ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ଅନଶନ, ସମର୍ଥନ ଦେଉଛି…

କେନ୍ଦୁଝର,୩୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତଟ ରେଳପଥର ଓ୍ବେଲ୍‌ଫେୟାର, ସମ୍ବଲପୁର ସମେତ ଖୋର୍ଦ୍ଧା ମଣ୍ଡର ବିଭିନ୍ନ କର୍ମୀଦଳ ନିୟନ୍ତ୍ରକ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ରେଳଚାଳକ, ସହଚାଳକ ଓ ଟ୍ରେନ୍‌ ପରିଚାଳକମାନେ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ନେତୃତ୍ୱରେ ଅନଶନରେ ବସିଛନ୍ତି। ଏହାକୁ ଅଖିଳ ଭାରତୀୟ ରେଲଚାଳକ ସଂଘ ପୂର୍ଣ୍ଣ ସମର୍ଥନ ଜଣାଇଛି।

ସୂଚନାରୁ ପ୍ରକାଶ ଯେ, ୧୨୦କିଲୋମିଟର ଦୈନିକ ମାଇଲେଜ ଭତ୍ତା ପ୍ରଦାନ, ରେଳ ଚାଳକଙ୍କ ୯ଘଣ୍ଟା କାର୍ଯ୍ୟ ସମୟ ଲାଗୁ, ବେନିୟମ ଭାବରେ କାର୍ଯ୍ୟ ସମୟକୁ କାଟିଦେବା, ଦୁଇ ରାତି ଡ୍ୟୁଟି କଲାପରେ ରାତ୍ରି ବିଶ୍ରାମ ଦେବା, ରେଳ ଚାଳକଙ୍କୁ ୩୬ ଘଣ୍ଟା ଭିତରେ ନିଜ ମୁଖ୍ୟାଳୟକୁ ଫେରାଇ ଆଣିବା, ରେଳ ବୋର୍ଡର ନିୟମ ଅନୁଯାୟୀ ରନିଂ ରୁମ୍‌ ଖୋଲିବା, ଟ୍ରାଙ୍ଗୁଲାର କାର୍ଯ୍ୟ ଶୈଳୀକୁ ବନ୍ଦ କରିବା, ଗାର୍ଡ ବ୍ରେକ୍‌ ଭ୍ୟାନର ଉପଯୁକ୍ତ ମରାମତି, ସମସ୍ତ ରେଳ ଇଞ୍ଜିନରେ ଏସି ଲଗାଇବା ସହିତ ଖରାପ ଏସିଗୁଡିକର ତୁରନ୍ତ ମରାମତି କରିବା, ଇଞ୍ଜିନରେ ଟୁଲ ବକ୍ସ ଓ ଲାଇନ ବକ୍ସର ବ୍ୟବସ୍ଥା କରିବା ଆଦି ୧୧ଦଫା ଦାବି ନେଇ ରେଳ ଚାଳକ ଓ ରେଳ ପରିଚାଳକମାନେ ବାରମ୍ବାର ପ୍ରଶାସନ ନିକଟରେ ଦାବି କରି ଆସୁଛନ୍ତି। ମାତ୍ର ରେଳ ପ୍ରଶାସନ ସର୍ବଦା ଏହାକୁ ଅଣଦେଖା କରି ଆସୁଅଛି। ଏହାର ପ୍ରତିବାଦରେ ଆଜିଠାରୁ ଖୋର୍ଦ୍ଧା, ପାରାଦୀପ, ତାଳଚେର, ଜଖପୁରା ପ୍ରଭୃତି ସ୍ଥାନ ସମେତ କେନ୍ଦୁଝରଗଡ଼ରେ କାର୍ଯ୍ୟରତ ରେଳଚାଳକ, ସହଚାଳକ ଓ ରେଳ ପରିଚାଳକମାନେ ଅନଶନରେ ବସିଛନ୍ତି। ଜୋନ୍‌ସ୍ତରରେ ଅନୁଷ୍ଠିତ ହେଉଥିବା ଏହି ଧର୍ମଘଟରେ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ରମେଶ ସାହୁ ନେତୃତ୍ୱ ନେଉଥିବା ବେଳେ ମଣ୍ଡଳ ସ୍ତରରେ ଭଞ୍ଜ, କେନ୍ଦୁଝରରେ ଆଶିଷ କୁମାର ମହାନ୍ତ ପ୍ରମୁଖ ନେତୃତ୍ୱ ନେଉଛନ୍ତି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବା ସହିତ ଆବଶ୍ୟକ ପଡ଼ିଲେ ଚକା ବନ୍ଦ କରାଯିବ ବୋଲି ସଂଗଠନ ତରଫରୁ ରେଳ ପ୍ରଶାସକଙ୍କୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri