ଭାରୀ ଉପକାରୀ ଦେଶୀ ଘିଅ

ଆମ ମନରେ ଏକ ଧାରଣା ବସା ବାନ୍ଧି ରହିଯାଇଛି ଯେ, ଦେଶୀ ଘିଅ ନିୟମିତ ଭାବେ ଖାଇବା ଦ୍ୱାରା ଶରୀର ଓଜନ କ୍ଷିପ୍ର ଗତିରେ ବଢ଼ିବା ସହ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।  ହେଲେ ଆମର ଏଭଳି ଧାରଣା ସମ୍ପୂର୍ଣ୍ଣ ଭୁଲ। ଆର୍ୟୁବେଦ ଶାସ୍ତ୍ର ଅନୁଯାୟୀ, ଘିଅ ଖାଇଲେ ମୋଟାପଣ ଦୂର ହେବା ସହ ଏହା ପାଚନ ତନ୍ତ୍ରକୁ ମଧ୍ୟ ଠିକ ରଖିଥାଏ। ତେବେ ଆସନ୍ତୁ ଜାଣିବା ଘିଅ ଖାଇବାର ୫ଟି ଫାଇଦା ସମ୍ପର୍କରେ…

*ମୋଟାପଣ ଦୂର କରେ

ଘିଅର ନିୟମିତ ସେବନ ଦ୍ୱାରା ବ୍ୟକ୍ତି ନିଜ ମୋଟାପଣରୁ ମୁକ୍ତି ପାଇ ପାରିଥାଏ। ଦେଶୀ ଘିଅରେ ମହଜୁଦ ଥିବା ତତ୍ତ୍ୱ ମେଟାବୋଲିଜିମ୍‌କୁ ଠିକ୍‌ ରଖିଥାଏ। ଏହାଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ। ଗୁଆ ଘିଅରେ କୋଲେଷ୍ଟୋରଲ  ନ ଥାଏ,  ବରଂ ଏହା ଶରୀରରେ ଜମି ରହିଥିବା ଚର୍ବିକୁ ତରଳାଇ ମେଟାବୋଲିଜମ୍‌କୁ ବଢାଇବାରେ ସାହାଯ୍ୟ କରିଥାଏ। ଏଥିଯୋଗୁ ବ୍ୟକ୍ତି ମୋଟାପଣରୁ ମୁକ୍ତି ପାଇଥାଏ।

*ହର୍ମୋନ ସନ୍ତୁଳନ ରଖିଥାଏ

ଦେଶୀ ଘିଅରେ ଭିଟାମିନ ଏ, ଭିଟାମିନ କେ-୨, ଭିଟାମିନ-ଡି, ଭିଟାମିନ-ଇ ପରି ପୋଷକ ତତ୍ତ୍ୱ ଭରି ରହିଥାଏ। ଏଥିଯୋଗୁ ଶରୀରରେ ହର୍ମୋନ ତିଆରି ହେବା ସହ ସନ୍ତୁଳିତ ଅବସ୍ଥାରେ ଥାଏ। ଏଥିନିମନ୍ତେ ଗର୍ଭବତୀଙ୍କ ସମେତ ପ୍ରସବ ପରେ ମଧ୍ୟ ମହିଳାଙ୍କୁ ଦେଶୀ ଘିଅ ଖାଇବାକୁ ପରାମର୍ଶ ଦିଆଯାଇଥାଏ।

*କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦିଏ

ଗୁଆ ଘିଅ ଶରୀର ପାଇଁ ବହୁତ ହିତକର ହୋଇଥାଏ। ଏହାକୁ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଭଳି  ବହୁ ସମସ୍ୟାରୁ ମୁକ୍ତି ମିଳିଥାଏ। ଆର୍ୟୁବେଦ ଶାସ୍ତ୍ର ଅନୁଯାୟୀ, ଦେଶୀ ଘିଅ ଶରୀରରେ ଥିବା ପିତ୍ତକୁ ବାହାର କରି ଦେଇଥାଏ। ଏହାକୁ ସେବନ କରିବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ଅତି ସହଜରେ ବାହାରି ଯାଇଥାଏ।

* ହାଡ଼ ଶକ୍ତ ହୋଇଥାଏ

ଘିଅରେ ଭରପୁର ମାତ୍ରାରେ ଭିଟାମିନ କେ-୨ ରହିଥାଏ।  ଏଥିରେ କ୍ୟାଲସିୟମର ମାତ୍ରା ବୃଦ୍ଧି ପାଇଥାଏ। ଆର୍ୟୁବେଦ ଶାସ୍ତ୍ର ଅନୁସାରେ ଏଥିରେ ଏଭଳି କିଛି ଉପାଦାନ ରହିଛି ଯାହା ହାଡ଼ ପାଇଁ ଆବଶ୍ୟକ ତରଳ ପଦାର୍ଥ ତିଆରି କରିଥାଏ। ଏହାଦ୍ୱାରା ବିଭିନ୍ନ ସ୍ଥାନରେ ଥିବା ଗଣ୍ଠି ମଜବୁତ ହୋଇଥାଏ।

*ତ୍ୱଚା ଏବଂ କେଶ ପାଇଁ ବି ଲାଭଦାୟକ

ଦେଶୀ ଘିଅକୁ ନିୟମିତ ଭାବେ ଫେସ ମସାଜ କରିବା ଦ୍ୱାରା ତ୍ୱଚା ଚମକଦାର ଦେଖାଯାଇଥାଏ। ଏହାଦ୍ୱାରା ତ୍ୱଚାରୁ ଶୁଷ୍କତା ଦୂର ହୋଇଯାଇଥାଏ । ମୁଣ୍ଡରେ ମଧ୍ୟ ଆପଣ ଏହାକୁ ଲଗାଇ ଭରପୁର ଫାଇଦା ପାଇପାରିବେ। ଏହାଦ୍ୱାରା ଚୁଟି ଘନ, କଳା ହେବା ସହ ଚମକ ବଢ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମକର ସଂକ୍ରାନ୍ତି ପୂର୍ବରୁ ଏହି ୩ ରାଶିର ଚମକିବ ଭାଗ୍ୟ, ଘଟିବାକୁ ଯାଉଛି…

୨୦୨୬ରେ, ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯିବ, ଯେତେବେଳେ ସୂର୍ଯ୍ୟ ଧନୁ ରାଶି ଛାଡି ମକର ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ମକର...

ନୂଆବର୍ଷରେ BSNLର ଦମଦାର ଅଫର୍‌, ମାସେ ଯାଏ ଫ୍ରି ଇଣ୍ଟଟରନେଟ୍‌କୁ ସବୁ ମାଗଣା!

ନୂଆଦିଲ୍‌ଲୀ,୨୭।୧୨: ସୁଲଭ ରିଚାର୍ଜ ପ୍ଲାନ ସହିତ ଉପଭୋକ୍ତାମାନଙ୍କୁ ଆକର୍ଷିତ କରିଥିବା ସରକାରୀ ଟେଲିକମ କମ୍ପାନୀ BSNL, ନୂତନ ବର୍ଷ ପାଇଁ ଏକ ଚମତ୍କାର ଅଫର ଘୋଷଣା...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

ଏହି ରାଶି ଉପରେ ଶନିଙ୍କ ପ୍ରକୋପ, ସାଢେ ସତୀ ଚାଲିରେ ବରବାଦ ହୋଇଯିବେ!

୨୦୨୬ରେ, ଶନି ସାରା ବର୍ଷ ପାଇଁ ମୀନ ରାଶିରେ ଭ୍ରମଣ କରିବେ, ଯାହା ଫଳରେ ମେଷ, ମୀନ ଏବଂ କୁମ୍ଭ ରାଶି ଶନିଙ୍କ ସାଡେ ସତୀ...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri