କମିପାରେ ଖାଇବା ତେଲ ମୂଲ୍ୟ

ନୂଆଦିଲ୍ଲୀ,୧୨।୯: ଗତ ୧୪ ମାସ ମଧ୍ୟରେ ଭାରତୀୟ ବଜାରର ଖୁଚୁରା ଖାଇବା ତେଲ ମୂଲ୍ୟ ପ୍ରାୟ ୭୦% ବୃଦ୍ଧି ଘଟିଛି। ଏହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ସରକାର ମଧ୍ୟ ଉକ୍ତ ଘଟଣାକୁ ଗୁରୁତ୍ୱର ସହ ନେଇଥିବା ଜଣାପଡ଼ିଛି। ଗତ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ଅନୁସାରେ ଅଶୋଧିତ ପାମ୍‌ ତେଲର ଆମଦାନୀ ଶୁଳ୍କ ୧୦% ରୁ ୨.୫%କୁ ହ୍ରାସ କରାଯାଇଛି। ସେହିପରି ଅଶୋଧିତ ସୋୟା ଓ ସୂର୍ଯ୍ୟମୂଖୀ ତେଲର ଆମଦାନୀ ଶୁଳ୍କ ୭.୫%ରୁ ୨.୫%କୁ ହ୍ରାସ ଘଟିଛି ।

ଏଥି ସହିତ ବିଶୋଧିତ ଗ୍ରେଡ୍‌ ପାମୋଲିନ ତେଲ, ସୋୟା ତେଲ ଏବଂ ସୂର୍ଯ୍ୟମୁଖୀ ତେଲ ଉପରେ ମୂଳ ଆମଦାନୀ ଶୁଳ୍କ ୩୭.୫%ରୁ ୩୨.୫%କୁ ଖସି ଆସିଛି। ଆମଦାନୀ ଶୁଳ୍କ ହ୍ରାସ ପରେ ଅଶୋଧିତ ପାମୋଲିନ ତେଲ, ଅଶୋଧିତ ସୋୟା ତେଲ ଏବଂ ସୂର୍ଯ୍ୟମୁଖୀ ତେଲ ଉପରେ ସମୁଦାୟ ୨୪.୭୫% ଟିକସ ଲାଗୁ ହେବ ବୋଲି ଜଣାପଡ଼ିଛି। ଏଥିରେ ୨.୫% ବେସ୍‌ ଆମଦାନୀ ଶୁଳ୍କ ରହିଥିବା ବେଳେ ଅନ୍ୟାନ୍ୟ ଟ୍ୟାକ୍ସ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ତେବେ ସରକାରଙ୍କ ଏହି ପଦକ୍ଷେପ ଯୋଗୁ ବଜାରରେ ବିଭିନ୍ନ ବର୍ଗର ଖାଇବା ତେଲର ମୂଲ୍ୟ ହ୍ରାସ ହେବ ବୋଲି ଅନୁମାନ କରାଯାଉଛି। ସେହିପରି ବିଭିନ୍ନ ରାଷ୍ଟ୍ରରୁ ଆମଦାନୀ ଜରିଆରେ ଦେଶର ଖାଇବା ତେଲର ଦୁଇତୃତୀୟାଂଶ ଚାହିଦା ପୂରଣ ହୋଇଥାଏ। ଭାରତ ଏହାର ଘରୋଇ ବ୍ୟବହାର ପାଇଁ ଇଣ୍ଡୋନେସିଆ ଏବଂ ମାଲେସିଆ ଭଳି ଦେଶରୁ ପାମୋଲିନ ତେଲ ଆମଦାନୀ କରିଥାଏ। କେନ୍ଦ୍ର ସରକାରଙ୍କ ଉକ୍ତ ନିର୍ଦ୍ଦେଶାବଳୀ ଶନିବାର ଠାରୁ ସାରା ଦେଶରେ ଲାଗୁ କରାଯିବା ନେଇ ଖାଦ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆମଦାନୀ ଶୁଳ୍କ ହ୍ରାସ ଯୋଗୁ ଏହିସବୁ ତୈଳର ଖୁଚୁରା ମୂଲ୍ୟରେ ପ୍ରତି ଲିଟର ପିଛା ପ୍ରାୟ ୪ରୁ ୫ ଟଙ୍କା ହ୍ରାସ ହୋଇପାରେ ବୋଲି ସଲଭେଣ୍ଟ ଏକ୍ସପୋର୍ଟର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏସ୍‌ଇଏଆଇ) ଙ୍କ କାର୍ଯ୍ୟକାରୀ ନିର୍ଦ୍ଦେଶକ ବି.ଭି. ମେହେଟା କହିଛନ୍ତି। ଭାରତରେ ସରକାର ଶୁଳ୍କ ହ୍ରାସ କରିବା ପରେ ମଧ୍ୟ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ବୃଦ୍ଧି ହେବାର ବି ଦେଖାଯାଇଛି। ଏଣୁ ଶୁଳ୍କ ହ୍ରାସ ଯୋଗୁ ବେଶି ନ ହେଲେ ବି ଖାଉଟିଙ୍କୁ ଲିଟର ପିଛା ୨ରୁ ୩ଟଙ୍କା ଶସ୍ତାରେ ଏହା ନିଶ୍ଚିତ ମିଳିପାରେ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ଓଡ଼ିଶା ବ୍ୟବସାୟ ମହାସଂଘର ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ସରକାର ଯଦି ସତରେ ଉକ୍ତ ନିଷ୍ପତ୍ତିକୁ ଯଥାଶୀଘ୍ର ରାଜ୍ୟରେ ଲାଗୁ କରିବା ସହ ବଜାର ଦର ଉପରେ ନଜର ରଖିବେ ତା’ ହେଲେ ରାଜ୍ୟର କୋଟି କୋଟି ଖାଉଟି ଏହାଦ୍ୱାରା ବେଶ୍‌ ଉପକୃତ ହୋଇପାରିବେ। ଗତ କିଛି ମାସ ମଧ୍ୟରେ ବିଭିନ୍ନ ବର୍ଗର ତେଲ ଯଥା ସୋରିଷ ତେଲ ଲିଟର ପିଛା ୮୦ ଟଙ୍କା ଥିବା ବେଳେ ଏବେ ୧୯୦ ଟଙ୍କା, ପାମୋଲିନ ୬୫ ଟଙ୍କା ଥିବା ବେଳେ ଏବେ ୧୭୫ ଟଙ୍କା, ସୂର୍ଯ୍ୟମୁଖୀ ତେଲ ୮୫ ଟଙ୍କା ଥିବା ବେଳେ ଏବେ ୧୭୫ ଟଙ୍କାରେ ବିକ୍ରି ହେଉଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri