Posted inଜାତୀୟ

‘ଡିଜିଟାଲ୍ ନିଶା’ରେ ଭାରତୀୟ ଯୁବପିଢ଼ି: ଚିନ୍ତା ପ୍ରକଟ କଲେ ସରକାର

ନୂଆଦିଲ୍ଲୀ,୨୯।୧: ଦିନକୁ ଦିନ ଭାରତୀୟ ଯୁବପିଢ଼ିଙ୍କ ଡିଜିଟାଲ ନିଶା ବଢ଼ିବାରେ ଲାଗିଛି। ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ୨୦୨୫-୨୬ ରିପୋର୍ଟରେ ଏହି ଧାରାକୁ ‘ଉଦ୍‌ବେଗଜନକ’ ବୋଲି ଦର୍ଶାଯାଇଛି। ବିଶେଷ କରି ଶିଶୁ ଏବଂ କିଶୋରମାନଙ୍କ ମଧ୍ୟରେ ଦ୍ରୁତ ଗତିରେ ବଢୁଥିବା ଡିଜିଟାଲ୍ ଆସକ୍ତିକୁ ନେଇ ସରକାର ଚିନ୍ତା ପ୍ରକଟ କରିଛନ୍ତି। ସ୍ମାର୍ଟଫୋନ୍, ସୋସିଆଲ ମିଡିଆ ଏବଂ ଗେମିଂରେ ଅତ୍ୟଧିକ ସମୟ ବିତାଇବା ଯୋଗୁଁ ଯୁବପିଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟ ଓ ଶିକ୍ଷା ଗୁରୁତର ଭାବେ ପ୍ରଭାବିତ ହେଉଥିବା ଏଥିରେ ଚେତାବନୀ ଦିଆଯାଇଛି।

ରିପୋର୍ଟ ଅନୁଯାୟୀ, ଅତ୍ୟଧିକ ସ୍କ୍ରିନ୍ ବ୍ୟବହାର ଯୋଗୁଁ ଏକାଗ୍ରତା ହ୍ରାସ, ନିଦ୍ରାହୀନତା, ଉଦ୍‌ବେଗ ଏବଂ ଅବସାଦ ଭଳି ସମସ୍ୟା ଦେଖାଦେଉଛି। ମନୋବିଜ୍ଞାନୀଙ୍କ ମତରେ, ଶାରୀରିକ କାର୍ଯ୍ୟକଳାପ କମିବା କାରଣରୁ କମ୍ ବୟସରୁ ଜୀବନଶୈଳୀ ଜନିତ ରୋଗ ମଧ୍ୟ ବୃଦ୍ଧି ପାଉଛି।

ଏହି ନିଶା କେବଳ ବ୍ୟକ୍ତିଗତ ନୁହେଁ, ବରଂ ଆର୍ଥିକ କ୍ଷତିର ମଧ୍ୟ କାରଣ ସାଜୁଛି। ଅନଲାଇନ୍ ଗେମିଂରେ ଅର୍ଥ ନଷ୍ଟ, ସାଇବର ଠକେଇ ଏବଂ କାର୍ଯ୍ୟଦକ୍ଷତା ହ୍ରାସ ଯୋଗୁଁ ଦେଶର ଦୀର୍ଘକାଳୀନ ଅର୍ଥନୈତିକ ଅଭିବୃଦ୍ଧି ପ୍ରଭାବିତ ହେବା ଆଶଙ୍କା ରହିଛି। ଏଥିସହିତ ଡିଜିଟାଲ୍ ଜଗତରେ ବ୍ୟସ୍ତ ରହିବା ଫଳରେ ଯୁବପିଢ଼ି ପରିବାର ଓ ସମାଜଠାରୁ ଦୂରେଇ ଯାଉଛନ୍ତି, ଯାହା ସେମାନଙ୍କ ସାମାଜିକ ଦକ୍ଷତାକୁ ଦୁର୍ବଳ କରୁଛି।

ରିପୋର୍ଟରେ କୁହାଯାଇଛି ଯେ, ୧୫ ରୁ ୨୪ ବର୍ଷ ବୟସ୍କଙ୍କ ମଧ୍ୟରେ ସୋସିଆଲ ମିଡିଆ ଆସକ୍ତି ଯୋଗୁଁ ଆତ୍ମହତ୍ୟା ହାର ଏବଂ ସାଇବର ବୁଲିଂ ଭଳି ଘଟଣା ବୃଦ୍ଧି ପାଉଛି। ବର୍ତ୍ତମାନ ଭାରତରେ ପ୍ରାୟ ୩୫ କୋଟି ଲୋକ ସୋସିଆଲ ମିଡିଆ ଏବଂ ୪୦ କୋଟି ଲୋକ ଓଟିଟି ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି।

ଏଭଳି ସ୍ଥିତିରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସର୍ଭେରେ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ସୁପାରିଶ କରାଯାଇଛି। କ୍ଲାସରୁମ୍‌ରେ ସ୍ମାର୍ଟଫୋନ୍ ବ୍ୟବହାର ଉପରେ ରୋକ୍ ଲଗାଇବାକୁ କୁହାଯାଇଛି। ପିଲାମାନଙ୍କ ପାଇଁ ସ୍କ୍ରିନ୍-ଟାଇମ୍ ସୀମା ନିର୍ଦ୍ଧାରଣ ଏବଂ ସାଇବର-ସୁରକ୍ଷା ଶିକ୍ଷା ମଧ୍ୟ ଆଗକୁ ପ୍ରଦାନ କରାଯିବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଅଭିଭାବକମାନେ ଘରେ ‘ଡିଭାଇସ୍-ଫ୍ରି’ ସମୟ ପାଳନ କରିବା ଏବଂ ପିଲାଙ୍କୁ ଶାରୀରିକ ଖେଳକୂଦ ପାଇଁ ଉତ୍ସାହିତ କରିବା ଆବଶ୍ୟକ। ସରକାରଙ୍କ ତରଫରୁ ମଧ୍ୟ ମାନସିକ ସ୍ୱାସ୍ଥ୍ୟ ହେଲ୍ପଲାଇନର ବ୍ୟାପକ ପ୍ରସାର କରାଯିବ।

ଅଷ୍ଟ୍ରେଲିଆ, ଚାଇନା ଏବଂ ଦକ୍ଷିଣ କୋରିଆ ଭଳି ଦେଶଗୁଡ଼ିକ ଯୁବପିଢ଼ିଙ୍କୁ ଡିଜିଟାଲ୍ ନିଶାରୁ ମୁକ୍ତ କରିବା ପାଇଁ କଡ଼ା ନିୟମ ପ୍ରଣୟନ କରିଛନ୍ତି। ଭାରତ ମଧ୍ୟ ଏହି ଦିଗରେ ଚିନ୍ତା କରିବାର ସମୟ ଆସିଛି ବୋଲି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ପାଇଁ ଗର୍ଭବତୀ ମହିଳା କମାଣ୍ଡୋଙ୍କୁ ଡମ୍ବେଲ୍‌ରେ ପିଟି ପିଟି ହତ୍ୟା କଲେ ସ୍ୱାମୀ

ନୂଆଦିଲ୍ଲୀ,୨୯।୧: ରାଜଧାନୀ ଦିଲ୍ଲୀରୁ ଏକ ଲୋମ ଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ରେ କାର୍ଯ୍ୟରତ ୨୭ ବର୍ଷୀୟା ମହିଳା କମାଣ୍ଡୋ କାଜଲଙ୍କୁ ତାଙ୍କ…

ଭିଜିଲାନ୍ସ ଜାଲରେ ଏସସିବି ମେଡିକାଲର ସହକାରୀ ପ୍ରଫେସର: ୨.୬୩ ଲକ୍ଷ ଟଙ୍କା ଜବତ

କଟକ,୨୯।୧: ଭିଜିଲାନ୍ସ ଜାଲରେ ପଡିଲେ ଏସସିବି ମେଡିକାଲର ଡାକ୍ତର ସନାତନ ବେହେରା। ଚିକିତ୍ସା ସରଞ୍ଜାମ ଯୋଗାଉଥିବା ବିଡରଙ୍କ ଠାରୁ ଲାଞ୍ଚ ନେଇ ଧରାପଡିଲେ। ଗୁରୁବାର ଅପରାହ୍ନରେ ତାଙ୍କ…

ସୁନେତ୍ରା ହେବେ ଉପ ମୁଖ୍ୟମନ୍ତ୍ରୀ! ଅଜିତ ପାଓ୍ବାରଙ୍କ ନିଧନ ପରେ…

ମୁମ୍ବାଇ,୨୯।୧: ଦିବଂଗତ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି କରିବାକୁ ଦାବି ହୋଇଛି। ଏନସିପି ନେତା ଏବଂ ମନ୍ତ୍ରୀ ନରହରି ଜିରୱାଲ…

UGC New Rules: General, SC, ST, OBCଙ୍କ ପାଇଁ ହେଉ ଅଲଗା ଅଲଗା ହଷ୍ଟେଲ, ଶୁଣୁ ଶୁଣୁ କାହିଁକି ରାଗିଗଲେ CJI, କହିଲେ…

ନୂଆଦିଲ୍ଲୀ,୨୯।୧: ନୂତନ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ନିୟମକୁ ଗୁରୁବାର (ଜାନୁଆରୀ ୨୯, ୨୦୨୬)ରେ ଚ୍ୟାଲେଞ୍ଜ କରି ଏକ ଆବେଦନର ଶୁଣାଣି କରିବା ସମୟରେ, ବିଭିନ୍ନ ଜାତି…

ଭାରତରେ ନୂଆ ମାଇଲଖୁଣ୍ଟ ଅତିକ୍ରମ କଲା ଡିଜିଟାଲ୍ ବିପ୍ଳବ: ୬୧% ବ୍ୟବହାରକାରୀ ଦେଖୁଛନ୍ତି ସର୍ଟ-ଭିଡିଓ

ନୂଆଦିଲ୍ଲୀ,୨୯।୧: ଭାରତରେ ଡିଜିଟାଲ୍ ବିପ୍ଳବ ଏକ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି। ‘ଇଣ୍ଟରନେଟ୍ ଆଣ୍ଡ ମୋବାଇଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ’ (IAMAI) ରିପୋର୍ଟ ଅନୁଯାୟୀ, ୨୦୨୫ ସୁଦ୍ଧା…

୨୧୧ ଯାତ୍ରୀକୁ ନେଇ ଯାଉଥିବା ଇଣ୍ଡିଗୋ ବିମାନରେ ଧକ୍କା ହେଲା ପକ୍ଷୀ, ଆଉ ତା’ପରେ…

ନୂଆଦିଲ୍ଲୀ,୨୯।୧: ଗୋଆରୁ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଶମଶାବାଦ) ଯାଉଥିବା ଏକ ଇଣ୍ଡିଗୋ ବିମାନରେ ବୁଧବାର ପକ୍ଷୀ ଧକ୍କା ହୋଇଥିଲା। ବିମାନ ଭିତରେ ୨୧୧ ଜଣ ଯାତ୍ରୀ…

କାହିଁକି ଇସ୍ରାଏଲ ଯାଉଛନ୍ତି ମୋଦି? ପାକିସ୍ତାନ ସହ ହଜିବ ହମାସର ନିଦ

ନୂଆଦିଲ୍ଲୀ/ଇସଲାମାବାଦ,୨୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ରାଏଲ ଗସ୍ତ ସମ୍ପର୍କରେ ପୁଣି ଥରେ ଆଲୋଚନା ଜୋର ଧରିଛି। ରିପୋର୍ଟ ଅନୁଯାୟୀ ଏହି ଗସ୍ତ ୨୭-୨୮ ଫେବୃଆରୀ, ୨୦୨୬ ରେ…

ବ୍ଲାକ ବକ୍ସ ଉଦ୍ଧାର! ବାରାମତୀ ବିମାନ ଦୁର୍ଘଟଣାକୁ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦେଲା ବଡ଼ ଅପଡେଟ

ମୁମ୍ବାଇ,୨୯।୧: ବାରାମତୀ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ମୃତ୍ୟୁରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରିଛି। ମନ୍ତ୍ରଣାଳୟ କହିଛି ଯେ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri