ଖତଖାଉଛି ଇ-ଟଏଲେଟ୍‌, ସର୍ବସାଧାରଣ ଶୌଚାଳୟ

ପଟ୍ଟାମୁଣ୍ଡାଇ,୪ା୧୧(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ସ୍ବଚ୍ଛ ପରିମଳ ବ୍ୟବସ୍ଥାକୁ ସୁଦୁଢ଼ କରିବା ନେଇ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ସହରକୁ ପରିଚ୍ଛନ୍ନତା ରଖିବା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ପବ୍ଲିକ ଟଏଲେଟ, ବାୟୋ ଟଏଲେଟ ଓ ଇ-ଟଏଲେଟ ନିର୍ମାଣ ହୋଇଛି। ମାତ୍ର ନିର୍ମାଣ ପରଠାରୁ ଏହି ଟଏଲେଟଗୁଡ଼ିକ ବନ୍ଦ ରହି ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଯିବା ସହ ବ୍ୟବହାର ଅନୁପଯୋଗୀ ହୋଇ ପଡ଼ିରହିଛି। ଅନ୍ୟପକ୍ଷେ ଇ-ଟଏଲେଟରେ ଆଲୋକ ଜଳୁଥିବା ବେଳେ ଏହାର ବିଲ୍‌ କିଏ ଦେଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି। କିନ୍ତୁ ପୌର ପରିଷଦ ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ନେଇ ସଚେତନତା କ୍ୟାମ୍ପଠାରୁ ଆରମ୍ଭ କରି ଘରେ ଘରେ ତାଲିମ ଦିଆଯାଉଛି। ହେଲେ ସହରକୁ ଆସୁଥିବା ଲୋକେ ବାହାରେ ମଳମୂତ୍ର ତ୍ୟାଗ କରୁଥିବାରୁ ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଯାହା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ପରିମଳ ବ୍ୟବସ୍ଥା ଅଧିକାଂଶରେ ବିଫଳ ହେଉଥିବା ପରିଲକ୍ଷିତ ହେଉଛି ବୋଲି ଜନସାଧାରଣଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଉଛି।
ସାମାଜିକ କର୍ମୀ ପ୍ରବୀର ନାୟକ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାର ବାଣିଜ୍ୟକ ପେଣ୍ଠସ୍ଥଳ ପଟ୍ଟାମୁଣ୍ଡାଇ ସହରକୁ ସ୍ବଚ୍ଛ, ସବୁଜ, ସୁନ୍ଦର କରି ଗଢ଼ି ତୋଳିବା ପାଇଁ ପୌର ପରିଷଦ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ବାଣିଜି୍ୟକ ସହରକୁ ଯେପରି ବାହ୍ୟ ମଳମୁକ୍ତ ଅଞ୍ଚଳ କରାଯାଇପାରିବ ସେଥିପାଇଁ ବିଭିନ୍ନ ଟଏଲେଟ୍‌ର ବ୍ୟବସ୍ଥା ରହିଛି। ମାତ୍ର ପରିଚାଳନାଗତ ତ୍ରୁଟି କାରଣରୁ ଏହା ଲୋକଙ୍କ ବ୍ୟବହାରରେ ଲାଗୁନାହିଁ। ଫଳରେ ଇ-ଟଏଲେଟ୍‌ଗୁଡିକ ଅଚଳାବସ୍ଥାରେ ପଡ଼ିରହିଛି। ଇ-ଟଏଲେଟ୍‌ ଭଳି ସହରରେ ଗୋଷ୍ଠୀ ଶୌଚାଳୟ, ପବ୍ଲିକ୍‌ ଟଏଲେଟ୍‌ ଆଦି ୫୦ରୁ ଊଦ୍ଧର୍‌ବ ନିର୍ମାଣ କରାଯାଇଥିଲେ ବି ଲୋକମାନଙ୍କ ବ୍ୟବହାରରେ ଲାଗୁନାହିଁ। ଫଳରେ ଲୋକେ ଏହିସବୁ ଶୌଚାଳୟର ଆଖପାଖରେ ମଳତ୍ୟାଗ ଓ ପରିସ୍ରା କରୁଛନ୍ତି। ଏହାଦ୍ୱାରା ସହରର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ଅପରିଷ୍କାର ପରିବେଶ ସୃଷ୍ଟି ହେଉଛି।

ବୁଦ୍ଧିଜୀବୀ ଭବାନୀ ଶଙ୍କର ପଣ୍ଡା, ରାଧେଶ୍ୟାମ ସାହୁ, ମିଟୁ ଜେନା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ରାସ୍ତାଠାରୁ ଆରମ୍ଭ କରି ଡ୍ରେନ, ଟ୍ରାଫିକ୍‌, ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ, ପରିମଳ ବ୍ୟବସ୍ଥା ଆଦି ଅବ୍ୟବସ୍ଥିତ ଓ ପ୍ରହସନ ପାଲଟିଛି ବୋଲି କହିଛନ୍ତି। ଏସବୁ ପ୍ରସଙ୍ଗକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି। ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଅର୍ଥ ହେରଫେର ହେଉଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ନ ଦେବା ପରିତାପର ବିଷୟ ହୋଇଛି। ୨୦୧୮ରେ ସହରରେ ଇ-ଟଏଲେଟ୍‌ ପ୍ରକଳ୍ପ ଆରମ୍ଭ ହୋଇଥିଲା। ୧ କୋଟି ୭୬ଲକ୍ଷ ଟଙ୍କା ବ୍ୟୟରେ ସହରର ୯ ସ୍ଥାନରେ ଉଭୟ ମହିଳାପୁରୁଷଙ୍କ ପାଇଁ ୨୦ଟି ଟଏଲେଟ୍‌ ୟୁନିଟ୍‌ ନିର୍ମାଣ କରାଯିବାକୁ ସ୍ଥିର ହୋଇଥିଲା। ପୌର ପରିଷଦ ପକ୍ଷରୁ ସ୍ଥାନ ଚିହ୍ନଟ କରାଯାଇଥିଲା। ମାତ୍ର ୬ ବର୍ଷ ପରେ ବି ସମସ୍ତ ଇ-ଟଏଲେଟ୍‌ ନିର୍ମାଣ ହୋଇ ତାଲାପଡ଼ି ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଅଧିକାଂଶ ଟଏଲେଟ୍‌ ଭାଙ୍ଗିଗଲାଣି। ସେହିପରି ୨୦୨୨ରେ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ସ୍ବଚ୍ଛ ଭାରତ ଯୋଜନାରେ ୨୦ଟି ୱାର୍ଡରେ ୧୬ଟି ସର୍ବସାଧାରଣ ଶୌଚାଳୟ, ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଥିଲା।

ପ୍ରତ୍ୟେକ ଶୌଚାଳୟ ପାଇଁ ୧୨ରୁ ୧୬ ଲକ୍ଷ ଲେଖାଏ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟଳଳ କରାଯାଇଛି ବୋଲି ପୌର ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ମାତ୍ର ସେବେଠାରୁ ଶୌଚାଳୟ ଦିନଟିଏ ପାଇଁ ଲୋକଙ୍କ କାମରେ ଆସିପାରୁନାହିଁ। ଯାତ୍ରୀ ତଥା ସାଧାରଣ ଲୋକେ ବାହାରେ ତଥା ରାସ୍ତାଘାଟରେ ମଳତ୍ୟାଗ କିମ୍ବା ପରିସ୍ରା କରିବେ ନାହିଁ ବୋଲି ଶୌଚାଳୟ ନିର୍ମାଣ କରାଯାଇଥିଲା। କିନ୍ତୁ ଏଗୁଡ଼ିକର ଏପରି ଦୁରବସ୍ଥା ଯୋଗୁ ଲୋକେ ବାଧ୍ୟ ହୋଇ ବାହାରେ, ରାସ୍ତା କଡ଼ରେ ପରିସ୍ରା କରୁଛନ୍ତି। କୌଣସି ଅଞ୍ଚଳର ବିକାଶ ତା’ର ସ୍ବଚ୍ଛତାରୁ ଜଣାପଡ଼େ। ତେବେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ସ୍ବଚ୍ଛତା ଏବେ ଦିଗହରା ହୋଇପଡ଼ିଛି। ଏ ସମ୍ପର୍କରେ ପୌରନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରିଙ୍କୁ ପଚାରିବାରେ ଏକ ଘରୋଇ ସଂସ୍ଥା ସହ ଚୁକ୍ତି ଶେଷ ହୋଇଛି। ଖୁବ୍‌ଶୀଘ୍ର ସର୍ବସାଧାରଣ ଶୌଚାଳୟ ଖୋଲାଯିବ। ଇ-ଟଏଲେଟ ବିଷୟରେ କିଛି ମନ୍ତବ୍ୟ ଦେଇପାରିବି ନାହିଁ ବୋଲି କହିଥିଲେ। ପୌର କର୍ତ୍ତୃପକ୍ଷ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଉପରେ ତତ୍ପରତା ପ୍ରକାଶ କରି ଏହା ଉପରେ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ପୌରାଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri