ଆନନ୍ଦଉଲ୍ଲାସ ମଧ୍ୟରେ ଭାଇଚାରାର ପର୍ବ ଇଦ-ଉଲ-ଫିତର ପାଳିତ: ଇଦଗାହ ପଡିଆରେ ଭିଡ଼

ବରଗଡ଼, ୩୧।୩(ପ୍ରେମାନନ୍ଦ ଖମାରୀ) – ବରଗଡ ସହରରେ ଇଦ ଉଲ ଫିତର୍‌ ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁସଲିମ ସମ୍ପ୍ରଦାୟର ଲୋକେ ମାସେବ୍ୟାପୀ କଠୋର ସାଧନା ସହ ସଂଯମ କରି ରମଜାନ ମାସକୁ ଉପବାସ ଭାବରେ ପାଳନ କରିଥିଲେ। ରବିବାର ସନ୍ଧ୍ୟାରେ ଚନ୍ଦ୍ର ଦେଖି ସୋମବାର ମୁସଲମାନ ସମ୍ପ୍ରଦାୟର ଭଉଣୀ, ଭାଇମାନେ ପ୍ରେମ ଓ ଭାଇଚାରାର ପର୍ବ ଇଦ ଉଲ ଫିତର ଆନନ୍ଦଉଲ୍ଲାସର ସହ ପାଳନ କରିଥିଲେ।

ମୁସଲିମ ସମ୍ପ୍ରଦାୟର ସମସ୍ତ ଭାଇମାନେ ନୂତନ ବସ୍ତ୍ର ପରିଧାନ କରି ବରଗଡ ଡେମ କଲୋନୀସ୍ଥିତ ଇଦଗାହ ପଡିଆରେ ସମବେତ ହୋଇ ଥିଲେ। ସେଠାରେ ବରଗଡ ସୁନ୍ନି ବରେଲବୀ ଜାମା ମସଜିଦର ମୌଲାନା ମହମ୍ମଦ କିସମତ ଅଳି ରିଜବୀଙ୍କ ଅଧ୍ୟକ୍ଷତାରେ ସାମୁହିକ ନମାଜ ପାଠ ହୋଇଥିଲା। କାର୍ଯ୍ୟକ୍ରମରେ ଏହି ପର୍ବର ମହତ୍ତ୍ୱ ସମ୍ପର୍କରେ ଉପସ୍ଥିତ ମୁସଲମାନ ସମ୍ପ୍ରଦାୟକୁ ଅବଗତ କରାଯିବା ସହିତ ମିଳିତ ଭାବରେ ବିଶ୍ୱ ଶାନ୍ତି ପାଇଁ ସାମୁହିକ ପ୍ରାର୍ଥନା ହୋଇଥିଲା। ପରେ ସମସ୍ତେ ପରସ୍ପରକୁ ଆଲିଙ୍ଗନ କରି ଇଦର ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇ ଥିଲେ।

ଏହି କାର୍ଯ୍ୟକ୍ରମରେ ସୁନ୍ନି ଜାମା ମସଜିଦ କମିଟି ଅଧ୍ୟକ୍ଷ ଶେଖ ଅସଗର, ସମ୍ପାଦକ ଏମଡି ନିଜାମ, ଏମଡି ନଇମ, ଜାନିସାର ଅନସାରୀ, ମହମ୍ମଦ ଭିକି, ଶେଖ ନଜିମୁଦ୍ଦିନ, ମହମ୍ମଦ ନଇମ, ଶେଖ ନସିମୁଦ୍ଦିନ, ଗୁଲାମ ଗୌସ, ଗୁଲାମ ରସୁଲ, ମହମ୍ମଦ ଅସ୍କାଲାନି, ଶେଖ ଜାଫର, ଶେଖ ସବଦର, ଶେଖ ମୁର୍ତ୍ତୁଜା, ମହମ୍ମଦ ଆଲାଦ୍ଦିନ, ମହମ୍ମଦ ବବଲୁ, ମହମ୍ମଦ ଜମୀର, ମହମ୍ମଦ ଜିଆଉଲ, ମହମ୍ମଦ ଅସଲମ, ନାସିର ଖାନ, ମୋ.ଳତିଫ, ମୋ.ଇସଲାମ, ମୋ. ମାସୁମ, ମୋ. ରାଜୁ, ମୋ.ଜାଫର, ପ୍ରମୁଖ ସହଯୋଗ କରି ଥିଲେ । ଏହି ଅବସରରେ ଘରେ ଘରେ ସମସ୍ତେ ମିଠା, ପିଠାପଣା ଆଦି ସୱାଦିଷ୍ଟ ଖାଦ୍ୟ ଖାଇ ପର୍ବ ପାଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା, ବଡ଼ ଘୋଷଣା କରି ବିଶ୍ୱରେ ପକାଇଲେ ଚହଳ

ଓ଼୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଜୋ…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri