ମ୍ୟାନମାରରେ ପୁଣି ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୧

ନାପିଦାଉ,୨୯।୩: ମ୍ୟାନମାରରେ ପୁଣି ଥରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୧ ରହିଥିଲା। ଏହି ସମୟରେ, ଅନେକ ଅଞ୍ଚଳରେ ଆତଙ୍କର ବାତାବରଣ ଦେଖିବାକୁ ମିଳିଥିଲା। ଏହାର କେନ୍ଦ୍ର ରାଜଧାନୀ ନାୟପିଡା ନିକଟରେ ଅବସ୍ଥିତ ବୋଲି କୁହାଯାଉଛି। ମ୍ୟାନମାରରେ ଦୁଇଥର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହା ବ୍ୟାପକ ଧ୍ୱଂସ ଘଟାଇଥିଲା। ଅନେକ ଅଞ୍ଚଳରେ ଲୋକେ ଭୟଭୀତ ଥିବା ଦେଖିବାକୁ ମିଳିଥିଲା। ଏବେ ହୋଇଥିବା ଭୂମିକମ୍ପ ଯୋଗୁ କୌଣସି ବଡ଼ କ୍ଷତି ଦେଖାଯାଇ ନାହିଁ। ପ୍ରଶାସନ ସଜାଗ ଅଛି। ପରିସ୍ଥିତି ଉପରେ ନଜର ରଖାଯାଇଛି। ମ୍ୟାନମାରରେ ଅପରାହ୍ନ ୨:୫୦ (IST) ରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର୍‌ ସିସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତ୪.୭ ମାପ କରାଯାଇଥିଲା।
ସୂଚନା ଅନୁଯାୟୀ, ଶୁକ୍ରବାର ରାତି (ସ୍ଥାନୀୟ ସମୟ) ୧୧:୫୬ ରେ ମ୍ୟାନମାରରେ ରିକ୍ଟର ସ୍କେଲରେ ୪.୨ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। NCS ଅନୁଯାୟୀ, ଏଥର ଭୂମିକମ୍ପଟି ୧୦ କିଲୋମିଟର ଗଭୀରତାରେ ଆସିଥିଲା। ଏହା ପରେ ମଧ୍ୟ, ଭୂମିକମ୍ପର ସମ୍ଭାବନା ଜାରି ରହିଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଗୋଟିଏ ଦିନ ପୂର୍ବରୁ ହୋଇଥିବା ଭୂକମ୍ପରେ ଏପର୍ଯ୍ୟନ୍ତ ୧୦୦୨ ଜଣଙ୍କର ମୃତ୍ୟୁ ହୋଇସାରିଛି। ୧୬୭୦ ଜଣ ଆହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ହେବ ଯୁଦ୍ଧ! ନିଜ ଦେଶ ସହ ୟୁରୋପରେ ଇରାନ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କୁ କରାଗଲାଣି ଘୋର ବିରୋଧ

ଓ୍ବାଶିଂଟନ,୨୯।୩: ଗତ ୩୦ ଦିନ ଧରି ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ଚାଲିଛି। ସମଗ୍ର ମଧ୍ୟପ୍ରାଚ୍ୟ ଯୁଦ୍ଧରେ ବୁଡ଼ି ରହିଛି। ସାରା ବିଶ୍ୱରେ ଉତ୍ତେଜନାର ବାତାବରଣ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ରେମଣ୍ଡର ପୂର୍ବତନ ଅଧ୍ୟକ୍ଷ ବିଜୟପତ ସିଂଘାନିଆଙ୍କ ପରଲୋକ, ପଛରେ ଛାଡି ଗଲେ ଏତେ କୋଟି ଟଙ୍କାର ସମ୍ପତ୍ତି

ମୁମ୍ବାଇ,୨୯।୩: ରେମଣ୍ଡ ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ଏବଂ ଜଣେ ପ୍ରବୀଣ ଶିଳ୍ପପତି ବିଜୟପତ ସିଂଘାନିଆଙ୍କର ଶନିବାର ସାରେ ମୁମ୍ବାଇରେ ୮୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ…

ଓକିଲ ସଂଘ ନିର୍ବାଚନ: ସଭାପତି ହେଲେ ନିର୍ବାଚନ କେଶରୀ ଭୋଇ…

ଜି.ଉଦୟଗିରି,୨୯।୩(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି): ସ୍ଥାନୀୟ ଜେଏମଏଫସି କୋର୍ଟ ପରିସରରେ ଶନିବାର ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି। ଆଇନଜୀବୀ ରାମାରାଓ ନାୟକ…

ଘରେ ପେଟ୍ରୋଲ ରଖୁଛନ୍ତି କି? ହୋଇପାରେ ଜେଲ, ଜାଣନ୍ତୁ କଡ଼ା ନିୟମ…

ନୂଆଦିଲ୍‌ଲୀ,୨୯।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଦେଶର କିଛି ସ୍ଥାନରେ ପେଟ୍ରୋଲ ଉପଲବ୍ଧତାକୁ ନେଇ ଚିନ୍ତାର ବାତାବରଣ ପରିଲକ୍ଷିତ ହେଉଛି। ଅନେକ ସ୍ଥାନରେ, ଲୋକମାନେ ଲମ୍ୱା…

ମିଳୁନି ଗ୍ୟାସ: ଚୁଲି ମୁହାଁ ଲୋକେ 

ଭଞ୍ଜନଗର,୨୯।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ରୋଷେଇ ଘର ଉପରେ ମଧ୍ୟ ପଡିଛି। ଗଞ୍ଜାମ  ଜିଲା ଭଞ୍ଜନଗର ଅଞ୍ଚଳରେ ରନ୍ଧନ…

ଇରାନକୁ ଧ୍ୱଂସ କରିବାକୁ ଆମେରିକାର ‘ମାଷ୍ଟର ପ୍ଲାନ’, ସପ୍ତାହେ ହେବ ଚାଲିଛି ଯୋଜନା, ଜାଣନ୍ତୁ କ’ଣ କରିବେ ଟ୍ରମ୍ପ

ଓ୍ବାଶିଂଟନ,୨୯।୩: ଇରାନ ସହିତ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, ଆମେରିକା ଏବେ ସ୍ଥଳ ସାମରିକ ଅଭିଯାନ ପାଇଁ ପ୍ରସ୍ତୁତ ହେଉଛି। ଦି ୱାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ,…

ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ  ନିଜେ ହେଲେ ଗୁରୁତର 

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri