ମୁକ୍ତା ଯୋଜନାକୁ ଅଧିକ ଗତିଶୀଳ ପାଇଁ ପ୍ରୟାସ

ଭୁବନେଶ୍ୱର, ୨୪।୨ (ବ୍ୟୁରୋ):ରାଜ୍ୟରେ ମୁକ୍ତା ଯୋଜନାକୁ ଅଧିକ ଗତିଶୀଳ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏଥିନିମନ୍ତେ ନଗର ଉନ୍ନୟନ ବିଭାଗ ଓ ସହରାଞ୍ଚଳ ପରିଚାଳନା ସଂସ୍ଥା ମଧ୍ୟରେ ଏକ ଏମ୍‌ଓୟୁ ସ୍ବାକ୍ଷରିତ ହେଇଛି। ନଗରଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥି ଭାଥନନ୍‌ ଏବଂ ସହରାଞ୍ଚଳ ପରିଚାଳନା ସଂସ୍ଥାର ନିର୍ଦ୍ଦେଶିକା ମାନଭିତା ବରାଡି ଏହି ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି। ମୁକ୍ତା ଯୋଜନାରେ ଯୋଡ଼ି ହେଉଥିବା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ଓ ବସ୍ତି ଉନ୍ନୟନ କମିଟିଗୁଡ଼ିକର ଦକ୍ଷତା ବିକାଶ କରି ସେମାନଙ୍କ ଦ୍ବାରା ଅଧିକରୁ ଅଧିକ କାମ କରାଇବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରାଥମିକତା ଦେଇଛି। ଏହି ଯୋଜନାରେ ଏସ୍‌ଏଚ୍‌ଜିଙ୍କ ଯୋଗଦାନ ଓ କାର୍ଯ୍ୟ ବୃଦ୍ଧି ହୋଇଥିବାରୁ କଣ୍ଟ୍ରାକ୍ଟର ମୁକ୍ତ ହେବା ସହ ଗୋଷ୍ଠୀ କଣ୍ଟ୍ରାକ୍ଟର ବ୍ୟବସ୍ଥାର ଉନ୍ନତି ଅଣିବା ନିମନ୍ତେ ବିଭାଗ ଲକ୍ଷ୍ୟ ରଖିଛି। ବର୍ତ୍ତମାନ ରାଜ୍ୟର ୧୧୫ ପୌରାଞ୍ଚଳରେ ୨୦ ହଜାରରୁ ଅଧିକ ଏସ୍‌ଏଚ୍‌ଜି ଓ ୧ ହଜାରରୁ ଅଧିକ ବସ୍ତି ଉନ୍ନୟନ କମିଟି ମୁକ୍ତା ଯୋଜନାରେ ବିଭିନ୍ନ ଉନ୍ନୟନମୂଳକ କାମ କରୁଛନ୍ତି। ସହରାଞ୍ଚଳ ପରିଚାଳନା ସଂସ୍ଥା ଏସଏଚ୍‌ଜି ଓ ବସ୍ତି ଉନ୍ନୟନ ସଂସ୍ଥାଗୁଡ଼ିକୁ ତାଲିମ ଦେବ। ଏସ୍‌ଏଚ୍‌ଜି କଣ୍ଟ୍ରାକ୍ଟରଙ୍କୁ ଯେପରି କେହି ଠକି ନ ପାରିବେ ଓ ସମସ୍ତ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଯିବ। ଏଥିପାଇଁ ୯ଟି କ୍ଲଷ୍ଟରରେ ୧୧୫ଟି ପୌରାଞ୍ଚଳରେ ନିୟମିତ ଭାବେ ଏହି ତାଲିମ ପ୍ରଦାନ କରାଯିବ। ତାଲିମ ପରେ ମଧ୍ୟ ଆସେସମେଣ୍ଟ କରାଯାଇ ଗୋଷ୍ଠୀଗୁଡ଼ିକ ଦକ୍ଷତା ବୃଦ୍ଧ କରାଯିବ। ଏହି ସହରୀ କର୍ମ ନିଯୁକ୍ତି ଯୋଜନାରେ ଏବେସୁଦ୍ଧା ୭ଲକ୍ଷ ସହରୀ ଗରିବ ଓ ପ୍ରବାସୀ ଶ୍ରମିକ ୨୦୮ କୋଟି ଟଙ୍କା ମୂଲ୍ୟର ୨୨ ହଜାର ୫୦୦ ଗୋଷ୍ଠୀସ୍ତରୀୟ ବିକାଶ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ବୁଝାମଣାପତ୍ର ସ୍ବାକ୍ଷର ସମୟରେ ନଗରଉନ୍ନୟନ ବିଭାଗ ଯୁଗ୍ମ ସଚିବ ସୁଡା ନିର୍ଦ୍ଦେଶକ ତଥା ମୁକ୍ତା ଯୋଜନା ରାଜ୍ୟ ନୋଡାଲ ଅଧିକାରୀ ଶାରଦା ପ୍ରସାଦ ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

ବଜେଟ୍ ଅଧିବେଶନ: ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ, ରାଜ୍ୟରେ ବଢ଼ିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ

ଭୁବନେଶ୍ବର,୧୭।୨:  ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ । ୨୦୩୬ରେ ଓଡ଼ିଶା…

ଥୁଆମୂଳ ରାମପୁର: DMF ପାଣ୍ଠି ପାଇଁ ବିଡିଓଙ୍କୁ ସ୍ମାରକପତ୍ର

ଥୁଆମୂଳ ରାମପୁର,୧୭।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକକୁ ସମ୍ପୂର୍ଣ୍ଣ ଭାବେ ଜିଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିରେ ଅନ୍ତର୍ଭୁକ୍ତ କରିବା ସହ ସରପଞ୍ଚମାନଙ୍କୁ କ୍ଷମତା…

ପୂର୍ବତନ ବିଧାୟକଙ୍କ ବିବାଦୀୟ ଫାର୍ମ ହାଉସରେ ମାପଚୁପ ଆରମ୍ଭ, ଜବରଦଖଲ ଅଭିଯୋଗରେ ହୋଇଥିଲା ନୋଟିସ

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ଗ୍ରାମପଞ୍ଚାୟତସ୍ଥିତ ପନ୍ତୁରୀ ଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଫାର୍ମହାଉସରେ ଆରମ୍ଭ ହୋଇଛି…

ଦଶମ ବୋର୍ଡ ପରୀକ୍ଷା ଦେବାକୁ ଯିବା ବେଳେ କାର୍ ଦୁର୍ଘଟଣା, ଦୁଇ ପରୀକ୍ଷାର୍ଥୀ ସମେତ ୬ ଆହତ

କେନ୍ଦୁଝର,୧୭।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି । ତେବେ ସକାଳ ପ୍ରାୟ ୮ଟା୩୦…

କବିତା ପାଠୋତ୍ସବ, ବରିଷ୍ଠ ନାଗରିକଙ୍କ ସମ୍ମାନ-ସୁରକ୍ଷା ସୁନିଶ୍ଚିତ ଲକ୍ଷ୍ୟ

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ପ୍ରଶାସନ ବରିଷ୍ଠ ନାଗରିକଙ୍କ ସମ୍ମାନ, ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏକ ଅଭିନବ ପ୍ରୟାସ ଇତିମଧ୍ୟରେ ଆରମ୍ଭ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri