ପୂର୍ବୋଦୟ ବିକାଶ ଆଗରେ ରହିବ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧।୮ (ଅଭୟ ଦାଶ): ଉତ୍କଳ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ୟୁସିସିଆଇଏଲ୍‌) ପକ୍ଷରୁ ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ସହଭାଗିତାରେ ଭୁବନେଶ୍ୱରର ଜନତା ମଇଦାନଠାରେ ଗ୍ଲୋବାଲ ଟ୍ରେଡ୍‌ ଶୋ’ ରିସର୍ଜେଣ୍ଟ ଓଡ଼ିଶା-୨୦୨୪ର ଶୁଭାରମ୍ଭ ଶୁକ୍ରବାର ହୋଇଯାଇଛି। ୨୦୨୪ ଅଗଷ୍ଟ ୩୦ରୁ ଆରମ୍ଭ ହୋଇଥିବା ଏହି ୩ ଦିନିଆ ଟ୍ରେଡ୍‌ ଶୋ’କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି।
ରିସର୍ଜେଣ୍ଟ ଓଡ଼ିଶା-୨୦୨୪କୁ ଉଦ୍‌ଘାଟନକରି ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୪ ଭାଗରୁ ୩ଭାଗ ଲୋକ କୃଷି ଉପରେ ନିର୍ଭର କରୁଛନ୍ତି। ସାଧାରଣ ଶିକ୍ଷା ସହ ବୈଷୟିକ ଶିକ୍ଷା ଗ୍ରହଣ କରୁଥିବା ରାଜ୍ୟର ଛାତ୍ରମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ଲାଗି ଶିଳ୍ପାୟନ ସହ ଅଭିବୃଦ୍ଧି ଆଗକୁ ବଢ଼ାଇବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବୋଦୟ ବିକାଶ ଉପରେ ଜୋର ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ଯେ ପୂର୍ବୋଦୟ ବିକାଶରେ ଓଡ଼ିଶା ସବୁଠୁ ଆଗରେ ରହିବ। ଏପରିକି ଶିଳ୍ପ ସଂସ୍ଥା ଲାଗି ଭିତ୍ତିଭୂମି ବିକାଶ କରିବାକୁ ସରକାର ପ୍ରତିବଦ୍ଧ ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଥିଲେ, ରାଜ୍ୟ ଭିତରେ ମୂଲ୍ୟ ଯୋଗ କରିବା ଲାଗି ଶିଳ୍ପ ସଂସ୍ଥାଗୁଡ଼ିକୁ ଆଗକୁ ଆସିବା ସହ ରାଜ୍ୟରେ ଶିଳ୍ପସଂସ୍ଥା ସ୍ଥାପନ କରିବାକୁ ଚାହଁୁଥିବା କମ୍ପାନୀଗୁଡ଼ିକୁ ବିନା ମୂଲ୍ୟ ଓ ଲିଜ୍‌ ଜରିଆରେ ଜମି ଦେଲେ ଶିଳ୍ପ ସ୍ଥାପନ ପ୍ରକ୍ରିୟା ଆହୁରି ତ୍ୱରାନ୍ବିତ ହୋଇପାରିବ ବୋଲି ସେ କହିଛନ୍ତି।
ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି, ୨୦୨୯ ସୁଦ୍ଧା ଦେଶ ଭିତରୁ ୨.୫ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଥିଲାବେଳେ ୨ ବିଲିଅନ ଡଲାର ଏଫ୍‌ଡିଆଇ ଆଣିବାର ମଧ୍ୟ ଯୋଜନା ରହିଛି।
ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା କହିଥିଲେ, ଶିଳ୍ପାୟନ ନିଯୁକ୍ତି ସୃଷ୍ଟି ଭିତ୍ତିକ ହେବା ଦରକାର। ଯେଉଁ ପ୍ରକାର ଶିଳ୍ପସଂସ୍ଥା ସ୍ଥାପନ ହେଉ ନା କାହିଁକି ତାହା ନିଯୁକ୍ତି ସୁଯୋଗ ସୃଷ୍ଟିକରିବା ଦରକାର ବୋଲି ସେ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି।
ୟୁସିସିଆଇଏଲ୍‌ ସଭାପତି ଡ. ବ୍ରହ୍ମା ମିଶ୍ର ସ୍ବାଗତ ଅଭିଭାଷଣ ପ୍ରଦାନ ସହ ଚାମ୍ବରର ଇତିହାସ ଓ କାର୍ଯ୍ୟଧାରା ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଏପରିକି ଏହି ଟ୍ରେଡ୍‌ ଶୋ’ରେ ଆୟୋଜନ ହେବାକୁ ଥିବା ବିଭିନ୍ନ କର୍ମଶାଳା ଓ ସେମିନାରରୁ ଯେଉଁ ନିଷ୍କର୍ଷ ବାହାରିବ, ତାହାକୁ ନେଇ ଏକ ଶ୍ୱେତପତ୍ର ପ୍ରସ୍ତୁତକରି ରାଜ୍ୟ ସରକାରଙ୍କ ବିଚାର ଲାଗି ଉପସ୍ଥାପନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଏହି ଅବସରରେ ନାଲ୍‌କୋ ସିଏମ୍‌ଡି ଶ୍ରୀଧର ପାତ୍ର, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ଡାଇରେକ୍ଟର ଅତନୁ ଭୌମିକ, ୱେଲ୍‌ସ୍ପୁନ ଅଧ୍ୟକ୍ଷ ଚିନ୍ତନ ଠାକର, ଆଦିତ୍ୟ ବିର୍ଲା ଗ୍ରୁପ୍‌ ଅଧ୍ୟକ୍ଷ ଅର୍ଦ୍ଧେନ୍ଦୁ ମହାପାତ୍ର, ରିସର୍ଜେଣ୍ଟ ଓଡ଼ିଶା-୨୦୨୪ ସଭାପତି ପ୍ରବୋଧ ମହାନ୍ତି, ଏମ୍‌ସିଏଲ୍‌ ନିର୍ଦ୍ଦେଶକ (ଫାଇନାନ୍ସ) ଅଜିତ କୁମାର ବେହୁରା, ରାଉରକେଲା ଷ୍ଟିଲ ପ୍ଲାଣ୍ଟର ପୂର୍ବତନ ଏମ୍‌ଡି ଡା. ସନକ ମିଶ୍ର, ୟୁଏସ୍‌ଏର ଗୋବର୍ଦ୍ଧନ ପଟେଲ, କିସ୍‌ ଚାନ୍‌ସେଲର ଏବଂ ଏକ ସ୍ଥାୟୀ ବିଶ୍ୱ ପାଇଁ ବିଶ୍ୱସ୍ତରୀୟ ଚୁକ୍ତି, ୟୁଏନ୍‌ଇପି ସେକ୍ରେଟାରି ଜେନେରାଲ ସତ୍ୟସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?