ବ୍ରହ୍ମଗିରି,୧୭।୩(ସ୍ୱାଧୀନ ଚମ୍ପତିରାୟ): ପୁରୀ ଜିଲା ଆରଖକୁଦ ମେରାନି ଥାନା ଅନ୍ତର୍ଗତ ପାଣ୍ଡାପୋଖରୀ ଗ୍ରାମରେ ଲୋମଟାଙ୍କୁରା ହତ୍ୟାକାଣ୍ଡ ହୋଇଛି । ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇର ଶାଶୁଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଭାଉଜ ମଧ୍ୟ ଗୁରୁତର ହୋଇଛନ୍ତି ।
ମୃତ ମହିଳାଙ୍କ ନାମ ଲକ୍ଷ୍ମୀ ଜେନା ହୋଇଥିବା ବେଳେ ଗୁରୁତର ଆହତ ମହିଳାଙ୍କ ନାମ ନମିତା ନାୟକ ବୋଲି ଜଣାପଡିଛି । ନମିତାଙ୍କୁ ପ୍ରଥମେ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁରୀ ସ୍ଥାନାନ୍ତର କରାଯାଇଛି । ସୋମବାର ରାତିରେ ଏକ ପାରିବାରିକ ଗଣ୍ଡୋଗାଳରୁ ଦୁଇ ଭାଇଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷରେ ସାନଭାଇର କାଠ ଫାଳିଆ ମାଡ଼ରେ ବଡ ଭାଇଙ୍କ ଶାଶୁ ଲଷ୍ମୀଜେନା ମୃତ୍ୟୁବରଣ କରିଥିବା ସମୟରେ ଭାଉଜ ନମିତା ନାୟକ ଗୁରୁତର ହୋଇଛନ୍ତି ।

