ଭାରୀ ଉପକାରୀ ଦେଶୀ ଘିଅ

ଆମ ମନରେ ଏକ ଧାରଣା ବସା ବାନ୍ଧି ରହିଯାଇଛି ଯେ, ଦେଶୀ ଘିଅ ନିୟମିତ ଭାବେ ଖାଇବା ଦ୍ୱାରା ଶରୀର ଓଜନ କ୍ଷିପ୍ର ଗତିରେ ବଢ଼ିବା ସହ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।  ହେଲେ ଆମର ଏଭଳି ଧାରଣା ସମ୍ପୂର୍ଣ୍ଣ ଭୁଲ। ଆର୍ୟୁବେଦ ଶାସ୍ତ୍ର ଅନୁଯାୟୀ, ଘିଅ ଖାଇଲେ ମୋଟାପଣ ଦୂର ହେବା ସହ ଏହା ପାଚନ ତନ୍ତ୍ରକୁ ମଧ୍ୟ ଠିକ ରଖିଥାଏ। ତେବେ ଆସନ୍ତୁ ଜାଣିବା ଘିଅ ଖାଇବାର ୫ଟି ଫାଇଦା ସମ୍ପର୍କରେ…

*ମୋଟାପଣ ଦୂର କରେ

ଘିଅର ନିୟମିତ ସେବନ ଦ୍ୱାରା ବ୍ୟକ୍ତି ନିଜ ମୋଟାପଣରୁ ମୁକ୍ତି ପାଇ ପାରିଥାଏ। ଦେଶୀ ଘିଅରେ ମହଜୁଦ ଥିବା ତତ୍ତ୍ୱ ମେଟାବୋଲିଜିମ୍‌କୁ ଠିକ୍‌ ରଖିଥାଏ। ଏହାଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ। ଗୁଆ ଘିଅରେ କୋଲେଷ୍ଟୋରଲ  ନ ଥାଏ,  ବରଂ ଏହା ଶରୀରରେ ଜମି ରହିଥିବା ଚର୍ବିକୁ ତରଳାଇ ମେଟାବୋଲିଜମ୍‌କୁ ବଢାଇବାରେ ସାହାଯ୍ୟ କରିଥାଏ। ଏଥିଯୋଗୁ ବ୍ୟକ୍ତି ମୋଟାପଣରୁ ମୁକ୍ତି ପାଇଥାଏ।

*ହର୍ମୋନ ସନ୍ତୁଳନ ରଖିଥାଏ

ଦେଶୀ ଘିଅରେ ଭିଟାମିନ ଏ, ଭିଟାମିନ କେ-୨, ଭିଟାମିନ-ଡି, ଭିଟାମିନ-ଇ ପରି ପୋଷକ ତତ୍ତ୍ୱ ଭରି ରହିଥାଏ। ଏଥିଯୋଗୁ ଶରୀରରେ ହର୍ମୋନ ତିଆରି ହେବା ସହ ସନ୍ତୁଳିତ ଅବସ୍ଥାରେ ଥାଏ। ଏଥିନିମନ୍ତେ ଗର୍ଭବତୀଙ୍କ ସମେତ ପ୍ରସବ ପରେ ମଧ୍ୟ ମହିଳାଙ୍କୁ ଦେଶୀ ଘିଅ ଖାଇବାକୁ ପରାମର୍ଶ ଦିଆଯାଇଥାଏ।

*କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦିଏ

ଗୁଆ ଘିଅ ଶରୀର ପାଇଁ ବହୁତ ହିତକର ହୋଇଥାଏ। ଏହାକୁ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଭଳି  ବହୁ ସମସ୍ୟାରୁ ମୁକ୍ତି ମିଳିଥାଏ। ଆର୍ୟୁବେଦ ଶାସ୍ତ୍ର ଅନୁଯାୟୀ, ଦେଶୀ ଘିଅ ଶରୀରରେ ଥିବା ପିତ୍ତକୁ ବାହାର କରି ଦେଇଥାଏ। ଏହାକୁ ସେବନ କରିବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ଅତି ସହଜରେ ବାହାରି ଯାଇଥାଏ।

* ହାଡ଼ ଶକ୍ତ ହୋଇଥାଏ

ଘିଅରେ ଭରପୁର ମାତ୍ରାରେ ଭିଟାମିନ କେ-୨ ରହିଥାଏ।  ଏଥିରେ କ୍ୟାଲସିୟମର ମାତ୍ରା ବୃଦ୍ଧି ପାଇଥାଏ। ଆର୍ୟୁବେଦ ଶାସ୍ତ୍ର ଅନୁସାରେ ଏଥିରେ ଏଭଳି କିଛି ଉପାଦାନ ରହିଛି ଯାହା ହାଡ଼ ପାଇଁ ଆବଶ୍ୟକ ତରଳ ପଦାର୍ଥ ତିଆରି କରିଥାଏ। ଏହାଦ୍ୱାରା ବିଭିନ୍ନ ସ୍ଥାନରେ ଥିବା ଗଣ୍ଠି ମଜବୁତ ହୋଇଥାଏ।

*ତ୍ୱଚା ଏବଂ କେଶ ପାଇଁ ବି ଲାଭଦାୟକ

ଦେଶୀ ଘିଅକୁ ନିୟମିତ ଭାବେ ଫେସ ମସାଜ କରିବା ଦ୍ୱାରା ତ୍ୱଚା ଚମକଦାର ଦେଖାଯାଇଥାଏ। ଏହାଦ୍ୱାରା ତ୍ୱଚାରୁ ଶୁଷ୍କତା ଦୂର ହୋଇଯାଇଥାଏ । ମୁଣ୍ଡରେ ମଧ୍ୟ ଆପଣ ଏହାକୁ ଲଗାଇ ଭରପୁର ଫାଇଦା ପାଇପାରିବେ। ଏହାଦ୍ୱାରା ଚୁଟି ଘନ, କଳା ହେବା ସହ ଚମକ ବଢ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri