ଦର ବୃଦ୍ଧି ରୋକିବାକୁ ସରକାରଙ୍କ ପ୍ରୟାସ

ନୂଆଦିଲ୍ଲୀ,୨୬।୫: ସରକାରଙ୍କ ପକ୍ଷରୁ ଚିନି ରପ୍ତାନିର ସର୍ବାଧିକ ସୀମା ନିର୍ଦ୍ଧାରଣ ସମ୍ପର୍କିତ ନିଷ୍ପତ୍ତି ଠିକ୍‌ ସମୟରେ ନିଆଯାଇଥିବା ବୁଧବାର କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି। ଏହି ନିଷ୍ପତ୍ତି ସତର୍କତା ଆଧାରରେ ନିଆଯାଇଛି। ଫଳରେ ଅକ୍ଟୋବର-ନଭେମ୍ବର ପର୍ବପର୍ବାଣି ଋତୁରେ ଚିନି ଅଭାବ ଘଟିବନାହିଁ ଏବଂ ଦର ମଧ୍ୟ ଠିକ୍‌ ରହିବ ବୋଲି ସଚିବ କହିଛନ୍ତି। ତେବେ ଅନ୍ୟ ସମସ୍ତ ପଦାର୍ଥ ତୁଳନାରେ ଚିନି ଦର ସ୍ଥିର ରହିଛି। ଆଗାମୀ ଦିନରେ ଦର ବୃଦ୍ଧି ଆଶଙ୍କା ଦୂର କରିବାକୁ ଏହି ପଦକ୍ଷେପ ନିଆଯାଇଛି। ଏହା ସହିତ ଚିନି ଉତ୍ପାଦନ କ୍ଷେତ୍ରରେ ବ୍ରାଜିଲକୁ ପଛରେ ପକାଇ ଭାରତ ବିଶ୍ୱର ଅଗ୍ରଣୀ ଦେଶ ଏବଂ ୨ୟ ସର୍ବାଧିକ ରପ୍ତାନିକାରୀ ଭାବରେ ପରିଗଣିତ ହୋଇଥିବା ସଚିବ ସୂଚନା ଦେଇଛନ୍ତି। ଭାରତ ସରକାର ଚଳିତ ମାର୍କେଟିଂ ବର୍ଷ ପାଇଁ ଚିନି ରପ୍ତାନିର ସର୍ବାଧିକ ସୀମା ୧ କୋଟି ଟନ୍‌ ନିର୍ଦ୍ଧାରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଏଫ୍‌ସିର କ୍ରଞ୍ଚତ୍ଏଷ୍ଟ ବ୍ଲକ୍‌ବଷ୍ଟର ‘ଚିଜା’

ନୂଆଦିଲ୍ଲୀ,୧୨।୧: ଅନ୍ତଃରାଷ୍ଟ୍ରୀୟ ଫୁଡ୍‌ ବ୍ରାଣ୍ଡ୍‌ କେଏଫ୍‌ସିର ଲୋକପ୍ରିୟ ଖାଦ୍ୟ ‘ଚିଜା’ର ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହି କଲ୍ଟ ଫାଭ୍‌ କେଏଫ୍‌ସି ଚିଜା ଚଳିତ...

ଶୀଘ୍ର ସ୍ବାଭାବିକ ହେବନି ବଜାର ସ୍ଥିତି

ଭୁବନେଶ୍ୱର,୮।୫: କୋଭିଡ୍‌-୧୯କୁ ନିୟନ୍ତ୍ରଣ ଲାଗି ସରକାର ଲକ୍‌ଡାଉନ ୩.୦ ଲାଗୁ କରିଛନ୍ତି। କିଛି କିଛି କ୍ଷେତ୍ରରେ କଟକଣା ସହ ବ୍ୟବସାୟ ପୁନଃ ଆରମ୍ଭ କରିବା ଲାଗି...

ଏଫ୍‌ପିଆଇଙ୍କ ପୁଞ୍ଜି ପ୍ରତ୍ୟାହାର ଧାରା ଜାରି

ନୂଆଦିଲ୍ଲୀ,୧୫-୭: ଜୁଲାଇରେ ବିଦେଶୀ ନିବେଶକମାନେ ପୁଞ୍ଜି ପ୍ରତ୍ୟାହାର ଧାରା ଜାରି ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪୯୫୩ କୋଟି ଟଙ୍କା ଉଠାଇ ନେଇଛନ୍ତି। ଚଳିତ ମାସ...

ସିଏସ୍‌ଆର୍‌ ଉଲ୍ଲଂଘନ ହେଲେ ଜେଲ୍‌;ପ୍ରତ୍ୟାହାର ନେଇ ବିଚାର କରିବେ ସୀତାରାମନ୍‌

ନୂଆଦିଲ୍ଲୀ,୧୧-୮: କର୍ପୋରେଟ ସାମାଜିକ ଉତ୍ତରଦାୟିତ୍ୱ(ସିଏସ୍‌ଆର୍‌) ସର୍ତ୍ତ ଉଲ୍ଲଂଘନ ହେବା କ୍ଷେତ୍ରରେ ଜେଲ୍‌ର ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ନେଇ ବିଚାର କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା...

୨୫ ହଜାର କୋଟି ପୁଞ୍ଜି ସଂଗ୍ରହ କରିବେ ବ୍ୟାଙ୍କ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ୨୫ ହଜାର ଅତିରିକ୍ତ ପୁଞ୍ଜି ସଂଗ୍ରହ କରିବା ନେଇ ବର୍ତ୍ତମାନ ଯୋଜନା କରୁଛନ୍ତି। ଆଗାମୀ ୩ ମାସରେ ଉଭୟ ଇକ୍ୱିଟି ଏବଂ...

ଭାରତର ଫରେକ୍ସ ରିଜର୍ଭ ୪ର୍ଥ ସର୍ବବୃହତ୍‌

ନୂଆଦିଲ୍ଲୀ,୧୫।୩: ଭାରତର ଫରେକ୍ସ ରିଜର୍ଭ ବା ବିଦେଶୀ ମୁଦ୍ରାଭଣ୍ଡାର ଲଗାତର ଭାବେ ବଢି ଚାଲିଛି। ଏହା ରୁଷିଆକୁ ଟପି ବିଶ୍ୱର ୪ର୍ଥ ସର୍ବବୃହତ୍‌ ମୁଦ୍ରାଭଣ୍ଡାର ହୋଇଥିବା ଜଣାପଡିଛି।...

୧୮୬୧ ପଏଣ୍ଟ ବଢିଲା ସେନ୍‌ସେକ୍ସ

ମୁମ୍ବାଇ,୨୬। ୩: ଭାରତୀୟ ପୁଞ୍ଜି ବଜାରର ସେନ୍‌ସେକ୍ସ ଏବଂ ନିଫ୍ଟି କାରବାରରେ ବୁଧବାର ଉଲ୍ଲେଖନୀୟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ଏହି ସମୟରେ ସେନ୍‌ସେକ୍ସ ସର୍ବାଧିକ ଦୈନିକ...

ପାତ୍ରପଡାରେ ଶ୍ରୀ ଦୁର୍ଗାର ନୂଆ ଶୋ’ରୁମ

ଭୁବନେଶ୍ୱର,୨୭-୫: ଦକ୍ଷିଣ ଓଡିଶାର ପ୍ରମୁଖ ଶାଢି ଏବଂ ଗାର୍ମେଣ୍ଟ ରିଟେଲର ଶ୍ରୀ ଦୁର୍ଗା ସ୍ଥାନୀୟ ପାତ୍ରପଡାରେ ନୂଆ ଶୋ’ରୁମ ଶୁଭାରମ୍ଭ କରିଛି। ବ୍ରହ୍ମପୁରରେ ଏହା ପ୍ରଥମ...

Advertisement
Archives

Model This Week