ଟିଟିଲାଗଡ, ୯।୮(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ ହାଟପଦା ପଡାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ୨୦ ଦିନ ହେବ ନିଖୋଜ ଥିବା ଜଣେ ନାବାଳକଙ୍କ ସନ୍ଧାନ ମିଳିଛି। ତାଙ୍କୁ ତାଙ୍କ ବଡ଼ ଭାଇ ମାରି ପୋତି ଦେଇଥିବା ଜଣାପଡ଼ିଛି। ଉଭୟଙ୍କ ବୟସ ୧୨ ଓ ୧୭ ବର୍ଷ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ଚେରୁ ପୋଢ଼ଙ୍କ ସାନ ପୁଅ ରୁପେଲ ମାସେ ହେବ ନିଖୋଜ ଥିବା ନେଇ ସେ ପୋଲିସରେ ଅଭିଯୋଗ କରିଥିଲେ l ଆଜି ନିଖୋଜ ପୁଅକୁ ତାର ବଡ଼ଭାଇ ରୁପେଶ ହତ୍ୟା କରିଥିବା ଜଣାପଡ଼ିଛି। ବଡ଼ ଭାଇ ନିଜେ ଯାଇ ଟିଟିଲାଗଡ ପୋଲିସ ଷ୍ଟେଶନରେ ଆତ୍ମସମର୍ପଣ କରିଛନ୍ତି। ବଲାଙ୍ଗୀରରୁ ଏସପି ଆସିଲା ପରେ ଘଟଣାର ପର୍ଦ୍ଦାଫାଶ ହେବ ବୋଲି ଆଇଆଇସି କଲ୍ୟାଣୀ ବେହେରା କହିଛନ୍ତି।


