ବାବୁଙ୍କୁ ‘ଇ-ପାର୍‌’ ଅଡୁଆ

ଭୁବନେଶ୍ୱର,୧୪ା୪(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନ ଗ୍ରୁପ୍‌-କ ଏବଂ ଖ ବର୍ଗର ଅଧିକାରୀମାନେ ସେମାନଙ୍କ ପର୍‌ଫର୍ମାନ୍ସ ଆପ୍ରାଇଜାଲ ରିପୋର୍ଟ(ଇ-ପାର୍‌) ତଥ୍ୟ ଏଚ୍‌ଆର୍‌ଏମ୍‌ଏସ୍‌ ପୋର୍ଟାଲରେ ଦେଉନାହାନ୍ତି। ଏପରି କି ମୁଖ୍ୟ ଶାସନ ସଚିବଙ୍କ ଏନେଇ ନିର୍ଦ୍ଦେଶ ରହିଥିଲେ ହେଁ ଠିକଣା ସମୟରେ ଏହା ସରକାରଙ୍କ ନିକଟରେ ପହଞ୍ଚତ୍ପାରୁନାହିଁ। ଫଳରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ସମୟ ଭିତରେ ପଦୋନ୍ନତି ଏବଂ ସରକାରୀ ସହାୟତା ମିଳିପାରୁନାହିଁ। ତେଣୁ ଏନେଇ ବିଭାଗରେ ସଚେତନତା ସୃଷ୍ଟି କରିବାକୁ ସରକାରଙ୍କ ପକ୍ଷରୁ ସବୁ ବିଭାଗୀୟ ମୁଖ୍ୟଙ୍କୁ କୁହାଯାଇଛି।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅତିରିକ୍ତ ସଚିବ ଶଶାଙ୍କ ଶେଖର ଦାଶ ସବୁ ବିଭାଗୀୟ ମୁଖ୍ୟ, ସମସ୍ତ ଆର୍‌ଡିସି ଓ ଜିଲାପାଳଙ୍କୁ ଏପ୍ରିଲ ୪ରେ ପତ୍ର ଲେଖି ଅବଗତ କରାଇଛନ୍ତି ଯେ, ଗ୍ରୁପ୍‌-କ ଏବଂ ଖ ବର୍ଗର ଅଧିକାରୀ ତାଙ୍କ ଇ-ପାର୍‌ ଦେବା ଲାଗି ୨୦୧୪-୧୫ରୁ ସରକାରୀସ୍ତରରେ ନିୟମ ଲାଗୁ ହୋଇଛି। ରାଜ୍ୟ ସରକାର ମଧ୍ୟ ଏହାକୁ ୨୦୧୫-୧୬ରୁ ବାଧ୍ୟତାମୂଳକ କରିଛନ୍ତି। ପ୍ରତିବର୍ଷ ମାର୍ଚ୍ଚ ସୁଦ୍ଧା ସେମାନଙ୍କ କାର୍ଯ୍ୟଦକ୍ଷତା, ଚରିତ୍ରଭିତ୍ତିକ ତଥ୍ୟ ଏଚ୍‌ଆର୍‌ଏମ୍‌ଏସ୍‌ ପୋର୍ଟାଲରେ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ରହିଛି। ଏହାସତ୍ତ୍ୱେ ସେମାନେ ଇ-ପାର୍‌ ତଥ୍ୟ ଦେବାରେ ଚଞ୍ଚକତା କରୁଛନ୍ତି। ଫଳରେ ସମ୍ପୃକ୍ତ ଅଧିକାରୀଙ୍କୁ ପଦୋନ୍ନତି ଦିଆଯିବ କି ନାହିଁ, ତାହା ସ୍ପଷ୍ଟ ହୋଇପାରୁନାହିଁ। ଏହାକୁ ନେଇ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ୨୦୨୪ ଡିସେମ୍ବରରେ ସବୁ ବିଭାଗୀୟ ମୁଖ୍ୟ, ଜିଲାପାଳଙ୍କୁ ପତ୍ରଲେଖି ଅବଗତ କରାଇଥିଲେ। ଇ-ପାର୍‌ ରିପୋର୍ଟ କିଭଳି ଜଣେ ଅଧିକାରୀ ତଥା କର୍ମଚାରୀଙ୍କୁ ପଦୋନ୍ନତି ଏବଂ ଏମ୍‌ଏସିପି/ଆର୍‌ଏସିପି ପାଇବା କ୍ଷେତ୍ରରେ ସହାୟକ ହେବ ତାହା ଦର୍ଶାଇଥିଲେ। ହେଲେ ବାସ୍ତବ କ୍ଷେତ୍ରରେ ଅଧିକାରୀ ଓ କର୍ମଚାରୀମାନେ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି। ଫଳରେ ଗ୍ରୁପ୍‌-ଗ ବର୍ଗର କର୍ମଚାରୀଙ୍କ ସିସିଆର୍‌ ସରକାରଙ୍କ ନିକଟରେ ପହଞ୍ଚତ୍ପାରୁନାହିଁ। ଉଚ୍ଚ କର୍ତ୍ତୃପକ୍ଷଙ୍କ ଅଜ୍ଞତା ହେଉ କିମ୍ବା ଇଚ୍ଛାଶକ୍ତିର ଅଭାବ ଯୋଗୁ ସିସିଆର୍‌ ସରକାରଙ୍କ ନିକଟରେ ପହଞ୍ଚତ୍ପାରୁ ନ ଥିବାରୁ କର୍ମଚାରୀଙ୍କୁ ପଦୋନ୍ନତି କିମ୍ବା ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯାଇପାରୁନାହିଁ।
ସୂଚନାଯୋଗ୍ୟ, ଜାନୁଆରୀ ୧୮ରେ ଅତିରିକ୍ତ ସଚିବ ଶଶାଙ୍କ ଏ ସଂକ୍ରାନ୍ତରେ ଏକ ଚିଠି ସବୁ ବିଭାଗୀୟ ମୁଖ୍ୟ, ଆର୍‌ଡିସି ଏବଂ ଜିଲାପାଳଙ୍କୁ ପ୍ରଦାନ କରିଥିଲେ। ସେ ଚିଠିରେ ଦର୍ଶାଇଥିଲେ ଯେ, ସରକାରୀ କର୍ମଚାରୀମାନେ କିଏ କେତେ କାର୍ଯ୍ୟ କଲେ ତା’ର ପୂର୍ଣ୍ଣାଙ୍ଗ ବିବରଣୀ ‘ଆଇଗଟ୍‌ କର୍ମଯୋଗୀ’ରେ ଦେବାକୁ ହେବ। ଏହି ରିପୋର୍ଟ ଆଧାରରେ କର୍ମଚାରୀଙ୍କ ପାରଦର୍ଶିତା ଜଣାପଡ଼ିବ। ଯେଉଁମାନେ ୪ ବର୍ଷ ସଫଳତାର ସହ କାର୍ଯ୍ୟ କରିଥିବେ ବୋଲି ରିପୋର୍ଟ ଆସିବ, ସେମାନଙ୍କୁ ଗୋଟିଏ ଲେଖାଏ ମାର୍କ ମିଳିବ। ସେହିପରି ଯେଉଁ କର୍ମଚାରୀମାନେ ୮ ବର୍ଷ କାର୍ଯ୍ୟ ସୁଚାରୁରୂପେ କରିଥିବା ଜଣାପଡ଼ିବ ତାଙ୍କୁ ୨ ମାର୍କ, ୧୨ ବର୍ଷ କାର୍ଯ୍ୟ ସୁଚାରୁରୂପେ କଲେ ୩ ମାର୍କ ମିଳିବ। ୧୬ ବର୍ଷ ସୁଚାରୁରୂପେ କାର୍ଯ୍ୟ କଲେ ୪ ଏବଂ ୨୦ ବର୍ଷ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନା କରିଥଲେ ୫ ମାର୍କ ପ୍ରଦାନ କରାଯିବ। ଏହି ପାରାମିଟରରେ କର୍ମଚାରୀଙ୍କ ଦକ୍ଷତା ମପାଯିବ ବୋଲି ଦାଶ ଦର୍ଶାଇଥିଲେ। ସରକାରଙ୍କ ପକ୍ଷରୁ ଏତେସବୁ ସୁଯୋଗ ସୃଷ୍ଟି କରାଯାଉଥିଲେ ହେଁ ଅଧିକାରୀ ଓ କର୍ମଚାରୀମାନେ ସେମାନଙ୍କ ବାର୍ଷିକ ପର୍‌ଫର୍ମାନ୍ସ ଆପ୍ରାଇଜାଲ ରିପୋର୍ଟ ଦେବାରେ ଅବହେଳା କରୁଛନ୍ତି। ଏହାପଛରେ ସେମାନଙ୍କ ଅଭିସନ୍ଧି ଲୁଚି ରହୁଛି ବୋଲି ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଜ୍ଜଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଛି । ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri