ପ୍ରତିଶ୍ରୁତି ରକ୍ଷା ପାଇଁ ଉଦ୍ୟମ

ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ପ୍ରକ୍ରିୟାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଜାତୀୟ ଏକତା ଓ ରାଷ୍ଟ୍ରର ସାର୍ବଭୌମତ୍ୱ ରକ୍ଷାକରିବା ପାଇଁ ଉତ୍ତମ ସରକାର ଓ ନିର୍ମଳ ଶାସନର ଆବଶ୍ୟକତା ପଡ଼ିଥାଏ। ଅଷ୍ଟାଦଶ ସାଧାରଣ ନିର୍ବାଚନ ଏବଂ ଓଡ଼ିଶାର ସପ୍ତଦଶ ରାଜ୍ୟ ବିଧାନସଭା ନିର୍ବାଚନ ଥିଲା ଭିନ୍ନ ତରିକା। ଭାଜପା ଓ କଂଗ୍ରେସ ରାଜ୍ୟରେ ‘ଓଡ଼ିଆ ଅସ୍ମିତା’ କୁ ମୁଖ୍ୟ ପ୍ରସଙ୍ଗକରି ଲୋକଙ୍କ ଭାବାବେଗ ସହ ରହିବାକୁ ରଣନୀତି ପ୍ରସ୍ତୁତ କରିଥିଲା ବେଳେ ବିଜୁ ଜନତା ଦଳ ୨୪ ବର୍ଷ ଶାସନର ଜନକଲ୍ୟାଣ କାର୍ଯ୍ୟକ୍ରମ ସମ୍ପର୍କରେ ସାଧାରଣ ଜନତାଙ୍କୁ ଅବଗତ କରୁଥିଲେ। ପ୍ରତି ରାଜ୍ୟର ଗର୍ବ ହେଉଛି ତାହାର ଭାଷା, ସଂସ୍କୃତି ଓ ସମ୍ପୃକ୍ତ ରାଜ୍ୟର ଜନତା। ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଭାଷା ପାଇଁ ଦିଲ୍ଲୀ ଦରବାରରେ ଲଢ଼େଇକଲେ ଓ ୨୦୧୪ ଫେବୃଆରୀରେ ୟୁପିଏ(ଉପା)ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିଥିଲେ। ଇତିମଧ୍ୟରେ ୧୦ ବର୍ଷ ଅତିବାହିତ ହୋଇଯାଇଛି। ସମସ୍ତେ ଜାଣିଛନ୍ତି ଏହି ୧୦ ବର୍ଷ ଭିତରେ ଓଡ଼ିଆ ଭାଷା ପାଇଁ କେନ୍ଦ୍ର ସରକାର ଟଙ୍କାଟିଏ ଦେଇନାହାନ୍ତି କିମ୍ବା କୌଣସି ପଦକ୍ଷେପ ନେଇନାହାନ୍ତି। ଶାସ୍ତ୍ରୀୟ ମାନ୍ୟତା ପାଇଥିବା ସଂସ୍କୃତ, ତେଲୁଗୁ, ତାମିଲ, ମରାଠୀ ଭଳି ଭାଷାର ବିକାଶ ପାଇଁ କେନ୍ଦ୍ର ସରକାର ସହାୟତା ଦେଇଛନ୍ତି।
ଆମେ ଓଡ଼ିଆ ଅସ୍ମିତା କଥା ଚିନ୍ତାକରିବା ପୂର୍ବରୁ ପ୍ରଥମେ ଓଡ଼ିଆ କିଏ ଚିନ୍ତା କରିବାର ଆବଶ୍ୟକତା ରହିଛି।
ଓଡ଼ିଶାର ଭୂଇଁ, ଓଡ଼ିଶାର ଭାଷା, ଓଡ଼ିଶାର ମଣିଷ ତଥା ସାହିତ୍ୟ ସଂସ୍କୃତିର କଥା କହୁଥିବା, ଓଡ଼ିଶାର ରାଜନୈତିକ, ଅର୍ଥନୈତିକ ସଶକ୍ତୀକରଣର ସ୍ବପ୍ନ ଦେଖୁଥିବା ଯୁଗସ୍ରଷ୍ଟାଙ୍କୁ ସଂକୀର୍ଣ୍ଣ ଆଞ୍ଚଳିକତାବାଦର ଅନ୍ଧାରି ଭାବାବେଗ ତିଳେ ହେଲେ ସ୍ପର୍ଶ କରିପାରିନାହିଁ ଆମର ସ୍ବାଭିମାନ ଓ ଐତିହ୍ୟକୁ । ଆମେ ଯେଉଁ ଓଡ଼ିଶା ଭୂଖଣ୍ଡଟି ପାଇଛୁ ସେଇଟି ହିଁ ଥିଲା ସେହି ପ୍ରାଚୀନ ଭୂଖଣ୍ଡ, ଯାହା ଦିନେ ଜଣାଥିଲା କଳିଙ୍ଗ, ଉତ୍କଳ, ଉଡ଼୍ର ବା କୋଶଳ ରୂପେ। ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିଥିବା ଭକ୍ତକବି ମଧୁସୂଦନ ରାଓ, କବିବର ରାଧାନାଥ ରାୟ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ନାରୀକବି କୁନ୍ତଳା କୁମାରୀ ସାବତ ଓ କର୍ମବୀର ଗୌରୀଶଙ୍କର ରାୟଙ୍କ ପରି ସାହିତ୍ୟ ମହାରଥୀମାନେ ଆମ ସମାଜ ପାଇଁ ସଦାସର୍ବଦା ଚିରସ୍ମରଣୀୟ ଓ ବନ୍ଦନୀୟ। ଏ ମାଟିର ସ୍ବାଭିମାନର ସୁରକ୍ଷା ପାଇଁ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ଶହୀଦ ବାଜି ରାଉତ, ଶହୀଦ ଲକ୍ଷ୍ମଣ ନାଏକଙ୍କ ପରି ବୀର ସଂଗ୍ରାମୀମାନଙ୍କର ଦେଶ ପ୍ରୀତି ଅବଦାନ ଅତୁଳନୀୟ। ଓଡ଼ିଆ ଭାଷା ଆଜି ଶାସ୍ତ୍ରୀୟ ମାନ୍ୟତା ପାଇଛି। ଓଡ଼ିଆ କଳା ଓ ସଂସ୍କୃତି ଦେଶବିଦେଶରେ ଆମ ପରିଚୟକୁ ଆହୁରି ଉଜ୍ଜ୍ୱଳ କରୁଛି। ଦେଶ ବିଦେଶରେ ରହୁଥିବା ଓ ଭାଇଭଉଣୀମାନେ ସେମାନଙ୍କ ଦକ୍ଷତା ଦ୍ୱାରା ଏ ମାଟିର ଗୌରବ ବୃଦ୍ଧି କରିଛନ୍ତି। ଏ ପବିତ୍ର ଭୂମି ଯୁଗେ ଯୁଗେ ସାରା ବିଶ୍ୱକୁ ଶାନ୍ତି, ପ୍ରେମ, ଅହିଂସା ଓ ସଦ୍ଭାବନାର ବାର୍ତ୍ତା ଦେଇଆସିଛି। ଆମର ଗୌରବମୟ ଇତିହାସ, ଉତ୍କୃଷ୍ଟ କଳାଭାସ୍କର୍ଯ୍ୟ, ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ନଦୀ, ପର୍ବତବେଷ୍ଟିତ ଭୂଗୋଳ, ସମୃଦ୍ଧ ଭାଷା, ସାହିତ୍ୟ, ସଂସ୍କୃତି , ଓଡ଼ିଆ ପରମ୍ପରା, ବିପୁଳ ଖଣିଜ ସମ୍ପଦ, ସୁଦୀର୍ଘ ବେଳାଭୂମି ଓ ପର୍ଯ୍ୟଟନ ବିଭବ ଓ ଭାରତବର୍ଷର ଏକ ଅନନ୍ୟ ଓ ଅନବଦ୍ୟ ରାଜ୍ୟ ଭାବେ ପ୍ରତିପାଦିତ କରିଛି । ଆମର ବୌଦ୍ଧିକ ଓ ଆଧ୍ୟାତ୍ମିକ ଚେତନା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶରଣରେ ପରିପୁଷ୍ଟ ହୋଇ ଆମକୁ ବିଶ୍ୱର ଏକ ଶ୍ରେଷ୍ଠ ଜାତିରେ ପରିଣତ କରିଛି। କୃଷି ଓ କୃଷକର ସର୍ବାଙ୍ଗୀନ ଉନ୍ନତି, ଶ୍ରମିକଙ୍କ ଜୀବନ ଜୀବିକାର ଉନ୍ନତି ଏବଂ ମୌଳିକ ଶିକ୍ଷାର ଗୁଣାତ୍ମକ ମାନର ବିକାଶ ପାଇଁ ସମସ୍ତଙ୍କର ପ୍ରଚେଷ୍ଟା ରହିବାର ଆବଶ୍ୟକତା ରହିଛି। ଏ ଜାତିର ବିକାଶ ନିମନ୍ତେ ସରକାରୀ ସ୍ତରରୁ ଆରମ୍ଭକରି ସମସ୍ତ ଜନପ୍ରତିନିଧିଙ୍କ ପର୍ଯ୍ୟନ୍ତ ସତ୍ୟନିଷ୍ଠ ଓ ସାଧୁତାର ସହ ଯଦି କାର୍ଯ୍ୟ କରିବେ ତେବେ ରାଜ୍ୟର ପ୍ରଗତି ଓ ସମୃଦ୍ଧି ହୋଇପାରିବ।
ଭାରତୀୟ ଜନତା ପାର୍ଟି ରାଜ୍ୟ ଶାଖାର ନିର୍ବାଚନୀ ଇସ୍ତାହାରରେ ଓଡ଼ିଆ ଅସ୍ମିତାର ସମୂହ ଧ୍ୱନି ଓ ମନକୁ ବି ଛୁଇଁଗଲା । ଯାହାର ଫଳ ହେଲା ଭାଜପା ରାଜ୍ୟରେ ଶାସନ କ୍ଷମତାକୁ ଆସିଲା। ସରକାର ଗଠନର କିଛି ସମୟ ଅନ୍ତରରେ ସ୍ବତନ୍ତ୍ର କ୍ୟାବିନେଟ୍‌ ବୈଠକ ଡାକି ପରଦିନ ଓଡ଼ିଆ ଜାତିର ସାଢ଼େ ୪କୋଟିଙ୍କ ପ୍ରାଣର ଦେବତା ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ୪ଦ୍ୱାର ଖୋଲାଯିବାରୁ ଜଗନ୍ନାଥପ୍ରେମୀଙ୍କ ମନରେ ଆନନ୍ଦ ଖେଳିଯାଇଥିଲା। ଯେଉଁ ‘ଓଡ଼ିଆ ଅସ୍ମିତା’ ଶବ୍ଦ ଭାରତୀୟ ଜନତା ପାର୍ଟି ପାଇଁ ନିର୍ବାଚନ ସମୟରେ ରାଜନୈତିକ ପରିଭାଷା ଥିଲା, ଉକ୍ତ ଶବ୍ଦକୁ ଜାତୀୟ ସ୍ତରରେ ନିଜର ସ୍ବାଭିମାନ ବଜାଇରଖିବା ପାଇଁଁ ସରକାର ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। ସମ୍ପ୍ରତି ଗ୍ରାମାଞ୍ଚଳରୁ ଆରମ୍ଭକରି ରାଜ୍ୟସ୍ତରରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ କରିବା ସହ ଅନେକ ପଦକ୍ଷେପ ହାତକୁ ନେଇଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଜାତୀୟ ସେବା ଯୋଜନା ପକ୍ଷରୁ ଓଡ଼ିଆ ଅସ୍ମିତା ଶିବିର ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଭୁବନେଶରଠାରେ ନଭେମ୍ବର ୩୦ରୁ ଡିସେମ୍ବର ୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିରରେ ୧୯ଟି ବିଶ୍ୱବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୨୦୦ ଛାତ୍ରୀଛାତ୍ର ଯୋଗଦେଇ ଓଡ଼ିଶାର କଳା, ସଂସ୍କୃତି ଓ ଭାସ୍କର୍ଯ୍ୟକୁ ନେଇ ଆଲୋଚନା ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇସାରିଛି। ପୁନଶ୍ଚ ‘ଓଡ଼ିଆ ଅସ୍ମିତା’ ବାସ୍ତବତାରେ ପରିଣତ ହୋଇପାରିବ ଯେତେବେଳେ ପ୍ରତ୍ୟେକ ନିଜେ ଓଡ଼ିଆ ହୃଦୟଙ୍ଗମକରି ଗର୍ବରେ କହିବାକୁ ପଡ଼ିବ ଓଡ଼ିଆ କହୁଥିବା ଶେଷ ବ୍ୟକ୍ତି ଜଣକ ମୁଁ। ଆମେ ଏଠି ଗଳାଫଟାଇ ଚିତ୍କାରକରି କହୁଛି, ମାତୃଭାଷାର ସୁରକ୍ଷା। କିନ୍ତୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଅନେକ ସଚେତନତା ଶୋଭାଯାତ୍ରା ଓ ପ୍ରଚାରପ୍ରସାର କରୁଥିଲେ ମଧ୍ୟ ସେ ସରକାରୀ ଦପ୍ତର ହେଉ କିମ୍ବା ବ୍ୟବସାୟ ପ୍ରତିଷ୍ଠାନରେ ଓଡ଼ିଆ ଫଳକ ଲେଖା ପ୍ରତିବଦଳରେ ଦେଖିବାକୁ ମିଳୁଛି ଇଂରାଜୀର ଲେଖା। ପଚାରିଲେ ଉତ୍ତର ଆସେ ଇଂରାଜୀ ଲେଖା ଦ୍ୱାରା ଯୋଗାଯୋଗର ପ୍ରକ୍ରିୟା ସହଜ ହୋଇଥାଏ। ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ନିଜ ମାତୃଭାଷାର ସୁରକ୍ଷା ପ୍ରତି ଯେତେ ସଚେତନ , ଆମମାନଙ୍କ ଭିତରେ ସେତିକି ଭଲପାଇବା ଦେଖିବାକୁ ମିଳୁନାହିଁ। ସାଧାରଣ ଅର୍ଥରେ ଅସ୍ମିତା କହିଲେ ଯାହାକୁ ନେଇ ଆମର ପରିଚୟ ଓ ଅସ୍ତିତ୍ୱ ଗଢ଼ିଉଠିଛି ତାହାହିଁ ଅସ୍ମିତା। ଏହି ଅସ୍ମିତା ଗୋଟିଏ ଜାତିର ପରିଚୟ ଓ ସ୍ବାଭିମାନର ମୂଳଉତ୍ସ।

କିଶୋର ଚନ୍ଦ୍ର ବେହେରା
ଅଧ୍ୟାପକ, ରାଜନୀତି ବିଜ୍ଞାନ ବିଭାଗ, ସିନ୍ଧେଦେବୀ ସ୍ନାତକ ମହାବିଦ୍ୟାଳୟ
ନନ୍ଦପୁର, କୋରାପୁଟ
ମୋ:୯୪୩୭୯୫୫୫୬୮


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?