ଭଞ୍ଜନଗର,୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଏବଂ ଘୁମୁସର ଗବେଷଣା ପ୍ରତିଷ୍ଠାନ(ଜିଜିପି) ପକ୍ଷରୁ ମିଳିତ ଭାବେ ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏଥିରେ ଘୁମୁସର ଗବେଷଣା ପ୍ରତିଷ୍ଠାନର ସଭାପତି ତଥା ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ଆପଟ ଅଧ୍ୟକ୍ଷତା କରିଥିଲେ। ନାରୀମାନେ ହେଉଛନ୍ତି ପରିବାରର ଗୃହଲକ୍ଷ୍ମୀ । ନାରୀମାନେ ଶିକ୍ଷିତ ହେଲେ ପରିବେଶ ସୁରକ୍ଷା ସହ ଆର୍ଥିକ କ୍ଷେତ୍ରରେ ପ୍ରଗତି ହୋଇପାରିବେ। ଏଥିସହ ଶିକ୍ଷାର ଉନ୍ନତି ସହ ସ୍ବାସ୍ଥ୍ୟର ଉନ୍ନତି ମଧ୍ୟ ହୋଇପାରିବ ବୋଲି ବକ୍ତାମାନେ କହିଥିଲେ। ନାରୀ ଶିକ୍ଷିତ ହେଲେ ଦେଶର ପ୍ରଗତି ହୋଇପାରିବ। ତେଣୁ ନାରୀମାନଙ୍କୁ ଆହୁରି ଆଗକୁ ବଢିବା ପାଇଁ ସୁଯୋଗ ଦେବା ଉଚିତ୍ ବୋଲି ବକ୍ତାମାନେ କହିଥିଲେ।
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଅଧ୍ୟକ୍ଷ ବିଭାସ ଦାସଙ୍କ ପରାମର୍ଶ କ୍ରମେ ଜାତୀୟ ସେବା ଯୋଜନା ଶାଖା ୧ ପକ୍ଷରୁ ଏହି ସଭା ମିଳିତ ଭାବେ ହୋଇଥିଲା। ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ ଶ୍ୟାମାପ୍ରସାଦ ମିଶ୍ର, ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ପୂର୍ବତନ ଜାତୀୟ ସେବା ଯୋଜନା ଅଧିକାରୀ ତପନ କୁମାର ମିଶ୍ର, ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ଲୋକନାଥ ମହାନ୍ତି, ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ଡ ଶିରିଶ କୁମାର ଷଡଙ୍ଗୀ, ରାଜ୍ୟସ୍ତରୀୟ ଶିକ୍ଷକ ନେତା ଜଗବନ୍ଧୁ ଜେନା, ସନ୍ତୋଷ ଜେନା, ନେତାଜୀ ବିଷୋୟୀ, ଅଧ୍ୟାପକ ତଥା ପୂର୍ବତନ ଜାତୀୟ ସେବା ଯୋଜନା ଅଧିକାରୀ ଡ ରବୀନ୍ଦ୍ର କୁମାର ମିଶ୍ର, ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ବଟନି ବିଭାଗର ମୁଖ୍ୟ ଅଧ୍ୟାପିକା ସୁନିତା ରାଣୀ ଖଣ୍ଡୁଆଳ, ଜି ଉଦୟଗିରି କଲେଜର ବରିଷ୍ଠ ଅଧ୍ୟାପକ ବିନାୟକ ବିଶାଳ, ଶିକ୍ଷକ ବିଶ୍ୱଜିତ୍ ସ୍ବାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଯୋଜନା ଅଧିକାରୀ ବି ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
ଏଥିରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏବଂ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଛାତ୍ରୀମାନେ ଯୋଗ ଦେଇଥିଲେ। ଏହା ପୁର୍ବରୁ ଘୁମୁସର ଗବେଷଣା ପ୍ରତିଷ୍ଠାନର ଆଗାମୀ ବାର୍ଷିକ ଅଧିବେଶନ ଉପରେ ଆଲୋଚନା ହୋଇଥିଲା। ଏଥିରେ ଉକ୍ତ କର୍ମକର୍ତ୍ତାମାନେ ଯୋଗଦେଇ ଘୁମୁସର ଗବେଷଣା ପ୍ରତିଷ୍ଠାନର ରାଜ୍ୟ ସ୍ତରୀୟ ବାର୍ଷିକ ଅଧିବେଶନ କନ୍ଧମାଳ ଜିଲା ଟିକାବାଲିଠାରେ ମାର୍ଚ୍ଚ ୨୯ରେ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏଥିସହ କନ୍ଧମାଳ ଜିଲାର ୨ ଜଣ ବିଦ୍ୱାନ ବ୍ୟକ୍ତଙ୍କୁ ଉକ୍ତ ଉତ୍ସବରେ ସମ୍ବର୍ଦ୍ଧିତ କରିବା ପାଇଁ ଆଜିର ବୈଠକରେ ନିଷ୍ପତ୍ତି ହୋଇଥିଲା।

