ଛତ୍ରପୁରରେ ଧୂମଧାମରେ ପାଳିତ ହେଲା ‘ଇଦ୍‌’: ପରସ୍ପରକୁ ଆଲିଙ୍ଗନ କରି ଅଭିବାଦନ ଜଣାଇଲେ…

ଛତ୍ରପୁର,୩୧।୩(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ ): ଆଜି ମୁସଲମାନ ଭାଇମାନଙ୍କ ପବିତ୍ର ରମ୍‌ଜାନ ମାସର ଶେଷ ଦିନ। ଏହି ଦିନକୁ ଇଦ୍‌ ରୁପେ ପାଳନ କରନ୍ତି, ଯାହା ମୁସଲମାନଙ୍କ ଲାଗି ସବୁଠାରୁ ବଡ ପର୍ବ ଅଟେ। ଏଥିଲାଗି ମୁସଲମାନମାନେ ଏକମାସ ଧରି ଉପବାସ ବା ରୋଜା ରଖିଥାନ୍ତି । ମାସ ଶେଷ ଦିନକୁ ବଡ ଧୂମ୍‌ଧାମରେ ଇଦ୍‌ ପାଳନ କରଥାନ୍ତି। ଏହି ଅବସରରେ ଛତ୍ରପୁର ପୁତିଗୋପାଳପୁର ସ୍ଥିତ ମସଜିଦରେ ଧର୍ମଗରୁ ହାଫିସ ମହମ୍ମଦ ଜମିରଉଦ୍ଦିନଙ୍କ ତତ୍ତ୍ୱାବଧାନରେ ସକାଳେ ସମୂହ ନମାଜପାଠ କରି ଇଦ୍‌ ପାଳନ କରିଛନ୍ତି। ଏହି ଅବସରରେ ମୁସଲମାନମାନେ ପରସ୍ପରକୁ ଆଲିଙ୍ଗନ କରି ‘ଇଦ୍‌ ମୁବାରକ’ର ଅଭିବାଦନ ମଧ୍ୟ ଜଣାଇଛନ୍ତି।

ମୁସଲମାନ ସମ୍ପ୍ରଦାୟର ବିଶ୍ବାସନୁଯାୟୀ ଏହି ପବିତ୍ର ରାମଜାନ ମାସରେ ଦୀର୍ଘ ଏକ ମାସ ଧରି ରୋଜା ବା ଉପବାସ ପାଳନ କରାଯାଏ। ଏହାସହ ଗରିବ ଲୋକଙ୍କୁ ବସ୍ତ୍ର ଖାଦ୍ୟ ଓ ବିଭିନ୍ନ ଆର୍ଥିକ ସହାୟତା ମଧ୍ୟ କରାଯାଏ। ଏହା ଦ୍ବାରା ପୂଣ୍ୟ ଅର୍ଜନ ହୋଇଥାଏ ବୋଲି ମଧ୍ୟ ମୁସଲମାନ ମାନଙ୍କ ବିଶ୍ୱାସ ରହିଛି। ନମାଜ ପାଠ ପରେ କବର ସ୍ଥାନକୁ ଯାଇ ସେମାନଙ୍କ ପିତୃପୁରୁଷ କୁ ପାଖରେ ପ୍ରାର୍ଥନା କରିଥାନ୍ତି । ଏହି ଅବସରରେ ଆଫୋ ଖାନ , ଆଫତାବ୍‌ ଖାନ୍‌, ନାଜର ଖାନ, ଇଜୁ ଅମିନ ଖାନ, ଜାକିର ଖାନ , ଇସୁବ ଖାନ, ଆଇବ ଖାନ, ଜଲାଲ ଖାନ , ଅର୍ଶଲାନ ଖାନ୍‌ , ସିକନ୍ଦର ଖାନ, ସଲମାନ ଖାନ ପ୍ରମୁଖ ସମସ୍ତଙ୍କୁ ଇଦ ର ଶୁଭେଚ୍ଛା ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri