ମହାନଦୀ ପାଇଁ କଟକକୁ ଭୂକମ୍ପ ଭୟ

କଟକ ଅଫିସ,୩୧।୭: ଦେଶର ଯେଉଁ ୩୦ଟି ସହରକୁ ଭୂକମ୍ପ ଭୟ ରହିଛି, ସେହି ତାଲିକାରେ କଟକର ନାମ ସ୍ଥାନ ପାଇଛି। ମହାନଦୀର ତ୍ରିକୋଣ ଭୂମିରେ କଟକ ସହର ରହିଥିବାରୁ ଭୂକମ୍ପ ବିପଦ ରହିଛି। ଏହି ସହର ଉପରେ ଭୂକମ୍ପର ପ୍ରଭାବ କେମିତି ରହିବ, ତାହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ଅଧ୍ୟୟନ କରାଯିବ। କେନ୍ଦ୍ର ଭୂବିଜ୍ଞାନ ମନ୍ତ୍ରଣାଳୟ ତରଫରୁ ଏ ନେଇ ଘୋଷଣା କରାଯାଇଛି। ୨୦୨୨ ସୁଦ୍ଧା ଅଧ୍ୟୟନ ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ୨୦୨୪ରେ ସମ୍ପୂର୍ଣ୍ଣ ରିପୋର୍ଟ ପ୍ରକାଶ ପାଇବ ବୋଲି କେନ୍ଦ୍ର ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଭୂକମ୍ପରୁ ପ୍ରମୁଖ ସହରଗୁଡ଼ିକୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ପାଇଁ ଚିନ୍ତା କରୁଛନ୍ତି। ଏହି ତାଲିକାରେ କଟକ ସମେତ ବିଜୟୱାଡ଼ା, ପାଟନା, ସୁରଟ, ଭଦୋଦରା, ଶ୍ରୀନଗର, ଜମ୍ମୁ, ଧାନବାଦ୍‌, କୋଚି, ଇନ୍ଦୋର, ନାସିକ, ପୁଣେ, ଅମ୍ରିତସର, ଚେନ୍ନାଇ, କୋଏମ୍ବାଟୁର, ଆଗ୍ରା, ବାରାଣସୀ, ମିରଟ୍‌, ବରେଲି ଏବଂ କୋଲକାତା ସମେତ ମୋଟ ୩୦ଟି ସହର ରହିଛି। ଭୂକମ୍ପର ପ୍ରଭାବ ଅନୁଯାୟୀ ସହରଗୁଡ଼ିକୁ ୩ଟି ଜୋନ୍‌ ଯଥା ଜୋନ୍‌-୩, ଜୋନ୍‌-୪ ଏବଂ ଜୋନ୍‌-୫ରେ ବିଭକ୍ତ କରାଯିବ। ଜାତୀୟ ଭୂକମ୍ପ ବିଜ୍ଞାନ (ଏନ୍‌ସିଏସ୍‌)ର ସହଯୋଗରେ କେନ୍ଦ୍ର ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ଅଧ୍ୟୟନ କରିବା ପାଇଁ ସ୍ଥିର କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭୂପୃଷ୍ଠର ଗତି ଅନୁଯାୟୀ ବିଶ୍ୱ ଏବଂ ଆଞ୍ଚଳିକ ସ୍ତରରେ ଭୂକମ୍ପ ପ୍ରବଣ ଅଞ୍ଚଳ ଚିହ୍ନଟ ହେଉଛି। କିନ୍ତୁ ଏହା ଯଥେଷ୍ଟ ହେଉ ନ ଥିବାରୁ ନୂଆ ପଦ୍ଧତି ଆପଣାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପଦ୍ଧତି ଅନୁଯାୟୀ ଭୂକମ୍ପ ବିଜ୍ଞାନ, ଭୂ-ପଦାର୍ଥ ବିଜ୍ଞାନ, ଭୂତତ୍ତ୍ବ ବିଜ୍ଞାନରେ ଥିବା ବିଭିନ୍ନ ପ୍ରକାର କୌଶଳକୁ ବ୍ୟବହାର କରାଯିବ। ଏଥିସହ ତରଙ୍ଗର ବେଗ, ତରଳ ପଦାର୍ଥର ସମ୍ଭାବନା ସୂଚକାଙ୍କ, ଭୂପୃଷ୍ଠର କଠିନତା ସହ ସ୍ତରଗୁଡ଼ିକର ଗଭୀରତାକୁ ନେଇ ଅଧ୍ୟୟନ ହେବ। ମିଳିଥିବା ନମୁନାଗୁଡ଼ିକୁ ନେଇ ମଲ୍‌ଟି-ଚ୍ୟାନେଲ୍‌ ଆନାଲିସିସ୍‌ ଅଫ୍‌ ସର୍ଫେସ୍‌ ୱେଭ୍‌ (ଏମ୍‌ଏଏସ୍‌ଡବ୍ଲ୍ୟୁ), ଷ୍ଟାଣ୍ଡାର୍ଡ ପେନେଟ୍ରେଶନ୍‌ ଟେଷ୍ଟ (ଏସ୍‌ପିଟି), କୋନ୍‌ ପେନିଟ୍ରେଶନ୍‌ ଟେଷ୍ଟ (ସିପିଟି) ଏବଂ ଡାଉନ୍‌ହୋଲ୍‌ ଟେଷ୍ଟ (ଡିଏଚ୍‌ଟି) ଆଦି ବିଭିନ୍ନ ପ୍ରକାର ପରୀକ୍ଷା ପରେ ବର୍ଗୀକରଣ କରାଯିବ। ଯାହାଫଳରେ ଭୂକମ୍ପ ପାଇଁ ଦାୟୀ ବିଭିନ୍ନ କାରଣଗୁଡ଼ିକ ସମ୍ପର୍କରେ ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ମିଳିପାରିବ।
ଅଧ୍ୟୟନ ରିପୋର୍ଟକୁ ବିଶେଷଜ୍ଞମାନେ ସମୀକ୍ଷା କରିବା ପରେ ଭୂକମ୍ପ ବିପଦକୁ ପ୍ରତିରୋଧ ପାଇଁ କ’ଣ ପଦକ୍ଷେପ ନେବାର ଆବଶ୍ୟକତା ରହିଛି, ସେନେଇ ପରାମର୍ଶ ଦେବେ। ବିଶେଷକରି ଭୂକମ୍ପ ପ୍ରଭାବରୁ କୋଠାବାଡ଼ି ଆଦି ନିର୍ମାଣଗୁଡ଼ିକୁ କିପରି ସୁରକ୍ଷା ଦିଆଯାଇପାରିବ ଏବଂ ଭୂକମ୍ପ ପ୍ରଭାବ ହ୍ରାସ କରିବା ପାଇଁ ଯନ୍ତ୍ରୀମାନଙ୍କ ନିମନ୍ତେ କ’ଣ ନିର୍ଦ୍ଦେଶାବଳୀ ରହିବ ସେ ସମ୍ପର୍କରେ ଗାଇଡ୍‌ଲାଇନ୍‌ ଦିଆଯିବ। ଯାହାଫଳରେ ନୂତନ ନିର୍ମାଣ କାର୍ଯ୍ୟରେ ଉକ୍ତ କୌଶଳଗୁଡ଼ିକର ବ୍ୟବହାର କରାଯାଇ ଭୂକମ୍ପ ପ୍ରତିହତ କରିବା ଭଳି କୋଠାବାଡ଼ି ନିର୍ମାଣ କରାଯାଇପାରିବ। ଏତଦ୍‌ବ୍ୟତୀତ ପୌର କର୍ତ୍ତୃପକ୍ଷ, ପୂତ୍ତର୍ର୍ ବିଭାଗ, କେନ୍ଦ୍ର ଏବଂ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ମଧ୍ୟ ଭୂକମ୍ପ ପ୍ରତିରୋଧ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ କେତେକ ପ୍ରସ୍ତାବ ଦିଆଯିବ ଦେଶର ପ୍ରମୁଖ ସହରଗୁଡ଼ିକୁ ଭୂକମ୍ପରୁ ସୁରକ୍ଷା ପ୍ରଦାନ ଦିଗରେ ଏହି ଅଧ୍ୟୟନ ବେଶ୍‌ ଫଳପ୍ରଦ ହେବ ବୋଲି କେନ୍ଦ୍ର ଭୂବିଜ୍ଞାନ ମନ୍ତ୍ରଣାଳୟ ଆଶା ପ୍ରକାଶ କରିଛି। ପୂର୍ବରୁ ହୋଇଥିବା ଅନେକ ଅଧ୍ୟୟନରେ କଟକକୁ ଭୂକମ୍ପ ପ୍ରବଣ ଜୋନ୍‌ରେ ରଖାଯାଇଛି। ୨୦୧୮ରେ ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ (ଜିଏସ୍‌ଆଇ) ଅଧ୍ୟୟନରେ ପ୍ରଭାବିତ ଜୋନ୍‌ରେ କଟକ ସହର ରହିଥିଲା। ମହାନଦୀ ତ୍ରିକୋଣ ଭୂମିରେ କଟକ ସହର ରହିଥିବାରୁ ଭୂକମ୍ପ ବିପଦ ରହିଛି ବୋଲି ଅଧ୍ୟୟନରୁ ଜଣାପଡ଼ିଥିଲା। ଏଥିରେ କଟକକୁ ଜୋନ୍‌-୩ରେ ରଖାଯାଇଥିଲା। ସୂଚନାଯୋଗ୍ୟ, ଭୂକମ୍ପ ପ୍ରଭାବ ଅନୁଯାୟୀ, ୪ ପ୍ରକାର ଜୋନ୍‌ ରହିଛି। ଜୋନ୍‌-୨ରେ ଥିବା ଅଞ୍ଚଳଗୁଡ଼ିକରେ କମ୍‌ କ୍ଷତି ହେଉଥିବାବେଳେ ଜୋନ୍‌-୩ ଅଞ୍ଚଳରେ ମଧ୍ୟମ କ୍ଷତି, ଜୋନ୍‌-୪ ଅଞ୍ଚଳରେ ଅଧିକ କ୍ଷତି ଏବଂ ଜୋନ୍‌ -୫ ଅଞ୍ଚଳରେ ଅତ୍ୟଧିକ କ୍ଷତି ଘଟିଥାଏ। କଟକ ସହର ବର୍ତ୍ତମାନ ଜୋନ୍‌-୩ରେ ରହିଥିବାରୁ ଭୂକମ୍ପ ଆଶଙ୍କା ରହିଛି। କେନ୍ଦ୍ର ସରକାର ଏବେ ନୂତନ ଭାବେ ଅଧ୍ୟୟନ କରୁଥିବା ଯୋଗୁ ଏହା କଟକ ସହରକୁ ଭୂକମ୍ପରୁ ସୁରକ୍ଷିତ ରଖିବାରେ ସହାୟକ ହେବ ବୋଲି କୁହାଯାଉଛି।

କ୍ଷତିକୁ ଏଡ଼ାଇ ଦିଆଯାଇ ନ ପାରେ
ଯେଉଁ ଅଞ୍ଚଳରେ ନଦୀ ପ୍ରବାହିତ ହୁଏ, ସେସବୁ ସ୍ଥାନରେ ଅଶ୍ମମଣ୍ଡଳର ଘନତା ସାଧାରଣତଃ କମ୍‌ ରହେ। କଟକକୁ ଚାରିପାର୍ଶ୍ୱରୁ ନଦୀ ଘେରି ରହିଛି। ଏହା ଏକ ତ୍ରିକୋଣଭୂମି ଅଞ୍ଚଳ। କଟକ ଭୂପୃଷ୍ଠ ଚାରିପାର୍ଶ୍ୱରେ ଫାଟ ମଧ୍ୟ ରହିଛି। ଏଗୁଡ଼ିକ ଯେ କୌଣସି ସମୟରେ ଚଳନ କରିପାରେ। ଏଣୁ ଯଦି ବଡ଼ ଧରଣର ଭୂକମ୍ପ ହୁଏ ତାହେଲେ କଟକର କ୍ଷତିକୁ ଏଡ଼ାଇ ଦିଆଯାଇ ନ ପାରେ। ଏହି ସହର ଜୋନ୍‌-୩ରେ ରହିଛି। ପୂର୍ବରୁ ଅଧ୍ୟୟନ କେବଳ ଉପରଠାଉରିଆ ଭାବେ କରାଯାଇଛି। ଏବେ ମାଇକ୍ରୋ ଅଧ୍ୟୟନର ଆବଶ୍ୟକତା ରହିଛି।
– ପ୍ରଫେସର ଶ୍ରୀରୂପ ଗୋସ୍ବାମୀ, ଭୂତତ୍ତ୍ୱବିତ୍‌


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri