ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଲୋଡା: ଶିକ୍ଷା ଲାଭରୁ ବଞ୍ଚିତ ଛାତ୍ରୀଛାତ୍ର

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ରବିବାର ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ “ସାଧାରଣ ଶିକ୍ଷା ବ୍ୟବସ୍ଥା: ସ୍ଥିତି ଓ ଭବିଷ୍ୟତ” ସଂପର୍କିତ ଏକ ଆଲୋଚନା ସଭା ହୋଇଯାଇଛି। କେ.ଏସ.ୟୁ.ବି. କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ଧ୍ବଂସ ବିଧ୍ବଂସ ହୋଇ ସବୁ ବେଳେ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇ ଆସୁଥିବା ଏକ କ୍ଷୁଦ୍ର ଦେଶ ଜାପାନ ଶିକ୍ଷାକୁ ଗୁରତ୍ୱ ଦେଇ ଏକ ବିକଶିତ ରାଷ୍ଟ୍ର ରୂପେ ଉଭା ହୋଇଛି ବୋଲି କହିଥିଲେ। ତତ୍‌ ସଙ୍ଗେ ସଙ୍ଗେ ନାଗରିକମାନେ ମାନବୀୟ ଗୁଣର ଅଧିକାରୀ ହୋଇପାରିଛନ୍ତି। ଆମେ ମଧ୍ୟ ଏ କ୍ଷେତ୍ରରେ ଆଗକୁ ବଢ଼ିବାକୁ ପଡିବ ବୋଲି କହିଥିଲେ। ଗୋବରା ପ୍ରଫୁଲ୍ଲ କୁମାରୀ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡ. ନଳିନୀପ୍ରଭା ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁ ଶିକ୍ଷା ପରିବାରରୁ ଆରମ୍ଭ ହୁଏ ବୋଲି କହିଥିଲେ। ରାଜ୍ୟସ୍ତରୀୟ ଛାତ୍ର ପ୍ରତିନିଧି ଚନ୍ଦନ ସାହୁ କହିଥିଲେ ଯେ, ନୂତନ ଶିକ୍ଷାନୀତି ୨୦୨୦ କେନ୍ଦ୍ର ସରକାର ରାଜ୍ୟ ମାନଙ୍କର ସହମତି ବିନା ସଙ୍ଘୀୟ ବ୍ୟବସ୍ଥାକୁ ବେଖାତିର କରି ପ୍ରଚଳନ କରିଛନ୍ତି ବୋଲି ଅଭିଯୋଗ କରିଥିଲେ।
ନୂତନ ଶିକ୍ଷାନୀତି ଲାଗୁ ପରେ ଶିକ୍ଷାନୁଷ୍ଠାନଗୁଡିକୁ ଯେଉଁ ସୁବିଧା ଦିଆଯିବା କଥା ଦିଆଯାଇନାହିଁ। ଏନଇପି ଅନୁସାରେ ଶିକ୍ଷକ ପଦବୀ ପୂରଣ ହେଉନାହିଁ। ଶିକ୍ଷାଦାନ ସମେତ ଅନ୍ୟାନ୍ୟ ସରକାରୀ କାର୍ଯ୍ୟରେ ଶିକ୍ଷକମାନେ ବ୍ୟସ୍ତ ରହୁଛନ୍ତି। ଫଳରେ ଶିକ୍ଷକମାନେ ଚାପରେ ରହୁଛନ୍ତି। ଏଥିସହ ଶିକ୍ଷାନୁଷ୍ଠାନ ଗୁଡିକରେ ଆହୁରି ଅନେକ ସମସ୍ୟା ଲାଗି ରହିଛି । ତେଣୁ ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡ଼ିଛି । ଏଥିପ୍ରତି ସରକାର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ଆଉ କିଛି ବକ୍ତା କହିଥିଲେ। ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ଜେନା ଯୋଗଦେଇ କହିଥିଲେ ଯେ, ଦେଶର ଶାସନାଧୀନ ସରକାରଙ୍କ ଆଦର୍ଶ ଓ ଆଭିମୁଖ୍ୟକୁ ନେଇ ଶିକ୍ଷା ନୀତି ନିର୍ଦ୍ଧାରଣ ଓ ପ୍ରଣୟନ ହୁଏ। ଆମ ଦେଶର ବିଦ୍ୟାଳୟ ଶିକ୍ଷା ଓ ବୈଷୟିକ ଶିକ୍ଷା ଅନୁଷ୍ଠାନ ଗୁଡ଼ିକ ବହୁଳ ଭାବେ ଧନୀ ଶ୍ରେଣୀର ଲୋକଙ୍କ ଦ୍ୱାରା ପରିଚାଳିତ ହେବା ଫଳରେ ସାଧାରଣ ପରିବାରର ଛାତ୍ରୀଛାତ୍ର ଶିକ୍ଷା ଲାଭ କରିବାରୁ ବଞ୍ଚିତ ହେବା ସଙ୍ଗେ ସଙ୍ଗେ ଲୁଟିବା କୁଟିବାର ଶିକାର ହେଉଛନ୍ତି ବୋଲି ପ୍ରକାଶ କରିଥିଲେ। ପ୍ରସଙ୍ଗ କ୍ରମେ ମୁଖ୍ୟବକ୍ତା କହିଥିଲେ ପ୍ରାଥମିକ ସ୍ତରରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ମାଗଣା,ବାଧ୍ୟତାମୂଳକ ଓ ବୈଜ୍ଞାନିକ ଭିତ୍ତିକ ହେବା ଉଚିତ୍‌। ଅନୁଷ୍ଠାନ ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ଅଭିମନ୍ୟୁ ଗୌଡ଼ ଓ ଉପସଭାପତି ପଦ୍ମଚରଣ ପ୍ରଧାନ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାର ଆମୂଳଚୂଳ ପରିବର୍ତ୍ତନ ପାଇଁ ଆହ୍ବାନ ଦେଇଥିଲେ। ଶିକ୍ଷକମାନେ ଶ୍ରେଣୀଗୃହରେ ଶିକ୍ଷାଦାନ ସମୟରେ ସେମାନଙ୍କ ଶିକ୍ଷା ବିଜ୍ଞାନ ଭିତ୍ତିକ ହେଉଥିବା ବେଳେ ବାହାରେ କିଛି ଅବୈଜ୍ଞାନିକ ଆଚରଣ ପ୍ରଦର୍ଶନ କରନ୍ତି । ଯାହା ଅଗ୍ରହଣୀୟ ଓ ଅନୁଚିତ। ଶିକ୍ଷକମାନେ
ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ମାନବୀୟ ଗୁଣ ଓ ବୈଜ୍ଞାନିକ ଚେତନା ଜାଗ୍ରତ କରିବାରେ ସହାୟକ ହେବା ଉଚିତ। ବହୁ ଅର୍ଥ ବିନିମୟରେ ଅଣ ଉତ୍ପାଦନକ୍ଷମ ଉତ୍ସବ ପାଳନ କରିବା ପରିବର୍ତ୍ତେ ମାନବ ସଭ୍ୟତାର ଅଗ୍ରଗତି ପାଇଁ ବୈଜ୍ଞାନିକ ଓ ସମାଜ ସଂସ୍କାରକମାନଙ୍କ ଅବଦାନର ସ୍ମୃତିରେ ଉତ୍ସବ ଆୟୋଜନରେ ଗୁରୁତ୍ୱ ଦେବା ବିଧେୟ ବୋଲି କହିଥିଲେ। ସୁଧୀର ନାୟକ, କୃଷକ ସଭାର ସଭାପତି ମୁଗୁନା ଗମାଙ୍ଗ ଓ ସମ୍ପାଦକ ଦୀନବନ୍ଧୁ ଜେନା,ଶିକ୍ଷକ ଭଞ୍ଜ କିଶୋର୍‌ ପ୍ରଧାନ , ଜୟରାମ ଗୌଡ଼, ମୋହନ ସାହୁ, ଯୁବ କଂଗ୍ରେସ ନେତା ସୁକାନ୍ତ ଦିଗାଲ, ଅବସର ପ୍ରାପ୍ତ ମୁଖ୍ୟ କିରାଣୀ ତାରିଣୀ ନାୟକ, କୁର୍ମୀ କ୍ଷତ୍ରିୟ ସଂସ୍ଥାର ସମ୍ପାଦକ ବୈଦ୍ୟନାଥ ପ୍ରଧାନ, କୃଷକ ନେତା ଉଲା ସେଠି, ଛାତ୍ର ନେତା ଉତ୍ତମ ପ୍ରଧାନ , ଛାତ୍ରୀ ତପସିନୀ ନାୟକ, କୃଷ୍ଣ ନାୟକ ସମେତ ବହୁ ଛାତ୍ରୀ ଛାତ୍ର ଓ ଗ୍ରାମବାସୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପାଠାଗାରାର ସମ୍ପାଦକ ଭଞ୍ଜ କିଶୋର ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପାଠାଗାରାର ଶୁଭେଚ୍ଛୁ ଦିବଂଗତ କୃଷ୍ଣ ବାଡତ୍ୟାଙ୍କ ସ୍ମୁତିରେ ଏକ ମିନିଟ ନିରବତା ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅନାସ୍ଥା ପରେ ଖାଲି ପଡ଼ିଥିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ: ଉପାଧ୍ୟକ୍ଷ ବିଶ୍ୱନାଥଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

ଗୁଣପୁର,୩୧।୧(ସଂକେତ ପାତ୍ର)- ଅନାସ୍ଥା ପ୍ରସ୍ତାବ ଗୃହୀତ ହେବା ପରେ ଲକ୍ଷ୍ମୀ ଶବରଙ୍କ ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ ଗତ ୨୨ତାରିଖର ରଦ୍ଦ ହୋଇଥିଲା। ଏହାପରେ…

ଖାଦ୍ୟ ପରିବେଷଣରେ ବିଳମ୍ବ ହେବାରୁ ସଂଘର୍ଷ: ଗଡ଼ିଲା ୨ ମୁଣ୍ଡ

ଗାଜିଆବାଦ,୩୧ା୧: ଗାଜିଆବାଦର ଏକ ଭୋଜନାଳୟରେ ଖାଦ୍ୟ ପରିବେଷଣରେ ବିଳମ୍ବକୁ ନେଇ ବିବାଦ ଦେଖାଦେବା ସହ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର…

ଅବସର ନେଲେ ରାଜେନ୍ଦ୍ର କୁମାର, କେଏସୟୁବିର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ କୁମୁନ୍ଦ ମହାପାତ୍ର

ଭଞ୍ଜନଗର,୩୧।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଅଧ୍ୟକ୍ଷ ପଦବୀରୁ ଶନିବାର ଅବସର ନେଇଛନ୍ତି। ଏନେଇ ସନ୍ଧ୍ୟାରେ…

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

ସୀମାନ୍ତ ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟନ କଲା ବ୍ଲକ ପ୍ରଶାସନ 

ପଟ୍ଟାଙ୍ଗି,୩୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସୀମାନ୍ତ ନେରିଡିବାଲସା ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଗୃହକୁ…

କାଉନ୍‌ସିଲରଙ୍କ ଘରୁ ଲୁଟ୍‌: ବର୍ଷକର ଝିଅ ବେକରେ ଛୁରୀ ଲଗାଇ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ, ଭୟରେ…

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ବର୍ଷକର ଝିଅ ବେକରେ ଛୁରୀ ଲଗାଇଲେ। ପରେ ମା’ଙ୍କୁ କାବୁ କରି ଘରୁ ସୁନା ଲୁଟିନେଲେ ଦୁଇ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି…

ବରଗଡ଼ର ଗୌରବ: ମାଷ୍ଟର ଗେମ୍‌ରେ ସ୍ବର୍ଣ୍ଣ ପଦକ ହାତେଇଲେ ୨ଭଉଣୀ

ବରଗଡ଼,୩୧।୧(ପ୍ରେମାନନ୍ଦ ଖମାରୀ): ମହାରାଷ୍ଟ୍ରର ମିନାତାଇ ଠାକରେ ଷ୍ଟାଡିୟମ, ନାସିକରେ ପ୍ରଥମ ଯୁନାଇଟେଡ ନ୍ୟାସନାଲ ମାଷ୍ଟର୍ସ ଗେମ୍ସ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଗତ ୨୮ତାରିଖରୁ ଶନିବାର ପର୍ଯ୍ୟନ୍ତ ଚାଲିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri