‘ଏକ ଷ୍ଟେଶନ ଏକ ଉପତ୍ାଦ’ ଜରିଆରେ ଆର୍ଥିକ ଅଭିବୃଦ୍ଧି

ଭୁବନେଶ୍ୱର, ୯।୮: ଭାରତୀୟ ରେଳପଥର ବହୁ ପ୍ରତୀକ୍ଷିତ ‘ଏକ ଷ୍ଟେଶନ ଏକ ଉପତ୍ାଦ’ କାର୍ଯ୍ୟକ୍ରମ ଅଧୀନରେ ଆରମ୍ଭ କରାଯାଇଥିବା ଆକର୍ଷଣୀୟ ଷ୍ଟଲ୍‌ଗୁଡିକ ପ୍ରତିଦିନ ଭଲ ରୋଜାଗାର କରୁଛନ୍ତି। ଏପରିକି ଉଭୟ ଖୋର୍ଦ୍ଧା ରୋଡ୍‌ ଓ ଭୁବନେଶ୍ୱର ରେଳ ଷ୍ଟେଶନଠାରେ ପ୍ରତିଦିନ ୪୦୦୦ରୁ ୬୦୦୦ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀ ବିକ୍ରି ହେଉଛି। ଫଳରେ ଷ୍ଟେଶନରେ ଷ୍ଟଲ୍‌ ନେଇଥିବା ଉପତ୍ାଦକ ସଙ୍ଗଠନଗୁଡ଼ିକ ଭଲ ଦି ପଇସା ରୋଜଗାର କରିବା ସଙ୍ଗେ ସଙ୍ଗେ ଆର୍ଥିକ ଅଭିବୃଦ୍ଧିକୁ ମଧ୍ୟ ମଜଭୁତ କରିପାରିଛନ୍ତି।

ଉଲ୍ଲେଖଯୋଗ୍ୟ, ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର କୃଷକ, ମହିଳା, କାରିଗର, ବୁଣାକାରଙ୍କ ବିକାଶ ପାଇଁ ରାଷ୍ଟ୍ରୀୟ କୃଷି ଓ ଗ୍ରାମ୍ୟ ବିକାଶ ବ୍ୟାଙ୍କ (ନ୍ୟାଶନାଲ ବ୍ୟାଙ୍କ ଫର୍‌ ଏଗ୍ରିକଲ୍‌ଚର ଆଣ୍ଡ ରୁରାଲ ଡେଭଲପମେଣ୍ଟ ବା ନାବାର୍ଡ) କାର୍ଯ୍ୟ କରୁଛି। ଏପରିକି ସେମାନଙ୍କ ଆର୍ଥିକ ଅଭିବୃଦ୍ଧି ଦିଗରେ ମଧ୍ୟ ନାବାର୍ଡ ଉଦ୍ୟମ ଜାରି ରଖିଛି। ଏହି କ୍ରମରେ ଭାରତୀୟ ରେଲଓ୍ବେ ପକ୍ଷରୁ ନିକଟରେ ଆରମ୍ଭ କରାଯାଇଥିବା ‘ଏକ ଷ୍ଟେଶନ ଏକ ଉପତ୍ାଦ’ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ କରିବା ପାଇଁ ନାବାର୍ଡ ମଧ୍ୟ ଉଦ୍ୟମ ଆରମ୍ଭ କରିଛି। ଏପରିକି ନାବାର୍ଡ ପକ୍ଷରୁ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ‘ନିଗମ’ର ସହାୟତାରେ ଖୋର୍ଦ୍ଧା ଜିଲାର କାର୍ଯ୍ୟରତ ବିଭିନ୍ନ କୃଷକ ଉପତ୍ାଦକ ସଙ୍ଗଠନ, ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ବୁଣାକାର ଓ କଳାକାରମାନଙ୍କ ଦ୍ୱାରା ଗଠିତ ଉପତ୍ାଦନ ସଙ୍ଗଠନଗୁଡ଼ିକ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ବିକ୍ରି ପାଇଁ ଉଦ୍ୟମ ଚାଲିଛି।

ସେହିଭଳି ଖୋର୍ଦ୍ଧା ରୋଡ୍‌ ଏବଂ ଭୁବନେଶ୍ୱର ରେଳ ଷ୍ଟେଶନଠାରେ ‘ଏକ ଷ୍ଟେଶନ ଏକ ଉପତ୍ାଦ’ ଏକ ଆକର୍ଷଣୀୟ ଷ୍ଟଲ୍‌ ମଧ୍ୟ ନିକଟରେ ଉଦ୍‌ଘାଟନ କରାଯାଇଥିଲା ବୋଲି ‘ନିଗମ’ ପକ୍ଷରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ ଡ. ସୁଧାଂଶୁ କେ. କେ. ମିଶ୍ର, ଜିଲା ବିକାଶ ପ୍ରବନ୍ଧକ ତୃପ୍ତି ତାପସୀ ରଥ ଏବଂ ଷ୍ଟେଶନ ମ୍ୟାନେଜରଙ୍କ ସହ ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?