Posted inଖେଳ

ଫାଇନାଲରେ ଇଷ୍ଟ ବେଙ୍ଗଲ

ଭୁବନେଶ୍ୱର,୨୫ା୧(ସରୋଜ ଜେନା): କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ କଳିଙ୍ଗ ସୁପର କପ୍‌ ଫାଇନାଲରେ ପ୍ରବେଶ କରିଛି ଇଷ୍ଟ ବେଙ୍ଗଲ ଏଫ୍‌ସି। ବୁଧବାର ଅନୁଷ୍ଠିତ ସେମିଫାଇନାଲରେ ଦଳ ଜାମସେଦପୁର ଏଫ୍‌ସିକୁ ୨-୦ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଅନ୍ତିମ ମ୍ୟାଚ୍‌ର କୋଲକାତା ଡର୍ବି ବିଜୟୀ ହୋଇଥିବା ଇଷ୍ଟ ବେଙ୍ଗଲ ଆତ୍ମବିଶ୍ୱାସରେ ନଜର ଆସିଥିଲା। ପ୍ରଥମ ମିନିଟରୁ ଦଳ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା। ବୁଧବାର ସନ୍ଧ୍ୟାରେ ଝିପି ଝିପି ବର୍ଷା ହୋଇଥିବା ବେଳେ ଜାମସେଦପୁର ଖେଳାଳିଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିଥିଲା।
ପ୍ରଥମ ମିନିଟରୁ ଇଷ୍ଟ ବେଙ୍ଗଲ ଆକ୍ରମଣାତ୍ମକ ଫୁଟବଲ ଖେଳିଥିଲା। ତେବେ ୧୯ ତମ ମିନିଟରେ ଇଷ୍ଟ ବେଙ୍ଗଲ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ ମାହେର ହିଜାଜି। ଜାଭିଏର ସିଭେରିଓଙ୍କ କଟ୍‌ ବ୍ୟାକ୍‌କୁ ଡିଫ୍ଲେକ୍ଟ କରିବା ସହିତ ଇଷ୍ଟ ବେଙ୍ଗଲକୁ ୧-୦ରେ ଆଗୁଆ କରିଥିଲେ ହିଜାଜି। ୨୬ ତମ ମିନିଟରେ ଜାମସେଦପୁର ଅଧିନାୟକ ମାଞ୍ଜୋରୋ ସ୍କୋର କରିବାକୁ ଉଦ୍ୟମ କରିଥିଲେ ହେଁ ଏହାକୁ ନିଷ୍ଫଳ କରି ଦେଇଥିଲେ ଇଷ୍ଟ ବେଙ୍ଗଲ ଗୋଲକିପର ପ୍ରଭସୁଖରନ୍‌ ଗିଲ୍‌। ଏହାର ୧ ମିନିଟ୍‌ ମଧ୍ୟରେ ମାଞ୍ଜୋରୋ ଓ ହାଓକିପ୍‌ ସ୍କୋର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ପ୍ରଥମ ହାଫ୍‌ରେ ୧-୦ରେ ଆଗୁଆ ରହିଥିଲା ଇଷ୍ଟ ବେଙ୍ଗଲ। ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଇଷ୍ଟ ବେଙ୍ଗଲ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା। ମ୍ୟାଚ୍‌ର ୪୭ ତମ ମିନିଟରେ ଜାଭିଏର ସିଭେରିଓ ଟୋରୋ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ଦ୍ୱିତୀୟ ଗୋଲ ପରେ ଜାମସେଦପୁର ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ ମଧ୍ୟ ସ୍କୋର କରିବାରେ ସମ୍ଭବ ହୋଇ ନ ଥିଲା। ମ୍ୟାଚ୍‌ର ୮୨ ତମ ମିନିଟରେ ଇଷ୍ଟ ବେଙ୍ଗଲକୁ ପେନାଲ୍ଟି କିକ୍‌ ମିଳିଥିଲେ ମଧ୍ୟ ଏହାକୁ ମିସ୍‌ କରିଥିଲେ କ୍ଲେଟନ୍‌ ସିଲ୍‌ଭା। ଶେଷରେ ଫାଇନାଲ ହୁଟର ବାଜିବା ସହ ମ୍ୟାଚ ଜିତି ନେଇଥିଲା ଇଷ୍ଟ ବେଙ୍ଗଲ। ଗୁରୁବାର ଦ୍ୱିତୀୟ ସେମି ଫାଇନାଲରେ ପରସ୍ପରକୁ ଭେଟିବେ ଓଡ଼ିଶା ଏଫ୍‌ସି ଓ ମୁମ୍ବାଇ ସିଟି ଏଫ୍‌ସି। ଏହି ମ୍ୟାଚ୍‌ର ବିଜେତା ୨୮ ତାରିଖରେ ଇଷ୍ଟ ବେଙ୍ଗଲ ସହିତ ଫାଇନାଲ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟରେ ପୋଡ଼ି ହୋଇଗଲେ ଛାତ୍ର: ପ୍ରଧାନଶିକ୍ଷକଙ୍କ ସମେତ ୪ ଶିକ୍ଷକଙ୍କ ଦରମା ବନ୍ଦ

ରାୟଗଡ଼ା,୬।୧: ରାୟଗଡ଼ା ଜିଲା ପାଇକଡାକୁଲୁଗୁଡ଼ା ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଘଟିଥିବା ଅଭାବନୀୟ ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବିଦ୍ୟାଳୟର...

‘ନୋ ପିୟୁସିସି, ନୋ ଫ୍ୟୁଏଲ’ ନୀତି ଉପରେ ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

କଟକ,୬।୧: ରାଜ୍ୟରେ ବୈଧ ପ୍ରଦୂଷଣ ମୁକ୍ତ ପ୍ରମାଣପତ୍ର (PUCC) ନଥିଲେ ଗାଡ଼ିକୁ ପେଟ୍ରୋଲ କିମ୍ବା ଡିଜେଲ ନଦେବା ପାଇଁ ସରକାର ନେଇଥିବା ନିଷ୍ପତ୍ତିକୁ ନେଇ ଓଡ଼ିଶା...

ଡେଲିଭରି ଏଜେଣ୍ଟ ପରିଚୟ ଦେଇ ସାଇବର ଠକେଇ ଅଭିଯୋଗ,୨ ଜଣଙ୍କୁ ବାନ୍ଧିଲା…

ଦିଗପହଣ୍ଡି/ଚିକିଟି,୬|୧(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲା କେ.ନୂଆଗାଁ ଥାନା ଅଞ୍ଚଳରେ ଲୋକଙ୍କ ଠାରୁ ବିଭିନ୍ନ ଉପାୟରେ ଲକ୍ଷାଧିକ ଟଙ୍କା ଠକେଇ...

ଓଟିଇଟି ପରୀକ୍ଷା ଦେଇପାରିବେ ଦୁଇବର୍ଷିଆ ବିଏଡ୍‌ ଛାତ୍ରୀଛାତ୍ର; ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୬ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଦେବା ପାଇଁ ସ୍ବତନ୍ତ୍ର ଶିକ୍ଷାରେ ଦୁଇବର୍ଷିଆ ବିଏଡ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ସୁଯୋଗ ମିଳିବ। ସେମାନେ ଓଟିଇଟି...

ଏମାନଙ୍କ ପାଇଁ କାଳ ୨୦୨୬! ଏହି ୨ରାଶି ପାଖରୁ ଚାଲିଯିବ ଧନ

ବର୍ଷ ଆରମ୍ଭରେ ଜ୍ୟୋତିଷ ଶାସ୍ତ୍ରରେ ପ୍ରମୁଖ ଗ୍ରହ ପରିବର୍ତ୍ତନ ସୂଚିତ ହୋଇଛି। ଜ୍ୟୋତିଷଙ୍କ ଅନୁଯାୟୀ, ଜାନୁଆରୀ ୧୨ ତାରିଖରୁ ସିଂହ ରାଶିର ଲୋକଙ୍କ ଜୀବନରେ ଏକ...

ତାମିଲନାଡୁରେ ଆଖି ବୁଜିଦେଲେ ଓଡ଼ିଆ ଶ୍ରମିକ: ବାହୁନି ବାହୁନି କାନ୍ଦୁଛି ସ୍ତ୍ରୀ, ବିଧବା ମା’ ଆଖିରୁ ଶୁଖୁନି ଲୁହ 

ଦିଗପହଣ୍ଡି,୬।୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୯ ନଂ ୱାର୍ଡ ଦଳିତ ସାହିର ଦାଦନ ଶ୍ରମିକ ବିଜୟ ନାଇକ(୩୬) ତାମିଲନାଡୁର ର୍ତିଚ୍ଚିରେ ମୃତ୍ୟୁବରଣ...

ପୁରୁଷୋତ୍ତମପୁର ସବ-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: ବନ୍ଧାହେବେ ଦୂର୍ନିତିକାରୀ

ପୁରୁଷୋତ୍ତମପୁର, ୬ା୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବରେଜିଷ୍ଟ୍ରାର ଅଫିସରେ ଘଟିଥିବା ଜମି ଦୁର୍ନୀତି ଘଟଣାରେ ପୋଲିସ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି। ଫଳରେ...

‘ବିପଦମୁକ୍ତ ଭବିଷ୍ୟତ ଗଠନରେ ନାଗରିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ’

ଦିଗପହଣ୍ଡି,୬।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମହିଳା କଲେଜ ପରିସରରେ ମଙ୍ଗଳବାର ପରିବେଶ ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri