ସୋସିଆଲ ମିଡିଆରେ ବଢୁଛି ନିର୍ବାଚନୀ ହାୱା

ବ୍ରହ୍ମପୁର,୧ା୫(ଅଶୋକ କୁମାର ସାହୁ): ଗଞ୍ଜାମ ଜିଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମେ ୧୩ ତାରିଖରେ ହେବ। ଏଥିପାଇଁ ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ବାତାବରଣ ଉଷ୍ମ ହୋଇପଡିଛି। ଚଳିତ ନିର୍ବାଚନରେ ସୋସିଆଲ ମିଡିଆ ତଥା ଡିଜିଟାଲ ପ୍ଲାଟଫର୍ମ ଉପରେ ବିଭିନ୍ନ ଦଳ ଓ ପ୍ରାର୍ଥୀମାନେ ଗୁରୁତ୍ୱ ଦେଉଛନ୍ତି। ଫେସ୍‌ବୁକ, ଇନଷ୍ଟାଗ୍ରାମ, ୟୁଟ୍ୟୁବ, ହ୍ବାଟ୍ସଆପ ଆଦି ସୋସିଆଲ ମିଡିଆ ଖୋଲୁ ଖୋଲୁ ଆସୁଛି ନିର୍ବାଚନୀ ହାୱା। ବିରୋଧାଭାସଠାରୁ ଆରମ୍ଭ କରି ପ୍ରଚାର, ମିଶ୍ରଣ ପର୍ବ ଏବଂ ଭୋଟର କାହାକୁ ଭୋଟ ଦେବେ, କେଉଁ ଦଳର ପ୍ରଭାବ ରହିଛି ତାହା ଦେଖିବାକୁ ମିଳୁଛି।

ଚଳିତ ନିର୍ବାଚନରେ ଡିଜିଟାଲ ପ୍ଲାଟଫର୍ମ ନେତାଙ୍କ ବିଭିନ୍ନ କାର୍ଯ୍ୟକ୍ରମର ପ୍ରସାର ପାଇଁ ଭଲ ମାଧ୍ୟମ ହୋଇଛି। ଏହା ଉପରେ ନେତାମାନେ ଭରସା କରି ଲୋକସମର୍ଥନ ଯୋଗାଡ କରିବାରେ ବ୍ୟସ୍ତ ରହୁଛନ୍ତି। କାର୍ଯ୍ୟକ୍ରମଗୁଡିକୁ ଡିଜିଟାଲ ପ୍ଲାଟଫର୍ମରେ ଛାଡ଼ିବା ପାଇଁ ଲାଇନ ଲାଗୁଛି।

ଯୁବବର୍ଗ ଡିଜିଟାଲ ପ୍ଲାଟଫର୍ମରେ ଅଭ୍ୟସ୍ତ ହୋଇଥିବାବେଳେ ସେମାନଙ୍କୁ ସବୁ ଦଳ ଆକୃଷ୍ଟ କରିବାକୁ ପ୍ରୟାସ କରୁଛନ୍ତି। ଏପରକି ବିଭିନ୍ନ ଦଳ ପକ୍ଷରୁ ଫୋନ କଲ ବି ଆସୁଛି। ଲୋକଙ୍କୁ ନାନା ପ୍ରତିଶ୍ରୁତି ଦେଇ ପ୍ରାର୍ଥୀମାନେ ଭୋଟଭିକ୍ଷା କରୁଛନ୍ତି। ଯେ କୌଣସି କାର୍ଯ୍ୟକ୍ରମ ଦେଖିଲେ ସେଥିରେ ଦଳୀୟ ବିଜ୍ଞାପନଗୁଡିକ ଆସୁଛି। ନିର୍ବାଚନ ମଇଦାନରେ କାହାର କେତେ ଦମ ଅଛି ସେଥିରେ ଦର୍ଶାଯାଉଛି। ଯୁବପିଢ଼ିଙ୍କୁ ଆଲୋଚନାର ଖୋରାକ ଯୋଗାଇବା ପାଇଁ ଏହା ଏକ ମାଧ୍ୟମ ପାଲଟିଛି। ଏ ସଂକ୍ରାନ୍ତରେ ସ୍ତମ୍ଭକାର ଭାଲଚନ୍ଦ୍ର ଷଡଙ୍ଗୀ କହିଛନ୍ତି, ଚଳିତ ନିର୍ବାଚନରେ ଡିଜିଟାଲକରଣକୁ ଗୁରୁତ୍ୱ ଦିଆଯାଉଥିବା ଦେଖିବାକୁ ମିଳୁଛି। ସୋସିଆଲ ମିଡିଆରେ ଲୋକଙ୍କ ନିକଟତର ହେବା ସହଜ ହୋଇଯାଇଛି। ତେଣୁ ବିଭିନ୍ନ ଦଳ ଓ ନେତା ଏହାକୁ ବାଛି ନେଉଛନ୍ତି। ଫେସବୁକ, ୟୁଟ୍ୟୁବ ଚ୍ୟାନେଲ, ଟ୍ବିଟର ଆକାଉଣ୍ଟ ଭଳି ଡିଜିଟାଲ ପ୍ଲାଟଫର୍ମରେ ଲୋକଙ୍କ ନିକଟତର ହେବା ଅତି ସହଜ। ପ୍ରତ୍ୟେକ ଦଳ ଓ ବ୍ୟକ୍ତିବିଶେଷଙ୍କ ସ୍ବତନ୍ତ୍ର ଡିଜିଟାଲ ସେଲ ବି ରହିଛି। ଯେଉଁ ଛୋଟ ଦଳ କିମ୍ବା ସ୍ବାଧୀନ ପ୍ରାର୍ଥୀଙ୍କ ଏହି ସେଲ ନ ଥିଲେ ବି ଏଥିରେ ସେମାନେ ନିଜକୁ ସାମିଲ କରିବାକୁ ଚେଷ୍ଟା କରୁଛନ୍ତି। ନିଜ ପ୍ରଚାର ସହିତ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଦାରେ ପକାଇବା ପାଇଁ ଏହାକୁ ବ୍ୟବହାର କରାଯାଉଛି। ଡିଜିଟାଲକରଣ ନିର୍ବାଚନରେ ଗୁରୁତ୍ୱ ରଖୁଥିବା ଏଥିରୁ ସ୍ପଷ୍ଟ ହୋଇଛି ବୋଲି ଷଡ଼ଙ୍ଗୀ କହିଥିଲେ। ଭାଜପା ନେତା କାହ୍ନୁ ଚରଣ ପତି କହିଛନ୍ତି, ସୋସିଆଲ ମିଡିଆରେ ଲୋକଙ୍କ ନିକଟତର ହେବା ସହଜ ହେଉଥିବାରୁ ଡିଜିଟାଲକରଣ ନିର୍ବାଚନରେ ଗୁରୁତ୍ୱ ରଖୁଛି। ତେଣୁ ସମସ୍ତ ଦଳ, ନେତା ଓ ପ୍ରାର୍ଥୀମାନେ ତାହାକୁ ଆପଣଉଛନ୍ତି ବୋଲି କହିଥିଲେ। ସେହିପରି ସବୁ ନିର୍ବାଚନୀ ଖବର ଏବେ ମୋବାଇଲ ଫୋନରେ ଆସିଯାଉଛି ବୋଲି ଗୋଷାଣୀ ନୂଆଗାଁ ଅଞ୍ଚଳର ଯୁବ ଭୋଟର
ବସନ୍ତ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଡ଼ିଛୁଆଁ, ପ୍ରବେଶ ଉତ୍ସବର ଶୁଭାରମ୍ଭ କଲେ ପାଟଣା ବିଧାୟକ

ପାଟଣା,୪ା୪(ବୀରକିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଛି। ଏହି ଅବସରରେ ଶନିବାର କେନ୍ଦୁଝର ଜିଲା ପାଟଣା ବ୍ଲକସ୍ତରୀୟ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ପାଟଣା ମୁଖ୍ୟାଳୟ…

ମୁଖ୍ୟ ବଜାରରେ ବୋମାମାଡ଼ : ଭୁବନେଶ୍ୱରରୁ ବନ୍ଧା ହେଲେ ୫

ଚିକିଟି, ୪ା୪(ପ୍ରକାଶ ଚନ୍ଦ୍ର ସାହୁ ): ବ୍ରହ୍ମପୁର ପୋଲିସ ଜିଲା କେ. ନୂଆଗାଁ ଥାନା ଚିକିଟିପେଣ୍ଠ ମୁଖ୍ୟ ବଜାରରେ ଗତ ମଙ୍ଗଳବାର ରାତି ସାଢେ ୮ଟାରେ ହୋଇଥିବା…

କଂଗ୍ରେସ ନେତା ଶଶି ଥରୁରଙ୍କ କନଭଏ ଉପରେ ଆକ୍ରମଣ, ବନ୍ଧୁକଧାରୀ ସହ ଡ୍ରାଇଭର ଆହତ

ଥିରୁଭାନନ୍ତପୁରମ,୪।୪: କଂଗ୍ରେସ ଏମପି ଶଶି ଥରୁରଙ୍କ ବନ୍ଧୁକଧାରୀ ଏବଂ ଡ୍ରାଇଭରଙ୍କ ଉପରେ ଆକ୍ରମଣ ସମ୍ପର୍କିତ ଏକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା କେରଳର ୱାଣ୍ଡୁର ଅଞ୍ଚଳରେ…

ମେଡିକାଲ ଯାଇଥିଲେ ମା’ ବାପା: ଫେରିଲା ବେଳକୁ ୧୩ ବର୍ଷର ପୁଅକୁ ମାରି ଟାଙ୍ଗିଦେଇଛି…

କଳିଙ୍ଗନଗର,୪ା୪(ଶୁଭାଶିଷ ରାଉତ): ଯାଜପୁର ଜିଲା କଳିଙ୍ଗନଗର ଥାନା ଅନ୍ତର୍ଗତ ବାରାଖାଇ ଗ୍ରାମରେ ପୂର୍ବ ଶତ୍ରୁତାରୁ ଜଣେ ନାବାଳକଙ୍କୁ ଶୁକ୍ରବାର ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ…

ଦରକାର ଥିଲା ପୁଅ, ସ୍ତ୍ରୀ ପେଟରେ ଝିଅ ଥିବା ଜାଣି ଏମିତି କାଣ୍ଡ ଘଟାଇଲେ ସ୍ବାମୀ

ହାଇଦ୍ରାବାଦ,୪।୪: ତେଲେଙ୍ଗାନାର ହନମକୋଣ୍ଡାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଆଝାରୁଦ୍ଦିନ ନାମକ ଜଣେ ବ୍ୟକ୍ତି ତାଙ୍କ ଗର୍ଭବତୀ ପତ୍ନୀ ଏବଂ ଦୁଇ ଝିଅଙ୍କୁ…

କେନାଲରୁ ମିଳିଲା ଶୁଭଲକ୍ଷ୍ମୀଙ୍କ ମୃତଦେହ, ହତ୍ୟା ସନ୍ଦେହ, ପଡ଼ୋଶୀ ଘରକୁ ପଶିଲା ସନ୍ଧାନୀ କୁକୁର

ରାଜନଗର, ୪ା୪(ଭାସ୍କର ରାଉତରାୟ): ନିଖୋଜ ଥିବା ଶୁଭଲକ୍ଷ୍ମୀଙ୍କ ମୃତଦେହ ଶୁକ୍ରବାର କେନାଲରୁ ମିଳିଛି। ଗାଁ ନିକଟ କେନାଲରେ ଖୋଜାଖୋଜି ପୂର୍ବରୁ ମୃତଦେହ ଭାସି ଆସିଥିବା ଦେଖିବାକୁ ମିଳିଥିଲା।…

ଶେଷ ହେବ ନାହିଁ ଯୁଦ୍ଧ? ଚିନ୍ତାରେ ପଡ଼ିଲାଣି ଆମେରିକା, ବଢାଇପାରେ ଡିଫେନ୍ସ ବଜେଟ

ଓ୍ବାଶିଂଟନ,୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ୩୬ ତମ ଦିନରେ ପହଞ୍ଚିଛି। ନିରନ୍ତର ଆକ୍ରମଣ ଏବଂ ପ୍ରତିଶୋଧମୂଳକ ଆକ୍ରମଣ ମଧ୍ୟରେ, ପରିସ୍ଥିତି କ୍ରମଶଃ…

ଗଛ କାଟୁଥିବା ବେଳେ ଉପରେ ପଡିଗଲା ଡାଳ; ୨୦ ଫୁଟ ଉପରେ ଝୁଲି ରହିଲେ ଯୁବକ, ତାପରେ…

ଉଦଳା,୪।୪(ସନ୍ତୋଷ କୁମାର ବାଛିନୀ): କପ୍ତିପଦା ଥାନା କଟୁରିଆ ଗ୍ରାମରେ ଅଭାବନୀୟ ଘଟଣା । ଗଛ ଉପରେ ଚଢ଼ି ଡାଳ କାଟୁଥିବା ବେଳେ ଉପରେ ପଡିଗଲା ଆଉ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri