ସକାଳୁଆ ଅଫିସ ନିର୍ଦ୍ଦେଶକୁ ଅବମାନନା: ୧୦ଟାରେ ଖୋଲୁଛି ଆରଡବ୍ଲୁଏସଏସ, ଆରଡି ଅଫିସ

ଭଞ୍ଜନଗର,୨୩।୪(ବାବୁଲା ପ୍ରଧାନ):ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧିକୁ ଦେଖି ସରକାର ବୁଧବାର (ଆଜି ଠାରୁ) ବିଦ୍ୟାଳୟ ଓ କଲେଜ ଗୁଡିକ ବନ୍ଦ ଘୋଷଣା କରିଛନ୍ତି। ଯେଉଁଠି ପରୀକ୍ଷା ଚାଲିଛି ତାହା ସ୍ବାଭାବିକ ଭାବେ ଚାଲିବ। କିନ୍ତୁ ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ଜିଲା ସଦର ମହକୁମା ଏବଂ ରାଜଧାନୀକୁ ଛାଡି ଦେଲେ ଅନ୍ୟ ସବୁଆଡେ ସକାଳ ୭ଟାରେ କାର୍ଯ୍ୟାଳୟ ଖୋଲିବା ପାଇଁ ଗତ ୧୦ରୁ ନିର୍ଦ୍ଦେଶନାମା ଜାରି ହୋଇଛି।

କିନ୍ତୁ ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧିକ୍ଷକ ଯନ୍ତ୍ରୀ କାର୍ଯ୍ୟାଳୟ ଏବଂ ଉକ୍ତ କାର୍ଯ୍ୟାଳୟଠାରୁ କିଛି ଦୂରରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷକ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ୧୦ଟା ପରେ ହିଁ ଖୋଲୁଥିବା ଜଣାପଡିଛି। ତାହା ମଧ୍ୟ ଠିକ ଭାବେ ଖୋଲୁ ନ ଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବର୍ତ୍ତମାନ ଭଞ୍ଜନଗର ଉପଖଣ୍ଡର ଚାରିଆଡ଼େ ପିଇବା ପାଣି ସମସ୍ୟା। ଲୋକେ ପାଣି ସମସ୍ୟା ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ସକାଳୁ ଆସିବା ସମୟରେ କାର୍ଯ୍ୟାଳୟ ଖୋଲା ହେଉ ନ ଥିବା ଯୋଗୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦୂର ଦୂର ଗ୍ରାମରୁ ଲୋକେ ଆସି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ କିଛି ବ୍ୟକ୍ତି ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ କାର୍ଯ୍ୟାଳୟକୁ ଯାଇଥିଲେ ସେମାନଙ୍କର ସମସ୍ୟା ଜଣାଇବା ପାଇଁ । ଏହି ସମୟରେ ଅଧିକାଂଶ ରୁମରେ ତାଲା ପଡ଼ିଥିବା ଦେଖିବାକୁ ମିଳିଥିଲା। ଆଉ ଏକ ରୁମରେ କିଛି କର୍ମଚାରୀ ବସି କାମ କରୁଥିଲେ। ଏନେଇ ସେଠାରେ ଉପସ୍ଥିତ ଥିବା ଦୁଇଜଣ ପିଅନଙ୍କୁ କାର୍ଯ୍ୟାଳୟ ବିଳମ୍ବରେ ଖୋଲିବା ନେଇ ପଚାରିବାରୁ ଆମର ୧୦ଟାରେ ହିଁ କାର୍ଯ୍ୟାଳୟ ଖୋଲାଯାଉଛି ବୋଲି କହିଥିଲେ। ଏହାପରେ ଅଧିକ୍ଷକ ଯନ୍ତ୍ରୀଙ୍କୁ ଭେଟି ମତାମତ ନେବାକୁ ଚାହିଁଥିଲେ। କିନ୍ତୁ ତାଙ୍କ ରୁମ ମଧ୍ୟ ବନ୍ଦ ଥିଲା। ଏନେଇ ଦାୟିତ୍ୱରେ ଥିବା ପିଅନ ଜଣକ କହିଥିଲେ ସାର୍‌ ମିଟିଂ ଯାଇଛନ୍ତି। ସେଠାରୁ ପୁଣି ଉକ୍ତ ଲୋକ ଗ୍ରାମ୍ୟ ଉନ୍ନୟନ ଅଧିକ୍ଷକ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ରାସ୍ତା ସମସ୍ୟା ଜଣାଇବାକୁ ଯାଇଥିଲେ। କିନ୍ତୁ ଦେଖିବା ବେଳକୁ କାର୍ଯ୍ୟାଳୟ ଖୋଲା ଅଛି। ଫ୍ୟାନ ଓ ଲାଇଟ ଜଳୁଛି। କିନ୍ତୁ ଅଫିସର୍‌, କିରାଣୀ ସହ କାହାର ମଧ୍ୟ ଦେଖା ନ ଥିଲେ। ଏତେ ବିଳମ୍ବ ପର୍ଯ୍ୟନ୍ତ କାର୍ଯ୍ୟାଳୟକୁ କର୍ମଚାରୀମାନେ ଆସୁ ନ ଥିବା ଯୋଗୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ଏନେଇ ଆମ ପ୍ରତିନିଧି ଗ୍ରାମ୍ୟ ଉନ୍ନୟନ ଅଧିକ୍ଷଣ ଯନ୍ତ୍ରୀଙ୍କ ମତାମତ ନେବାପାଇଁ ତାଙ୍କ ସରକାରୀ ମୋବାଇଲ ଫୋନ ନମ୍ବରରେ ଯୋଗାଯୋଗ କରାଯାଇଥିଲା। କିନ୍ତୁ ଫୋନ ବନ୍ଦ ଥିବା ଯୋଗୁ ତାଙ୍କର ମତାମତ ନିଆଯାଇ ପାରିନାହିଁ। ସେହିପରି ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ସରକାରୀ ମୋବାଇଲ ଫୋନ ନମ୍ବର ମତାମତ ନେବା ପାଇଁ ଉଦ୍ୟମ କରାଯାଇଥିଲା। କିନ୍ତୁ ତାହା ସମ୍ଭବପର ହୋଇପାରି ନ ଥିଲା। ସାଧାରଣ ଜନତାଙ୍କଠାରୁ ଉକ୍ତ ବିଭାଗ ଗୁଡ଼ିକ ଦୂରେଇ ଯାଉଥିବା ଅଭିଯୋଗ ହେଉଛି। ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri