୁ ଅଧିକ ପାଇଥିବାରୁ ସୁପ୍ରିମକୋର୍ଟ ନିର୍ବାଚନ ବଣ୍ଡ ଯୋଜନାକୁ ବନ୍ଦ କରିବା ପରେ ଭାରତୀୟ ଜନତା ପାର୍ଟି(ଭାଜପା) ସବୁଠାରୁ ଅଧିକ କ୍ଷତି ସହିବାର ସମ୍ଭାବନା ରହିଛି। ଏହି ଯୋଜନା ନାଗରିକଙ୍କ ସୂଚନା ଅଧିକାରକୁ ଉଲ୍ଲଂଘନ କରୁଛି ବୋଲି କୋର୍ଟ କହିଛନ୍ତି।

ନିର୍ବାଚନ ବଣ୍ଡ ହେଉଛି ଏକ ଆର୍ଥିକ ସାଧନ ଯାହା ବ୍ୟକ୍ତି ଏବଂ ବ୍ୟବସାୟକୁ ରାଜନୈତିକ ଦଳମାନଙ୍କୁ ଅଜ୍ଞାତ ସୂତ୍ରରୁ ଦାନ କରିବାକୁ ଅନୁମତି ଦେଇଥାଏ। ସେମାନଙ୍କୁ ନଗଦ ଦାନର ବିକଳ୍ପ ଭାବରେ ୨୦୧୮ ରେ ଭାଜପା ସରକାର ଉପସ୍ଥାପନ କରିଥିଲେ। ରାଜନୈତିକ ପାଣ୍ଠିରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ଏକ ପଦକ୍ଷେପ ନେଇଥିଲେ। ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ, ୨୦୧୬ ରୁ ୨୦୨୨ ମଧ୍ୟରେ ୧୬,୪୩୭.୬୩ କୋଟି ମୂଲ୍ୟର ୨୮,୦୩୦ ନିର୍ବାଚନ ବଣ୍ଡ ବିକ୍ରି ହୋଇଛି।

ଏହି ଦାନ ପ୍ରକ୍ରିୟାରେ ଲାଭାନ୍ବିତ ହୋଇଥିବା ଦଳ ମାନଙ୍କ ମଧ୍ୟରେ ଭାଜପା ୧୦,୧୨୨ କୋଟି ସହ ପ୍ରାୟ ୬୦% ଦାନ ନେଇ ପ୍ରଥମ ସ୍ଥାନରେ ରହିଛି। ସେହିଭଳି ମୁଖ୍ୟ ବିରୋଧୀଆ ଦଳ କଂଗ୍ରେସ ୧,୫୪୭ କୋଟି ଟଙ୍କା ପାଇଛି, ଯାହା ମୋଟ ଦାନର ୧୦ ପ୍ରତିଶତ ଅଟେ। ଏହା ପଛକୁ ତୃଣମୂଳ କଂଗ୍ରେସ(ଟିଏମସି) ୮୨୩ କୋଟି ସହିତ ୮% ପାଇଛି।

ସମସ୍ତ ତଥ୍ୟକୁ ଦେଖିଲେ ଜଣାପଡେ ଯେ, ନିର୍ବାଚନୀ ବଣ୍ଡ ମାଧ୍ୟମରେ ଭାଜପାକୁ ଦିଆଯାଇଥିବା ଦାନ ତାଲିକାରେ ଥିବା ଅନ୍ୟ ୩୦ ଟି ଦଳ ତୁଳନାରେ ତିନି ଗୁଣ ଅଧିକ ରହିଛି।

ରିପୋର୍ଟ ଅନୁଯାୟୀ ସାତୋଟି ଜାତୀୟ ଦଳ ଗ୍ରହଣ କରିଥିବା ଦାନ ନିମ୍ନଲିଖିତ ଅଟେ:

ଭାଜପା:, ୧୦,୧୨୨ କୋଟି ଟଙ୍କା।
କଂଗ୍ରେସ: ୧,୫୪୭ କୋଟି ଟଙ୍କା।
ଟିଏମସି: ୮୨୩ କୋଟି ଟଙ୍କା।
ସିପିଆଇ(ଏମ):୩୬୭ କୋଟି ଟଙ୍କା।
ଏନସିପି: ୩୧ କୋଟି ଟଙ୍କା।
ବିଏସପି: ୮୫ କୋଟି ଟଙ୍କା।
ସିପିଆଇ: ୧୩ କୋଟି ଟଙ୍କା।

ନିର୍ବାଚନ ଆୟୋଗ ଅନୁଯାୟୀ ତଥ୍ୟ ଏହା ମଧ୍ୟ ଦର୍ଶାଉଛି ଯେ ୨୦୧୭ ରୁ ୨୦୨୨ ପର୍ଯ୍ୟନ୍ତ କଂଗ୍ରେସ ତୁଳନାରେ ନିର୍ବାଚନ ବଣ୍ଡ ମାଧ୍ୟମରେ ବିଜେପି ପାଞ୍ଚ ଗୁଣ ଅଧିକ ଦାନ ପାଇଛି।

