Posted inଖେଳ

ସ୍ବିଟେକ୍‌, ଜାବେରଙ୍କ ସହଜ ବିଜୟ

ପ୍ୟାରିସ, ୨୮।୫: ଟପ୍‌ ସିଡ୍‌ ଇଗା ସ୍ବିଟେକ ଓ ୮ମ ସିଡ୍‌ ଓନ୍ସ ଜାବେର ପ୍ରମୁଖ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସର ପ୍ରଥମ ରାଉଣ୍ଡକୁ ସହଜରେ ଅତିକ୍ରମ କରିଛନ୍ତି। ତେବେ ପୁରୁଷ ବିଭାଗର ଅନେକ ମ୍ୟାଚ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। ପୋଲାଣ୍ଡର ସ୍ବିଟେକ ପ୍ରଥମ ରାଉଣ୍ଡରେ ଅଣସିଡେଡ ଫ୍ରାନ୍ସର ଲୌଲିଆ ଜିନ୍‌ଜିନ୍‌ଙ୍କୁ ୬-୧, ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି। ସେହିପରି ଟ୍ୟୁନୁସିଆର ଓନ୍ସ ଜାବେର ୬-୩, ୬-୨ ସେଟ୍‌ରେ ଅଣସିଡେଡ ଆମେରିକାର ସାଚିଆ ଭିକେରୀଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ଆନାସ୍ତାସିଆ ପୋଟାପୋଭା ୬-୨, ୬-୩ରେ କାମିଲା ରାଖିମୋଭା, ୧୭ଶ ସିଡ୍‌ ଲ୍ୟୁଡମିଲା ସାମସୋନୋଭା ୬-୧, ୬-୧ରେ ମାଗ୍‌ଦା ଲିନେଟି, ହିଲି ବାପ୍ଟିଷ୍ଟେ ୪-୬, ୬-୨, ୬-୨ରେ କାୟଲା ଡେ’ଙ୍କୁ ହରାଇ ଆଗକୁ ବଢ଼ିଛନ୍ତି। ସେହିପରି ଦ୍ୱାଦଶ ସିଡ୍‌ ଜସମିନ ପାଓଲିନି ୬-୩, ୬-୪ରେ ଡାରିଆ ସାଭିଲେଙ୍କୁ ପରାସ୍ତ କରିଛନ୍ତି। ୫ମ ସିଡ୍‌ ମାର୍କେଟା ଭନ୍ଦ୍ରୋସୋଭା ୬-୧, ୬-୩ରେ ରିବେକା ମାସାରୋଭାଙ୍କୁ, କାଟେ ଭଲିନେଟ୍ସ ୭-୬ (୭/୪), ୬-୨ ସେଟ୍‌ରେ ଆଲେକସାଣ୍ଡ୍ରା କ୍ରୁନିକ, ଓ୍ବାଙ୍ଗ ଜିନ୍‌ୟୁ ୦-୬, ୬-୨, ୬-୪ରେ ଜୁଲି ନିଏମେରଙ୍କୁ ଏବଂ ଓଲଗା ଡୋନିଲୋଭିଚ୍‌ ୬-୧, ୬-୨ରେ ମାର୍ଟିନା ଟ୍ରେଭିସାନଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପହଞ୍ଚତ୍ଛନ୍ତି।
ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ଜାନିକ ସିନର ସିଧାସଳଖ ୬-୩, ୬-୩, ୬-୪ରେ ଖ୍ରିଷ୍ଟୋଫର ଇଉବ୍ୟାଙ୍କ୍‌ସଙ୍କୁ ହରାଇ ପ୍ରଥମ ରାଉଣ୍ଡ ଅତିକ୍ରମ କରିଛନ୍ତି। ୯ମ ସିଡ୍‌ ଷ୍ଟିଫାନୋସ ସିତ୍‌ସିପାସ ପ୍ରଥମ ସେଟ୍‌ରେ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ ହେଁ ମାର୍ଟନ ଫୁକ୍‌ସୋଭିକ୍ସଙ୍କୁ ୭-୬ (୯/୭), ୬-୪, ୬-୧ ସେଟ୍‌ରେ ବିଜୟୀ ହୋଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅନ୍ୟ ପ୍ରଥମ ରାଉଣ୍ଡ ମ୍ୟାଚ ଗୁଡ଼ିକରେ କ୍ୱୋନ୍‌ ସୁନ୍‌-ଉ ୬-୩, ୬-୪, ୬-୩ରେ ଇମିଲ ରୁସୁଭୁରିଙ୍କୁ, ୧୫ଶ ସିଡ୍‌ ବେନ୍‌ ସିଲଟନ ୩-୬, ୬-୩, ୬-୪, ୬-୪ରେ ହ୍ୟୁଗୋ ଗଷ୍ଟନଙ୍କୁ ଏବଂ ୨୧ତମ ସିଡ୍‌ ଫେଲିକ୍ସ ଅଗେର ଆଲିସାମି ୬-୨, ୬-୪, ୬-୪ ସେଟ୍‌ରେ ୟୋଶିହିତୋ ନିଶିଓକାଙ୍କୁ ହରାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri