୧୫ ଜିଲାକୁ ଭୂମିକମ୍ପ ବିପଦ

ଭୁବନେଶ୍ୱର,୨୯ା୯(ଅନିଲ ଦାସ):ରାଜ୍ୟର ୧୫ ଜିଲାକୁ ଭୂମିକମ୍ପ ବିପଦ ରହିଛି। ସେହି ଜିଲାଗୁଡ଼ିକ ହେଲା ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ବାଲେଶ୍ୱର ଓ ମୟୂରଭଞ୍ଜ। କେନ୍ଦ୍ର ସରକାରଙ୍କ ଗୃହ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ(ଏନ୍‌ଡିଏମ୍‌ଏ)ଙ୍କ ଦ୍ୱାରା ପ୍ରକାଶିତ ଆର୍ଥକ୍ୱେକ୍‌ ହାଜାର୍ଡ ଜୋନିଂ ଆଟଲାସ ଅଫ୍‌ ଇଣ୍ଡିଆ-୨୦୧୬ ତଥ୍ୟ ଅନୁଯାୟୀ ଉକ୍ତ ଜିଲାଗୁଡ଼ିକୁ ମଧ୍ୟମ ଧରଣ ଭୂମିକମ୍ପପ୍ରବଣ ଅଞ୍ଚଳ(ଜୋନ-୩) ଭାବେ ଘୋଷଣା କରାଯାଇଛି। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତିଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଗୁରୁବାର ବିଧାନସଭାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହି ସୂଚନା ଦେଇଛନ୍ତି।
ତାରା ପ୍ରଶ୍ନ କରିଥିଲେ ଯେ ରାଜ୍ୟର କେଉଁ କେଉଁ ଜିଲାକୁ ଭୂକମ୍ପପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। କେଉଁ ଅଞ୍ଚଳ ସମ୍ବେଦନଶୀଳ ଏବଂ ଅଣ ସମ୍ବେଦନଶୀଳ। ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ଏହିସବୁ ଅଞ୍ଚଳରେ କି ପଦକ୍ଷେପ ଗ୍ରହଣ କରାଯାଇଛି। ରାଜସ୍ବ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ସହରରେ ସହରାଞ୍ଚଳ ଭୂମିକମ୍ପ ବିପଦସଙ୍କୁଳନ ହ୍ରାସ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଉଛି। ଏହାବ୍ୟତୀତ ଏ ସମ୍ପର୍କରେ ବିଭିନ୍ନ ସ୍କୁଲରେ ସୁରକ୍ଷା କାର୍ଯ୍ୟକ୍ରମ ଏବଂ ତାଲିମ ଇତ୍ୟାଦି ଦିଆଯାଉଛି। ବିଭିନ୍ନ ବିଭାଗର ଯନ୍ତ୍ରୀ ଏବଂ ରାଜମିସ୍ତ୍ରିମାନଙ୍କୁ ଭୂମିକମ୍ପ ସହଣୀୟ ନିର୍ମାଣ କାର୍ଯ୍ୟ ବିଷୟରେ ତାଲିମ ଦିଆଯାଉଛି। ଏହାଛଡ଼ା ଭୂମିକମ୍ପ ସମ୍ପର୍କରେ ଜାଣିବା ପାଇଁ ପ୍ରାଥମିକ ଶିକ୍ଷା ପାଠ୍ୟ ଖସଡ଼ାରେ ସାମିଲ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
ଦାଉ ସାଧୁଛି ପ୍ରାକୃତିକ ବିପତ୍ତି
ରାଜ୍ୟରେ ପ୍ରାକୃତିକ ବିପଦ ଦାଉସାଧୁଛି। ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ବହୁମୂଲ୍ୟ ଜୀବନ ଓ ଧନସମ୍ପତ୍ତି ଉଜାଡି ଦେଉଛି। ଗତ ୫ ବର୍ଷରେ (୨୦୧୮-୧୯ରୁ ୨୦୨୨-୨୩) ରାଜ୍ୟରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ୧୬,୩୭୨ ଜଣଙ୍କ ମୃତ୍ୟୁ ଘଟିଛି। ଭାଜପା ସଭ୍ୟ କୁସୁମ ଟେଟେଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଗତ ୫ ବର୍ଷରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ୧୬,୩୭୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରୁ ନଦୀ, ପୋଖରୀ ଆଦିରେ ବୁଡ଼ି ସର୍ବାଧିକ ୭୮୭୪ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ସାପ କାମୁଡ଼ାରେ ୫୨୧୯ ଜଣଙ୍କ ମୃତ୍ୟୁ ଘଟିଛି।
ଗତ ୫ ବର୍ଷରେ ବଜ୍ରପାତରେ ୨୦୫୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅଗ୍ନିକାଣ୍ଡରେ ୭୫୯, ବାତ୍ୟାରେ ୧୪୦, ଡଙ୍ଗା ବୁଡ଼ିରେ ୪୬, ବନ୍ୟାରେ ୭୩, ଗ୍ରୀଷ୍ମପ୍ରବାହରେ ୧୪୧, ଚକ୍ରବାତରେ ୩୧ ଓ ପ୍ରବଳ ବର୍ଷାରେ ୩୧ ଜଣଙ୍କ ମୃତ୍ୟୁ ହୋଇଛି।
ମୟୂରଭଞ୍ଜ ଜିଲାର ସର୍ବାଧିକ ୬୫୧ ଜଣ ପାଣିରେ ବୁଡ଼ି ଜୀବନ ହରାଇଛନ୍ତି। ସେହିପରି ସାପ କାମୁଡ଼ାରେ ରାଜ୍ୟରେ ଗତ ୫ ବର୍ଷରେ ୫୨୧୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୟୂରଭଞ୍ଜ ଜିଲାରେ ସର୍ବାଧିକ ୪୬୦ ଜଣଙ୍କ ମୃତ୍ୟୁ ଘଟିଛି। ବଜ୍ରପାତ ଓ ଅଗ୍ନିକାଣ୍ଡରେ ମଧ୍ୟ ମୟୂରଭଞ୍ଜ ଜିଲାରେ ଯଥାକ୍ରମେ ସର୍ବାଧିକ ୨୧୦ ଓ ୮୮ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରବଳ ବର୍ଷାରେ ଏହି ଜିଲାରେ ଗତ ୫ ବର୍ଷରେ ସର୍ବାଧିକ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୫ ବର୍ଷରେ ପାଣିରେ ବୁଡ଼ି ଅନୁଗୋଳ ଜିଲାରେ ୨୭୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବଲାଙ୍ଗୀରରେ ୧୦୩, ବାଲେଶ୍ୱରରେ ୫୯୨, ବରଗଡ଼ରେ ୧୧୫, ଭଦ୍ରକରେ ୪୦୪, ବୌଦ୍ଧରେ ୧୭, କଟକରେ ୩୬୪, ଦେବଗଡ଼ରେ ୯୭, ଢେଙ୍କନାଳରେ ୩୩୮, ଗଜପତିରେ ୫୨, ଗଞ୍ଜାମରେ ୬୦୫, ଜଗତ୍‌ସିଂହପୁରରେ ୧୫୦, ଯାଜପୁରରେ ୩୭୭, ଝାରସୁଗୁଡ଼ାରେ ୧୪୯, କଳାହାଣ୍ଡିରେ ୧୨୬, କନ୍ଧମାଳରେ ୧୦୯, କେନ୍ଦ୍ରାପଡ଼ାରେ ୩୮୭, କେନ୍ଦୁଝରରେ ୫୪୫, ଖୋର୍ଦ୍ଧାରେ ୨୦୦, କୋରାପୁଟରେ ୩୬୧, ମାଲକାନଗିରିରେ ୨୫୦, ନବରଙ୍ଗପୁରରେ ୨୮୨, ନୟାଗଡ଼ରେ ୧୨୦, ନୂଆପଡ଼ାରେ ୭୭, ପୁରୀରେ ୨୯୫, ରାୟଗଡ଼ାରେ ୬୯, ସମ୍ବଲପୁରରେ ୨୮୯, ସୁବର୍ଣ୍ଣପୁରରେ ୬୮ ଓ ସୁନ୍ଦରଗଡ଼ରେ ୪୦୫ ଜଣଙ୍କର ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri