ଦାରିଙ୍ଗବାଡ଼ି,୧୧ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଜାଗୃତି ସଭାଗୃହଠାରେ ‘ହିମକନ୍ୟା’ ଭାଷା, ସାହିତ୍ୟ ଓ ସାଂସ୍କୃତିକ ପରିଷଦର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି। ଏହି ପରିଷଦର ସଭାପତି ଭାବେ ପତିତପାବନ ରାଉତ ଏବଂ ସମ୍ପାଦକ ଭାବେ ପ୍ରଶାନ୍ତ ସାହୁଙ୍କୁ ଚୟନ କରାଯାଇଛି। ସେହିପରି ଉପସଭାନେତ୍ରୀ ଭାବେ ଅଧ୍ୟାପିକା ସସ୍ମିତା ସାମନ୍ତ, ସହସମ୍ପାଦିକା ଭାବେ ବବଲୀନ ନାୟକ, କୋଷାଧ୍ୟକ୍ଷ କେଶବ ଡାକୁଆ, ଆଇନ ପରାମର୍ଶଦାତା ଭାବେ ବରିଷ୍ଠ ଓକିଲ ଉମେଶ କର, ମୁଖ୍ୟ ଉପଦେଷ୍ଟା ଭାବେ ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ, ଭୀମରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରତାପ କୁମାର ବେହେରା, ବିପିସି ଜଗନ୍ନାଥ ରଥଙ୍କୁ ଚୟନ କରାଯାଇଛି।
ସେହିପରି ସକ୍ରିୟ ସଦସ୍ୟା ସଦସ୍ୟ ଭାବେ ସରକାରୀ ଆଇଟିଆଇର ଶିକ୍ଷକ ଭୂପେନ ପୃଷେଠ୍, ଶିକ୍ଷୟିତ୍ରୀ ଅନୁଭୂତି ବଳ, ନକ୍ଷତ୍ରମାଳା ସାହୁ, ରୂପେଶ ତ୍ରିପାଠୀ, ଆଶିଷ କୁମାର ନାୟକ, ସରୋଜିନୀ ଦାସ, ରଞ୍ଜିତ ମିଶ୍ର, ଆଶାରାଣୀ ମିଶ୍ର, ରିପ୍ତିମୟୀ ସାହୁ, ରଶ୍ମିତା ଶତପଥୀ, ଏବଂ ଉପଦେଷ୍ଟା ମଣ୍ଡଳୀରେ ରମେଶ ଚନ୍ଦ୍ର ସାହୁ, ମୁକୁନ୍ଦ ବଳିୟାର ସିଂ, ପ୍ରଫୁଲ ବଡ଼ଜେନା, ରଶ୍ମିତା ନନ୍ଦ, ମନସ୍ବିନୀ ତ୍ରିପାଠୀ, ବିନିତା ପଡ୍ରାଙ୍କୁ ଚୟନ କରାଯାଇଛି। କାର୍ଯ୍ୟକ୍ରମକୁ ସମ୍ପାଦକ ପ୍ରଶାନ୍ତ ସାହୁ ପରିଚାଳନା କରିଥିଲେ। କର୍ମକର୍ତ୍ତା ଚୟନ ପରେ ସମସ୍ତେ ଭାଷା, ସାହିତ୍ୟ ଓ ପାରମ୍ପରିକ ସଂସ୍କୃତିକୁ କିଭଳି ବଞ୍ଚାଇ ରଖିବେ ଓ ଆଗାମୀ ଦିନରେ ଏହି ପରିଷଦ ମାଧ୍ୟମରେ ଦାରିଙ୍ଗବାଡ଼ିର ଶୀତ ମହୋତ୍ସବ ହେଉ କି ଜାତୀୟ ଦିବସ ପାଳନ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ଗ୍ରହଣ କରିବ ବୋଲି ଜଣାପଡ଼ିଛି।