ତେବେ କଳା ଟଙ୍କାକୁ ରୋକିବା ଏବଂ ରାଜନୈତିକ ଦାନରେ ସ୍ୱଚ୍ଛତା ଆଣିବା ପାଇଁ ନିର୍ବାଚନ ବଣ୍ଡ ଅଣାଯାଇଥିବାବେଳେ ସୁପ୍ରିମକୋର୍ଟ ଗୁରୁବାର କହିଛନ୍ତି ଯେ ଏହି ଉଦ୍ଦେଶ୍ୟ ଯୋଜନା ପାଇଁ ଯଥାର୍ଥ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଦାୟୀ ଭାଷଣରେ ବିଭ୍ରାନ୍ତିକର ବ୍ୟାଖ୍ୟାନକୁ ଟାର୍ଗେଟ କଲେ ରାଜୀବ କୁମାର

ନୂଆଦିଲ୍ଲୀ, ୧୮।୨: ଭାରତର ମୁଖ୍ୟ ନିର୍ବାଚନ ଆୟୋଗ (ସିଇସି)ଙ୍କର କାର୍ଯ୍ୟକାଳ ମଙ୍ଗଳବାର ଶେଷ ହେବାକୁ ଯାଉଛି। ଏହାପୂର୍ବରୁ ସୋମବାର ସେ ତାଙ୍କ ବିଦାୟୀ ଭାଷଣରେ କହିଛନ୍ତି,...

ଜ୍ଞାନେଶ କୁମାର ହେବେ ଭାରତର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ,୧୭/୨: ଭାରତର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଭାବେ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ନିଯୁକ୍ତ କରାଯାଇଛି । ସେ ବିଦାୟୀ ରାଜୀବ କୁମାରଙ୍କ ସ୍ଥାନ...

କିଛିଦିନ ପାଇଁ ନୂଆ ସିଇସି ନିଯୁକ୍ତି ପ୍ରକ୍ରିୟା ସ୍ଥଗିତ ରଖାଯାଉ: ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପରେ କାହିଁକି ଏମିତି କହିଲେ ରାହୁଲ

ନୂଆଦିଲ୍ଲୀ,୧୭।୨:ଦେଶର ନୂତନ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ନିଯୁକ୍ତି ଦେବା ପାଇଁ ସୋମବାର ଚୟନ କମିଟିର ବୈଠକ ହୋଇଛି ପିଏମଓରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ...

Qatar Emir on India Visit: ଭାରତରେ ପହଞ୍ଚିଲେ କତାରର ଅମିର: କୋଳାଗ୍ରତ କରି ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କତାରର ଅମିରଙ୍କୁ ବିମାନବନ୍ଦରରେ କୋଳାଗ୍ରତ କରି ସ୍ବାଗତ କରିଛନ୍ତି। କତାରର ଅମିର ଶେଖ ତମିମ ବିନ ହମାଦ ଅଲଥାନି ଦୁଇ...

KIIT ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଗଭୀର ଦୁଃଖ ପ୍ରକାଶ କଲା କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ

କାଠମାଣ୍ଡୁ,୧୭।୨: ଓଡ଼ିଶାର ଭୁବନେଶ୍ୱରସ୍ଥିତ KIIT ବିଶ୍ୱବିଦ୍ୟାଳୟରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏବେ ଏହି ଘଟଣାକୁ ନେଇ କାଠମାଣ୍ଡୁସ୍ଥିତ ଭାରତୀୟ...

ମହାରାଷ୍ଟ୍ର ସରକାରରେ ପୁଣି ଝଡ଼: ଏକନାଥ ଶିନ୍ଦେ ନେଲେ ବଡ଼ ନିଷ୍ପତ୍ତି

ପୁଣେ,୧୭।୨: ମହାରାଷ୍ଟ୍ରରେ ମହାୟୁତି ସରକାର ଗଠନ ହେବା ପରଠାରୁ ଏକନାଥ ଶିନ୍ଦେ ଏବଂ ଦେବେନ୍ଦ୍ର ଫଡନବିସଙ୍କ ମଧ୍ୟରେ ଶୀତଳ ଯୁଦ୍ଧ କାହାକୁ ଅଛପା ନାହିଁ। ଶିନ୍ଦେ...

ଜର୍ମାନ ରାଷ୍ଟ୍ରପତିଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ କରି ଲଗାଇଦେଲେ ବିହାର ସରକାରଙ୍କ ପ୍ରୋଫାଇଲ ଫଟୋ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ…

ବର୍ଲିିନ୍‌,୧୭।୨: ଜର୍ମାନ ରାଷ୍ଟ୍ରପତି ଫ୍ରାଙ୍କ-ୱାଲ୍ଟର ଷ୍ଟିନମିୟରଙ୍କ ଅଫିସିଆଲ ଏକ୍ସ ଆକାଉଣ୍ଟ ହ୍ୟାକ ହୋଇଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ, ହ୍ୟାକର୍ସମାନେ ରାଷ୍ଟ୍ରପତିଙ୍କ ଆକାଉଣ୍ଟର ପ୍ରୋଫାଇଲ ଫଟୋକୁ...

ଭାରତଠାରୁ ଏତିକି ଟଙ୍କାର ଋଣ ନେଇଛି ଆମେରିକା, ଜାଣିଲେ ଉଡିଜିବ ହୋସ୍‌

ଓ୍‌ବାଶିଂଟନ୍‌/ନୂଆଦିଲ୍ଲୀ,୧୭।୨: ଆପଣ ଅନେକ ଥର ଶୁଣିଥଥିବେ ଯେ ବିଶ୍ୱର ସୁପର ପାୱାର କୁହାଯାଉଥିବା ଆମେରିକା ଅନ୍ୟ ଦେଶଗୁଡ଼ିକୁ ଋଣ ଦିଏ। କିନ୍ତୁ ଏହା ସେପରି ନୁହେଁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri