ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଲୋଡା: ଶିକ୍ଷା ଲାଭରୁ ବଞ୍ଚିତ ଛାତ୍ରୀଛାତ୍ର

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ରବିବାର ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ “ସାଧାରଣ ଶିକ୍ଷା ବ୍ୟବସ୍ଥା: ସ୍ଥିତି ଓ ଭବିଷ୍ୟତ” ସଂପର୍କିତ ଏକ ଆଲୋଚନା ସଭା ହୋଇଯାଇଛି। କେ.ଏସ.ୟୁ.ବି. କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ଧ୍ବଂସ ବିଧ୍ବଂସ ହୋଇ ସବୁ ବେଳେ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇ ଆସୁଥିବା ଏକ କ୍ଷୁଦ୍ର ଦେଶ ଜାପାନ ଶିକ୍ଷାକୁ ଗୁରତ୍ୱ ଦେଇ ଏକ ବିକଶିତ ରାଷ୍ଟ୍ର ରୂପେ ଉଭା ହୋଇଛି ବୋଲି କହିଥିଲେ। ତତ୍‌ ସଙ୍ଗେ ସଙ୍ଗେ ନାଗରିକମାନେ ମାନବୀୟ ଗୁଣର ଅଧିକାରୀ ହୋଇପାରିଛନ୍ତି। ଆମେ ମଧ୍ୟ ଏ କ୍ଷେତ୍ରରେ ଆଗକୁ ବଢ଼ିବାକୁ ପଡିବ ବୋଲି କହିଥିଲେ। ଗୋବରା ପ୍ରଫୁଲ୍ଲ କୁମାରୀ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡ. ନଳିନୀପ୍ରଭା ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁ ଶିକ୍ଷା ପରିବାରରୁ ଆରମ୍ଭ ହୁଏ ବୋଲି କହିଥିଲେ। ରାଜ୍ୟସ୍ତରୀୟ ଛାତ୍ର ପ୍ରତିନିଧି ଚନ୍ଦନ ସାହୁ କହିଥିଲେ ଯେ, ନୂତନ ଶିକ୍ଷାନୀତି ୨୦୨୦ କେନ୍ଦ୍ର ସରକାର ରାଜ୍ୟ ମାନଙ୍କର ସହମତି ବିନା ସଙ୍ଘୀୟ ବ୍ୟବସ୍ଥାକୁ ବେଖାତିର କରି ପ୍ରଚଳନ କରିଛନ୍ତି ବୋଲି ଅଭିଯୋଗ କରିଥିଲେ।
ନୂତନ ଶିକ୍ଷାନୀତି ଲାଗୁ ପରେ ଶିକ୍ଷାନୁଷ୍ଠାନଗୁଡିକୁ ଯେଉଁ ସୁବିଧା ଦିଆଯିବା କଥା ଦିଆଯାଇନାହିଁ। ଏନଇପି ଅନୁସାରେ ଶିକ୍ଷକ ପଦବୀ ପୂରଣ ହେଉନାହିଁ। ଶିକ୍ଷାଦାନ ସମେତ ଅନ୍ୟାନ୍ୟ ସରକାରୀ କାର୍ଯ୍ୟରେ ଶିକ୍ଷକମାନେ ବ୍ୟସ୍ତ ରହୁଛନ୍ତି। ଫଳରେ ଶିକ୍ଷକମାନେ ଚାପରେ ରହୁଛନ୍ତି। ଏଥିସହ ଶିକ୍ଷାନୁଷ୍ଠାନ ଗୁଡିକରେ ଆହୁରି ଅନେକ ସମସ୍ୟା ଲାଗି ରହିଛି । ତେଣୁ ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡ଼ିଛି । ଏଥିପ୍ରତି ସରକାର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ଆଉ କିଛି ବକ୍ତା କହିଥିଲେ। ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ଜେନା ଯୋଗଦେଇ କହିଥିଲେ ଯେ, ଦେଶର ଶାସନାଧୀନ ସରକାରଙ୍କ ଆଦର୍ଶ ଓ ଆଭିମୁଖ୍ୟକୁ ନେଇ ଶିକ୍ଷା ନୀତି ନିର୍ଦ୍ଧାରଣ ଓ ପ୍ରଣୟନ ହୁଏ। ଆମ ଦେଶର ବିଦ୍ୟାଳୟ ଶିକ୍ଷା ଓ ବୈଷୟିକ ଶିକ୍ଷା ଅନୁଷ୍ଠାନ ଗୁଡ଼ିକ ବହୁଳ ଭାବେ ଧନୀ ଶ୍ରେଣୀର ଲୋକଙ୍କ ଦ୍ୱାରା ପରିଚାଳିତ ହେବା ଫଳରେ ସାଧାରଣ ପରିବାରର ଛାତ୍ରୀଛାତ୍ର ଶିକ୍ଷା ଲାଭ କରିବାରୁ ବଞ୍ଚିତ ହେବା ସଙ୍ଗେ ସଙ୍ଗେ ଲୁଟିବା କୁଟିବାର ଶିକାର ହେଉଛନ୍ତି ବୋଲି ପ୍ରକାଶ କରିଥିଲେ। ପ୍ରସଙ୍ଗ କ୍ରମେ ମୁଖ୍ୟବକ୍ତା କହିଥିଲେ ପ୍ରାଥମିକ ସ୍ତରରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ମାଗଣା,ବାଧ୍ୟତାମୂଳକ ଓ ବୈଜ୍ଞାନିକ ଭିତ୍ତିକ ହେବା ଉଚିତ୍‌। ଅନୁଷ୍ଠାନ ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ଅଭିମନ୍ୟୁ ଗୌଡ଼ ଓ ଉପସଭାପତି ପଦ୍ମଚରଣ ପ୍ରଧାନ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାର ଆମୂଳଚୂଳ ପରିବର୍ତ୍ତନ ପାଇଁ ଆହ୍ବାନ ଦେଇଥିଲେ। ଶିକ୍ଷକମାନେ ଶ୍ରେଣୀଗୃହରେ ଶିକ୍ଷାଦାନ ସମୟରେ ସେମାନଙ୍କ ଶିକ୍ଷା ବିଜ୍ଞାନ ଭିତ୍ତିକ ହେଉଥିବା ବେଳେ ବାହାରେ କିଛି ଅବୈଜ୍ଞାନିକ ଆଚରଣ ପ୍ରଦର୍ଶନ କରନ୍ତି । ଯାହା ଅଗ୍ରହଣୀୟ ଓ ଅନୁଚିତ। ଶିକ୍ଷକମାନେ
ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ମାନବୀୟ ଗୁଣ ଓ ବୈଜ୍ଞାନିକ ଚେତନା ଜାଗ୍ରତ କରିବାରେ ସହାୟକ ହେବା ଉଚିତ। ବହୁ ଅର୍ଥ ବିନିମୟରେ ଅଣ ଉତ୍ପାଦନକ୍ଷମ ଉତ୍ସବ ପାଳନ କରିବା ପରିବର୍ତ୍ତେ ମାନବ ସଭ୍ୟତାର ଅଗ୍ରଗତି ପାଇଁ ବୈଜ୍ଞାନିକ ଓ ସମାଜ ସଂସ୍କାରକମାନଙ୍କ ଅବଦାନର ସ୍ମୃତିରେ ଉତ୍ସବ ଆୟୋଜନରେ ଗୁରୁତ୍ୱ ଦେବା ବିଧେୟ ବୋଲି କହିଥିଲେ। ସୁଧୀର ନାୟକ, କୃଷକ ସଭାର ସଭାପତି ମୁଗୁନା ଗମାଙ୍ଗ ଓ ସମ୍ପାଦକ ଦୀନବନ୍ଧୁ ଜେନା,ଶିକ୍ଷକ ଭଞ୍ଜ କିଶୋର୍‌ ପ୍ରଧାନ , ଜୟରାମ ଗୌଡ଼, ମୋହନ ସାହୁ, ଯୁବ କଂଗ୍ରେସ ନେତା ସୁକାନ୍ତ ଦିଗାଲ, ଅବସର ପ୍ରାପ୍ତ ମୁଖ୍ୟ କିରାଣୀ ତାରିଣୀ ନାୟକ, କୁର୍ମୀ କ୍ଷତ୍ରିୟ ସଂସ୍ଥାର ସମ୍ପାଦକ ବୈଦ୍ୟନାଥ ପ୍ରଧାନ, କୃଷକ ନେତା ଉଲା ସେଠି, ଛାତ୍ର ନେତା ଉତ୍ତମ ପ୍ରଧାନ , ଛାତ୍ରୀ ତପସିନୀ ନାୟକ, କୃଷ୍ଣ ନାୟକ ସମେତ ବହୁ ଛାତ୍ରୀ ଛାତ୍ର ଓ ଗ୍ରାମବାସୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପାଠାଗାରାର ସମ୍ପାଦକ ଭଞ୍ଜ କିଶୋର ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପାଠାଗାରାର ଶୁଭେଚ୍ଛୁ ଦିବଂଗତ କୃଷ୍ଣ ବାଡତ୍ୟାଙ୍କ ସ୍ମୁତିରେ ଏକ ମିନିଟ ନିରବତା ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟକୁ ରାଜ୍ୟସ୍ତରୀୟ ପ୍ରଥମ ପୁରସ୍କାର, ଉତ୍କୃଷ୍ଟତା ପ୍ରମାଣ କରି ଛାତ୍ରୀଛାତ୍ର…

ଭଞ୍ଜନଗର,୨୦ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ର ପୁନର୍ବାର ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ସମୟରେ ନିଜର ଉତ୍କୃଷ୍ଟତା ପ୍ରମାଣ କରିଛନ୍ତି। ଇତିମଧ୍ୟରେ ଭାରତ ସରକାରଙ୍କ…

ଦ୍ୱୈତ ସଦସ୍ୟତାକୁ ନେଇ ସଙ୍କଟ: ନୀତୀଶ-ନୀତିନଙ୍କୁ ୧୦ ଦିନ ମଧ୍ୟରେ ନେବାକୁ ପଡିବ ନିଷ୍ପତ୍ତି – ନଚେତ ଯାଇପାରେ ରାଜ୍ୟ ସଭା ଆସନ

ନୂଆଦିଲ୍ଲୀ,୨୦।୩: ପୁଣିଥରେ ବିହାର ରାଜନୀତିରେ ସାମ୍ବିଧାନିକ ବ୍ୟବସ୍ଥା ସମ୍ପର୍କରେ ଉତ୍ତେଜନା ତୀବ୍ର ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଭାଜପା ନେତା ନୀତିନ ନବୀନଙ୍କ ରାଜ୍ୟ ସଭା…

ଗଞ୍ଜାମରେ ଗ୍ୟାସ୍‌ ସମସ୍ୟା: ଅଧିକାଂଶ ଫାଷ୍ଟଫୁଡ୍‌-ହୋଟେଲ ବନ୍ଦ, ଖାଉଟି ଅସନ୍ତୁଷ୍ଟ

ଗଞ୍ଜାମ,୨୦ା୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ କିଛିଦିନ ହେବ ଜାଳେଣି ଗ୍ୟାସ ସମସ୍ୟା ଦେଖାଦେଇଛ। ଲୋକଙ୍କୁ ମିଳୁନି ଗ୍ୟାସ୍‌। ଫଳରେ ଖାଉଟି ତଥା ଗ୍ୟାସ୍‌ ଉପଭୋକ୍ତାଙ୍କ ମଧ୍ୟରେ ଘୋର…

ଜିଲାପାଳଙ୍କ ଅଫିସ ଆଗରେ ଚାଷୀ ପାଳିଲେ ପଖାଳ ଦିବସ: ଧାନବିକ୍ରି ଦାବି ନେଇ…

ବରଗଡ଼,୨୦ା୩(ପ୍ରେମାନନ୍ଦ ଖମାରୀ): ଧାନବିକ୍ରି ଦାବି ନେଇ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଗତ ୫ତାରିଖରୁ ଧାନବସ୍ତା ଗଦା କରି ବରଗଡ଼ ଜିଲା…

LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ ଡେଲିଭରି ପାଇଁ ଅପେକ୍ଷା କରନ୍ତୁ…’

ନୂଆଦିଲ୍ଲୀ,୨୦।୩: ଏକ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ, ପେଟ୍ରୋଲିୟମ ମନ୍ତ୍ରଣାଳୟର ଯୁଗ୍ମ ସଚିବ କହିଛନ୍ତି ଯେ ଦେଶର ସମସ୍ତ ରିଫାଇନାରୀ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରୁଛି। ସେ ଉଲ୍ଲେଖ…

ତେଜିଲା ଆନ୍ଦୋଳନ: ତହସିଲଦାରଙ୍କ ଗାଡ଼ି ଆଗରେ ଶୋଇଲେ ଚାଷୀ

ଚାନ୍ଦବାଲି,୨୦।୩: ଭଦ୍ରକ ଜିଲା ତିହିଡି ବ୍ଲକ ଚାରିତରଫ ସୋସାଇଟରେ ଶୁକ୍ରବାର ଚାଷୀ ଅସନ୍ତୋଷ ଦେଖାଦେଇଛି। ମଣ୍ଡିରୁ ଧାନ ଉଠୁ ନ ଥିବା ଅଭିଯୋଗ କରି ଚାଷୀମାନେ ରାଜ…

ମେ’ ୪ରୁ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା: ଅନୁମତି ପାଇଁ କମିଟି ଜିଲାପାଳଙ୍କୁ ଭେଟି…

ଛତ୍ରପୁର,୨୦ା୩(ଦିଲ୍ଲୀପ ସାମଲ): ଚଳିତ ବର୍ଷ ଗଞ୍ଜାମ ଜିଲା ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଯାତ୍ରା କମିଟି ପକ୍ଷରୁ…

ହର୍ମୁଜ ଷ୍ଟ୍ରେଟ ଆକ୍ରମଣକୁ ନେଇ କଡ଼ା ଚେତାବନୀ ଦେଲାଣି ଭାରତ! କହିଲା ବେକାର ଯିବନାହିଁ ନିର୍ଦ୍ଦୋଶ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୦।୩: ଯୁକ୍ତରାଜ୍ୟରେ ଭାରତର ହାଇକମିଶନର ବିକ୍ରମ ଡୋରାଇସ୍ବାମୀ, ହର୍ମୁଜ ଷ୍ଟ୍ରେଟରେ ଜାହାଜ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ବିକ୍ରମ ଡୋରାଇସ୍ବାମୀ ସମସ୍ତ ନାବିକଙ୍କ ସୁରକ୍ଷା, ନୌଚାଳନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri