ଖତଖାଉଛି ଇ-ଟଏଲେଟ୍‌, ସର୍ବସାଧାରଣ ଶୌଚାଳୟ

ପଟ୍ଟାମୁଣ୍ଡାଇ,୪ା୧୧(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ସ୍ବଚ୍ଛ ପରିମଳ ବ୍ୟବସ୍ଥାକୁ ସୁଦୁଢ଼ କରିବା ନେଇ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ସହରକୁ ପରିଚ୍ଛନ୍ନତା ରଖିବା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ପବ୍ଲିକ ଟଏଲେଟ, ବାୟୋ ଟଏଲେଟ ଓ ଇ-ଟଏଲେଟ ନିର୍ମାଣ ହୋଇଛି। ମାତ୍ର ନିର୍ମାଣ ପରଠାରୁ ଏହି ଟଏଲେଟଗୁଡ଼ିକ ବନ୍ଦ ରହି ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଯିବା ସହ ବ୍ୟବହାର ଅନୁପଯୋଗୀ ହୋଇ ପଡ଼ିରହିଛି। ଅନ୍ୟପକ୍ଷେ ଇ-ଟଏଲେଟରେ ଆଲୋକ ଜଳୁଥିବା ବେଳେ ଏହାର ବିଲ୍‌ କିଏ ଦେଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି। କିନ୍ତୁ ପୌର ପରିଷଦ ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ନେଇ ସଚେତନତା କ୍ୟାମ୍ପଠାରୁ ଆରମ୍ଭ କରି ଘରେ ଘରେ ତାଲିମ ଦିଆଯାଉଛି। ହେଲେ ସହରକୁ ଆସୁଥିବା ଲୋକେ ବାହାରେ ମଳମୂତ୍ର ତ୍ୟାଗ କରୁଥିବାରୁ ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଯାହା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ପରିମଳ ବ୍ୟବସ୍ଥା ଅଧିକାଂଶରେ ବିଫଳ ହେଉଥିବା ପରିଲକ୍ଷିତ ହେଉଛି ବୋଲି ଜନସାଧାରଣଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଉଛି।
ସାମାଜିକ କର୍ମୀ ପ୍ରବୀର ନାୟକ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାର ବାଣିଜ୍ୟକ ପେଣ୍ଠସ୍ଥଳ ପଟ୍ଟାମୁଣ୍ଡାଇ ସହରକୁ ସ୍ବଚ୍ଛ, ସବୁଜ, ସୁନ୍ଦର କରି ଗଢ଼ି ତୋଳିବା ପାଇଁ ପୌର ପରିଷଦ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ବାଣିଜି୍ୟକ ସହରକୁ ଯେପରି ବାହ୍ୟ ମଳମୁକ୍ତ ଅଞ୍ଚଳ କରାଯାଇପାରିବ ସେଥିପାଇଁ ବିଭିନ୍ନ ଟଏଲେଟ୍‌ର ବ୍ୟବସ୍ଥା ରହିଛି। ମାତ୍ର ପରିଚାଳନାଗତ ତ୍ରୁଟି କାରଣରୁ ଏହା ଲୋକଙ୍କ ବ୍ୟବହାରରେ ଲାଗୁନାହିଁ। ଫଳରେ ଇ-ଟଏଲେଟ୍‌ଗୁଡିକ ଅଚଳାବସ୍ଥାରେ ପଡ଼ିରହିଛି। ଇ-ଟଏଲେଟ୍‌ ଭଳି ସହରରେ ଗୋଷ୍ଠୀ ଶୌଚାଳୟ, ପବ୍ଲିକ୍‌ ଟଏଲେଟ୍‌ ଆଦି ୫୦ରୁ ଊଦ୍ଧର୍‌ବ ନିର୍ମାଣ କରାଯାଇଥିଲେ ବି ଲୋକମାନଙ୍କ ବ୍ୟବହାରରେ ଲାଗୁନାହିଁ। ଫଳରେ ଲୋକେ ଏହିସବୁ ଶୌଚାଳୟର ଆଖପାଖରେ ମଳତ୍ୟାଗ ଓ ପରିସ୍ରା କରୁଛନ୍ତି। ଏହାଦ୍ୱାରା ସହରର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ଅପରିଷ୍କାର ପରିବେଶ ସୃଷ୍ଟି ହେଉଛି।

ବୁଦ୍ଧିଜୀବୀ ଭବାନୀ ଶଙ୍କର ପଣ୍ଡା, ରାଧେଶ୍ୟାମ ସାହୁ, ମିଟୁ ଜେନା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ରାସ୍ତାଠାରୁ ଆରମ୍ଭ କରି ଡ୍ରେନ, ଟ୍ରାଫିକ୍‌, ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ, ପରିମଳ ବ୍ୟବସ୍ଥା ଆଦି ଅବ୍ୟବସ୍ଥିତ ଓ ପ୍ରହସନ ପାଲଟିଛି ବୋଲି କହିଛନ୍ତି। ଏସବୁ ପ୍ରସଙ୍ଗକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି। ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଅର୍ଥ ହେରଫେର ହେଉଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ନ ଦେବା ପରିତାପର ବିଷୟ ହୋଇଛି। ୨୦୧୮ରେ ସହରରେ ଇ-ଟଏଲେଟ୍‌ ପ୍ରକଳ୍ପ ଆରମ୍ଭ ହୋଇଥିଲା। ୧ କୋଟି ୭୬ଲକ୍ଷ ଟଙ୍କା ବ୍ୟୟରେ ସହରର ୯ ସ୍ଥାନରେ ଉଭୟ ମହିଳାପୁରୁଷଙ୍କ ପାଇଁ ୨୦ଟି ଟଏଲେଟ୍‌ ୟୁନିଟ୍‌ ନିର୍ମାଣ କରାଯିବାକୁ ସ୍ଥିର ହୋଇଥିଲା। ପୌର ପରିଷଦ ପକ୍ଷରୁ ସ୍ଥାନ ଚିହ୍ନଟ କରାଯାଇଥିଲା। ମାତ୍ର ୬ ବର୍ଷ ପରେ ବି ସମସ୍ତ ଇ-ଟଏଲେଟ୍‌ ନିର୍ମାଣ ହୋଇ ତାଲାପଡ଼ି ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଅଧିକାଂଶ ଟଏଲେଟ୍‌ ଭାଙ୍ଗିଗଲାଣି। ସେହିପରି ୨୦୨୨ରେ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ସ୍ବଚ୍ଛ ଭାରତ ଯୋଜନାରେ ୨୦ଟି ୱାର୍ଡରେ ୧୬ଟି ସର୍ବସାଧାରଣ ଶୌଚାଳୟ, ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଥିଲା।

ପ୍ରତ୍ୟେକ ଶୌଚାଳୟ ପାଇଁ ୧୨ରୁ ୧୬ ଲକ୍ଷ ଲେଖାଏ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟଳଳ କରାଯାଇଛି ବୋଲି ପୌର ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ମାତ୍ର ସେବେଠାରୁ ଶୌଚାଳୟ ଦିନଟିଏ ପାଇଁ ଲୋକଙ୍କ କାମରେ ଆସିପାରୁନାହିଁ। ଯାତ୍ରୀ ତଥା ସାଧାରଣ ଲୋକେ ବାହାରେ ତଥା ରାସ୍ତାଘାଟରେ ମଳତ୍ୟାଗ କିମ୍ବା ପରିସ୍ରା କରିବେ ନାହିଁ ବୋଲି ଶୌଚାଳୟ ନିର୍ମାଣ କରାଯାଇଥିଲା। କିନ୍ତୁ ଏଗୁଡ଼ିକର ଏପରି ଦୁରବସ୍ଥା ଯୋଗୁ ଲୋକେ ବାଧ୍ୟ ହୋଇ ବାହାରେ, ରାସ୍ତା କଡ଼ରେ ପରିସ୍ରା କରୁଛନ୍ତି। କୌଣସି ଅଞ୍ଚଳର ବିକାଶ ତା’ର ସ୍ବଚ୍ଛତାରୁ ଜଣାପଡ଼େ। ତେବେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ସ୍ବଚ୍ଛତା ଏବେ ଦିଗହରା ହୋଇପଡ଼ିଛି। ଏ ସମ୍ପର୍କରେ ପୌରନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରିଙ୍କୁ ପଚାରିବାରେ ଏକ ଘରୋଇ ସଂସ୍ଥା ସହ ଚୁକ୍ତି ଶେଷ ହୋଇଛି। ଖୁବ୍‌ଶୀଘ୍ର ସର୍ବସାଧାରଣ ଶୌଚାଳୟ ଖୋଲାଯିବ। ଇ-ଟଏଲେଟ ବିଷୟରେ କିଛି ମନ୍ତବ୍ୟ ଦେଇପାରିବି ନାହିଁ ବୋଲି କହିଥିଲେ। ପୌର କର୍ତ୍ତୃପକ୍ଷ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଉପରେ ତତ୍ପରତା ପ୍ରକାଶ କରି ଏହା ଉପରେ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ପୌରାଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୫% ବଢିବ DA!

ନୂଆଦିଲ୍ଲୀ,୨୧।୧: କେନ୍ଦ୍ର ସରକାରୀ କର୍ମଚାରୀମାନେ ଦୀର୍ଘ ଦିନ ଧରି ଅଷ୍ଟମ ବେତନ କମିଶନ ଅଧୀନରେ ଦରମା ବୃଦ୍ଧି ପାଇଁ ଅପେକ୍ଷା କରିଆସୁଛନ୍ତି। ଜାନୁଆରୀ 2026 ପରେ...

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜୋରଦାର: ଦାରିଙ୍ଗବାଡିରେ ପୋଲିସ ଛାଉଣି

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସହରକୁ ଟ୍ରାଫିକ ମୁକ୍ତ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ବାଂଲାଦେଶକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୧: ବାଂଲାଦେଶର ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ମଙ୍ଗଳବାର (ଜାନୁଆରୀ ୨୦, ୨୦୨୬) ସେଠାରେ ନିଯୁକ୍ତ ଭାରତୀୟ ଅଧିକାରୀଙ୍କ ପରିବାରକୁ ଫେରାଇ ନେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri