ଭୂକମ୍ପ ଝଟକାରେ ଲୋକେ ଭୟଭୀତ, ଜଣେ ମୃତ ଅନେକେ ଆହତ

ପେରୁ,୧୬।୬: ରବିବାର ପେରୁରେ ଭୂମିକମ୍ପ ଯୋଗୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ପେରୁର ରାଜଧାନୀ ଲିମାରେ ଭୂମିକମ୍ପ ପରେ ଭୂସ୍ଖଳନ ମଧ୍ୟ ହୋଇଛି। ପେରୁ ସହିତ ପାକିସ୍ତାନରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ପାକିସ୍ତାନରେ ଲଗାତାର ଦୁଇ ଦିନ ଧରି ଭୂମିକମ୍ପ ହୋଇଛି। ରବିବାର ଏଠାରେ ୪.୪ ତୀବ୍ରତାର ଭୂମିକମ୍ପ ହୋଇଛି।
ଏପି ନ୍ୟୁଜର ଏକ ରିପୋର୍ଟ ଅନୁଯାୟୀ, ପେରୁର ରାଜଧାନୀ ଲିମାରେ ଭୂମିକମ୍ପ ଯୋଗୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ପାଞ୍ଚ ଜଣ ଆହତ ହୋଇଛନ୍ତି। ରବିବାର ସକାଳ ପ୍ରାୟ ୧୧ଟା ୩୫ ସମୟରେ ଲିମାରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର ତୀବ୍ରତା ୫.୬ ମାପ କରାଯାଇଥିଲା। ଭୂସ୍ଖଳନର ଖବର ମଧ୍ୟ ଅଛି। ଏହି କାରଣରୁ ଲୋକମାନେ ଆତଙ୍କିତ ଅଛନ୍ତି। ଭୂମିକମ୍ପ ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା।
ସୂଚନାଯୋଗ, ରବିବାର ରାତି ୧୧ଟା ୪୨ ସମୟରେ ପାକିସ୍ତାନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ରିପୋର୍ଟ ଅନୁଯାୟୀ, ୪.୭ ତୀବ୍ରତାର ଭୂମିକମ୍ପ ହୋଇଥିଲା। ପୂର୍ବରୁ ଶନିବାର କରାଚୀରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ସହରର ଅନେକ ଅଞ୍ଚଳରୁ ଲୋକମାନେ ଘରୁ ବାହାରକୁ ଆସିଥିଲେ। ଶନିବାର ଭୂମିକମ୍ପର ତୀବ୍ରତା ୩.୨ ମାପ କରାଯାଇଥିଲା।
କରାଚି ପାଣିପାଗ କେନ୍ଦ୍ରର ମୁଖ୍ୟ ପାଣିପାଗ ବିଶେଷଜ୍ଞ ଆମିର ହାଇଦରଙ୍କ ଅନୁଯାୟୀ, ‘ଶନିବାର ଦିନ ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୨ ମାପ କରାଯାଇଥିଲା। ଭୂମିକମ୍ପ ଭୂମି ଭିତରେ ୩୮କିଲୋମିଟର ଗଭୀରତାରେ କେନ୍ଦ୍ରିତ ଥିଲା। ହାଇଦର କହିଛନ୍ତି ଯେ ଏହି ଭୂମିକମ୍ପ ସହରର ଅତି କମରେ ପାଞ୍ଚଟି ଅଞ୍ଚଳରେ ରେକର୍ଡ କରାଯାଇଛି। ସେ କହିଛନ୍ତି ଯେ ଲାଣ୍ଡି ଅଞ୍ଚଳରେ ଏକ ଐତିହାସିକ ଭୂକମ୍ପୀୟ ‘ଫଲ୍ଟ ରେଖା’ରୁ ଭୂକମ୍ପୀୟ ଶକ୍ତି ନିର୍ଗତ ହେବା ଯୋଗୁ ଏହି ଭୂମିକମ୍ପ ଅନୁଭୂତ ହେଉଛି।’ ହାଇଦର କହିଛନ୍ତି, ‘ଯଦି ଏହି ଶକ୍ତି ଏକକାଳୀନ ମୁକ୍ତ ହୁଏ, ତେବେ ଏକ ବଡ଼ ଭୂମିକମ୍ପ ହେବାର ସମ୍ଭାବନା ଅଛି, କିନ୍ତୁ ଶନିବାର ଏପରି କିଛି ହୋଇନାହିଁ।’ ସେ କହିଛନ୍ତି ଯେ ଜୁନ ୧ ପରଠାରୁ କରାଚିରେ ଅତି କମରେ ୨୧ ଟି କମ-ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଛି, ଯାହାର ତୀବ୍ରତା ୨.୧ ରୁ ୩.୬ ମଧ୍ୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?