ଚାଲିଛି ଯୁଦ୍ଧ: ସେନାବାହିନୀରେ କାର୍ଯ୍ୟରତ ବଡ଼ପୁଅ, ସାନପୁଅ: ୨ଭାଇଙ୍କ ପାଇଁ ପରିବାର ଗର୍ବିତ

ବରଗଡ଼, ୧୧।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନଂ-୨ କାଳୀ ମନ୍ଦିର ପଡ଼ାର ସ୍ବର୍ଗତ ଝୁନୁ ପ୍ରଧାନ ଓ କବି ପ୍ରଧାନଙ୍କ ବଡ଼ପୁଅ ରଞ୍ଜନ ଏବଂ ସାନପୁଅ ନିଲାଞ୍ଚଳ ଭାରତୀୟ ସେନାବାହିନୀରେ କାର୍ଯ୍ୟରତ। ସେମାନେ ନିଜର କର୍ତ୍ତବ୍ୟ ଏବଂ ଦାୟିତ୍ୱ ନିର୍ବାହ କରୁଛନ୍ତି। ତେବେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଉଭୟ ଭାଇଙ୍କ ସମେତ ଦେଶର ସଫଳତା ପାଇଁ ଘରେ ଗତ ୮ଦିନ ହେଲା ପୂଜାପାଠ ଚାଲିଥିଲା। ଯୁଦ୍ଧ ସ୍ଥିତିକୁ ନେଇ ପରିବାର ଲୋକେ ଆଦୌ ବିଚଳିତ ନୁହଁନ୍ତି, ବରଂ ବହୁତ ଗର୍ବ ଅନୁଭବ କରୁଛନ୍ତି ବୋଲି ମଝିଆ ଭାଇ ସିଲୁ କହିଛନ୍ତି।
୨୦୧୩ ମସିହାରୁ ସେ ସେନାବାହିନୀରେ ଯୋଗଦେଇଥିବା ନିଲାଞ୍ଚଳ ଶ୍ରୀନଗର କୁପୁକୁଡ଼ା ଏଏମସି(ଆର୍ମି ମେଡ଼ିକାଲ କ୍ରୋପ୍‌)ରେ କାର୍ଯ୍ୟରତ ଅଛନ୍ତି। ଏଠାରେ ତାଙ୍କ ସ୍ତ୍ରୀ ସୁନୀତା ଏବଂ ଶିଶୁପୁତ୍ର ନିଶାନ୍‌(୩ବର୍ଷ) ଅଛନ୍ତି। ଗତ ଡିସେମ୍ବର ମାସରେ ଧନୁଯାତ୍ରା ଚାଲିଥିବାବେଳେ ଦେଢ଼ମାସର ଛୁଟି ନେଇ ସେ ଘରକୁ ଆସିଥିଲେ। ପୁଣି ଆସିବା ପାଇଁ ସେ ଛୁଟି ମାଗିଥିଲେ ଏବଂ ଶନିବାର(୧୦।୫।୨୦୨୫) ଘରକୁ ଆସିବାର ଥିଲା। ମାତ୍ର ଭାରତ-ପାକିସ୍ଥାନ ଉତ୍ତେଜନା ମଧ୍ୟରେ ତାଙ୍କ ଛୁଟି ବାତିଲ୍‌ ହୋଇ ଯାଇଥିଲା। ଗତ ୪ଦିନ ତଳେ ସୀମାବର୍ତ୍ତୀ ଅଞ୍ଚଳରେ ଉଡ଼ୁଥିବା ପାକିସ୍ଥାନ ଝଣ୍ଡାକୁ ଓଲଟାଇ ଦେଇଥିଲୁ ଏବଂ ଯୁଦ୍ଧକ୍ଷେତ୍ରରେ ପାକିସ୍ଥାନ ବହୁତ ପଛରେ ଅଛି ବୋଲି ବୋଲି ଶୁକ୍ରବାର ଫୋନ୍‌ଯୋଗେ ସାନଭାଇ ନିଲାଞ୍ଚଳ ତାଙ୍କୁ କହିଥିଲେ ବୋଲି ସିଲୁ ପ୍ରକାଶ କରିଛନ୍ତି।
ସେହିପରି ବଡ଼ଭାଇ ରଞ୍ଜନ ୨୦୧୭ ମସିହାରୁ ସଶସ୍ତ୍ର ସୀମାବଳ(ଏସଏସବି)ରେ ଯୋଗ ଦେଇଛନ୍ତି। ଉତ୍ତର ପ୍ରଦେଶର ଗୋରେଖପୁରରେ ସେ ପ୍ରଥମେ ଅବସ୍ଥାପିତ ଥିଲେ। ଏବେ ବିହାରର ମୁଜାଫରନଗରରେ କାର୍ଯ୍ୟରତ ଅଛନ୍ତି। ଡାକରା ଆସିଲେ ଯୁଦ୍ଧକ୍ଷେତ୍ରକୁ ଯିବା ଲାଗି ପ୍ରସ୍ତୁତ ବୋଲି ରଞ୍ଜନ ତାଙ୍କୁ କହିଥିବା ସିଲୁ କହିଛନ୍ତି। ରଞ୍ଜନଙ୍କ ସ୍ତ୍ରୀ ରେଶ୍ମା ଓ ଶିଶୁପୁତ୍ର ଆୟୁଷ୍ମାନ(୫ବର୍ଷ) ଏଠାରେ ଅଛନ୍ତି। ତେବେ ଦୁଇ ଭାଇଙ୍କ ପାଇଁ ବହୁତ ଗର୍ବ ଅନୁଭବ କରିଥାଉ। ତେବେ ଯୁଦ୍ଧ ବନ୍ଦ ହେବା ଖବର ପାଇଁ ଖୁସି ଲାଗୁଛି ବୋଲି ସିଲୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

ନୂତନ ସରପଞ୍ଚ ଭାବେ ଦାୟିତ୍ୱ ନେଲେ ବନିତା ଶବର, ପଞ୍ଚାୟତର ଉନ୍ନତି ନିମନ୍ତେ…..

ଗୁଡାରି,୧୮।୨(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକର ଏମକେରାଇ ଗ୍ରାମପଞ୍ଚାୟତର ନୂତନ ସରପଞ୍ଚ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କଲେ ବନିତା ଶବର । ଗ୍ରାମପଞ୍ଚାୟତର…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କହିଲେ ଏହି କାରଣ

ଭୁବନେଶ୍ବର,୧୮।୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି ।…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

ଭବାନୀପାଟଣା ସହରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ମାରିବାକୁ ଉଦ୍ୟମ

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କୁ ଟଙ୍କା ମାଗିବା ସହ ଜୀବନରେ ମାରିଦେବା…

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri