ପାରାଦୀପରେ ଭୂକମ୍ପ, ସମୁଦ୍ରର ଦୃଶ୍ୟ ଦେଖି ଲୋକେ…

ପାରାଦୀପ,୨୫ା୨(ଶରତ ରାଉତ): ଉପକୂଳ ଓଡ଼ିଶାର ପାରାଦୀପ ଓ ଆଖପାଖ ଅଞ୍ଚଳରେ ମଙ୍ଗଳବାର ସକାଳ ୬.୦୯ରେ ମୃଦୁ ଭୂକମ୍ପ ଘଟିଥିବା ଜଣାପଡ଼ିଛି। କେତେକ ଲୋକ ଏହା ଅନୁଭବ କରିଛନ୍ତି ବୋଲି କହିଛନ୍ତି। ରିକ୍ଟର ସ୍କେଲରେ ଏହା ୪.୦୯ପ୍ରତିଶତ ବୋଲି କୁହାଯାଇଛି। ଭୂକମ୍ପ ଘଟଣାରେ କୌଣସି କ୍ଷୟକ୍ଷତି ଘଟି ନ ଥିବା ଜଣାପଡ଼ିଛି। ଭୂକମ୍ପ ପରେ ସମୁଦ୍ରରେ ଜୁଆର ବେଶି ଅଧିକ ହୋଇ ନଥିଲା। କହିବାକୁ କଲେ ଏହାର ଦୃଶ୍ୟ ସ୍ବାଭାବିକ ଥିଲା। ମାତ୍ର ଲୋକେ ସୁନାମୀ ଭୟରେ ରହିଥିବା କହିଛନ୍ତି। କାଳେ ଭୂକମ୍ପ ପରେ ଲୁଣା ଜୁଆର ମାଡ଼ି ଆସିବ ସେନେଇ ଆଶଙ୍କାରେ ରହିଛନ୍ତି।

ଏ ସମ୍ପର୍କରେ ସ୍ଥାନୀୟ ମହିଳା ପ୍ରିୟଙ୍କା ତାରେଣିଆ କୁହନ୍ତି, ସକାଳୁ ପିଲାଙ୍କ ଟିଫିନ ପ୍ରସ୍ତୁତ କରିବା ବେଳେ ବାସନ ଷ୍ଟାଣ୍ଡ ସାମାନ୍ୟ ହଲି ଯାଇଥିଲା। ସେହିପରି ବଡ଼ପଡ଼ିଆ ବଜାରର ଅରବିନ୍ଦ ସ୍ବାଇଁ କୁହନ୍ତି ଘରର କିଛି ଅଳନ୍ଧୁ ଖସିପଡ଼ିଥିଲା। ଏମିତି ଅନେକ ଲୋକ ମୃଦୁ ଭୂକମ୍ପ ଉପରେ କହୁଛନ୍ତି। ୨୦୦୯ରେ ଏହାଠାରୁ ଅଧିକ ଅନୁଭବ ହୋଇଥିଲା।