ବରଗଡ଼,୧ା୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଖୁଣ୍ଟପାଲି ପଞ୍ଚାୟତର ଗଞ୍ଝିଆଟିକ୍ରାରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ବୃଦ୍ଧ ଦମ୍ପତି ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ମୃତକମାନେ ହେଲେ, କିରଟି ପ୍ରଧାନ (୬୫) ଏବଂ ସ୍ତ୍ରୀ ଶାନ୍ତି (୬୦) । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ତେବେ ସାନପୁଅର ମୃତ୍ୟୁରେ ଭାଙ୍ଗିପଡ଼ି ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ପରିବାର ଲୋକେ ଅନୁମାନ କରୁଛନ୍ତି। ଗତବର୍ଷ ମୃତ ବୃଦ୍ଧ ଦମ୍ପତିଙ୍କ ସାନ ପୁଅଙ୍କ ମୃତ୍ୟୁ ହୋଇଥିଲା। ସେହିଦିନଠାରୁ ସେମାନେ ସବୁବେଳେ ମୃତପୁଅକୁ ମନେ ପକାଇ ଚିନ୍ତିତ ରହୁଥିଲେ ବୋଲି ପରିବାର ଲୋକେ କହିଛନ୍ତି।