ଆକାଶ ବାଇଜୁସ୍‌ର ‘ସମସ୍ତଙ୍କ ପାଇଁ ଶିକ୍ଷା’

ଭୁବନେଶ୍ୱର,୧୧।୮: ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ‘ଆଜାଦୀ କା ଅମୃତ ମହୋସତ୍ବ’ ପାଳନ କରୁଛି। ଏହି ପରିପ୍ରେକ୍ଷୀରେ ଆକାଶ ବାଇଜୁସ୍‌ ଜାତୀୟସ୍ତରରେ ଏକ ସ୍ବତନ୍ତ୍ର ପ୍ରକଳ୍ପ ‘ସମସ୍ତଙ୍କ ପାଇଁ ଶିକ୍ଷା’ର ଶୁଭାରମ୍ଭ କରିଛି। ଏହା ଜରିଆରେ ବେସରକାରୀ କୋଚିଂ କ୍ଷେତ୍ରରେ ଛାତ୍ରୀମାନଙ୍କର ଅନ୍ତର୍ଭୁକ୍ତି ଏବଂ ସଶକ୍ତୀକରଣ ପାଇଁ ଏକ ବୃହତ  ଅଭିଯାନର ମଧ୍ୟ ଆୟୋଜନ କରୁଛି। ଏଥିରେ ୨୦୦୦ ବଞ୍ଚତ୍ତ ଓ ଛାତ୍ରମାନଙ୍କୁ (୮ମରୁ ଦ୍ୱାଦଶ ପର୍ଯ୍ୟନ୍ତ) ମାଗଣାରେ ଏନ୍‌ଇଇଟି ଏବଂ ଜେଇଇ କୋଚିଂ ଓ ସ୍କଲାରଶିପ ପ୍ରଦାନ କରାଯିବ ବୋଲି ଘୋଷଣା କରିଛି। ଏପରିକି ସମଗ୍ର ଦେଶରେ ଏକ ସମୟରେ ୪୫ଟି ସ୍ଥାନରେ ଏହି ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି।

ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ଏରୋସିଟିସ୍ଥିତ ଜେଡବ୍ଲ୍ୟୁ ମାରିଅଟ ହୋଟେଲ ପରିସରରେ ମଙ୍ଗଳବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଆକାଶ ବାଇଜୁସ୍‌ର ଚେୟାରମ୍ୟାନ ଜେ.ସି. ଚୌଧୁରୀ,ଏମ୍‌ଡି ଆକାଶ ଚୌଧୁରୀ ଏବଂ ସିଇଓ ଅଭିଷେକ ମାହେଶ୍ୱରୀଙ୍କ ସମେତ ଅନୁଷ୍ଠାନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଚଳିତ ବର୍ଷ ନଭେମ୍ବର ୫ରୁ ୧୩ ପର୍ଯ୍ୟନ୍ତ ଆୟୋଜନ କରାଯାଉଥିବା ଇନ୍‌ଷ୍ଟିଚ୍ୟୁଟର ଛାମୁଆ ସ୍କଲାରଶିପ ପରୀକ୍ଷା ‘ଆକାଶ ବାଇଜୁସ୍‌ ଜାତୀୟ ଟାଲେଣ୍ଟ ହଣ୍ଟ ଏକ୍‌ଜାମ-୨୦୨୨’ (ଆନ୍ଥେ- ୨୦୨୨) ହେବ। ଉକ୍ତ ପରୀକ୍ଷାରୁ ଶ୍ରେଷ୍ଠ ୨୦୦୦ ଛାତ୍ରୀଛାତ୍ରଙ୍କୁ ସ୍ବତନ୍ତ୍ର ଭାବେ ବିବେଚନା ଆଧାରରେ ଆକାଶ ବାଇଜୁସ୍‌ର ସବୁଠାରୁ ଆକାଂକ୍ଷିତ ଏନ୍‌ଇଇଟି ଏବଂ ଆଇଆଇଟି-ଜେଇଇ ପାଠ୍ୟକ୍ରମ ମାଗଣାରେ କୋଚିଂ ଦିଆଯିବ।
ଏ ସମ୍ପର୍କରେ ଆକାଶ ବାଇଜୁସ୍‌ର ମ୍ୟାନେଜିଂ ଡାଇରେକ୍ଟର ଆକାଶ ଚୌଧୁରୀ କହିଛନ୍ତି, ‘ଏହି କ୍ଷେତ୍ରରେ ଦୀର୍ଘକାଳ ଧରି ରହିଥିବା ଦୃଷ୍ଟିରୁ ଆମେ ଲକ୍ଷ୍ୟ କରୁଛୁ ଯେ ଆମ ଦେଶରେ କେବଳ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷା ନିମନ୍ତେ ଆଶା ଆକାଂକ୍ଷା ବୃଦ୍ଧି ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri