ପାହାଡ଼ ଉପରେ ଚାଲିଛି ଇ-କେୱାଇସି ଅପ୍‌ଡେଟ୍‌

ଭବାନୀପାଟଣା,୧୪ା୨(ଉତ୍ତମ କୁମାର ଦାଶ):ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ଇ-କେୱାଇସି ଅପ୍‌ଡେଟ୍‌ ଶେଷ ତାରିଖ ଆସନ୍ତା ୧୫ ତାରିଖ ଶନିବାର ବୋଲି ଗତ ଜାନୁୟାରୀ ଶେଷରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଥିଲେ। ଏହି କ୍ରମରେ କଳାହାଣ୍ଡି ଜିଲାରେ ୧୪ ଲକ୍ଷ ୪ହଜାର ୨୫୮ ସଦସ୍ୟ ମଧ୍ୟରୁ ବୁଧବାର ସୁଦ୍ଧା ୧୨ଲକ୍ଷ ୨୫ହଜାର ୪୧୯ ଜଣ ଇ-କେୱାଇସି ଅପ୍‌ଡେଟ୍‌ କରିଥିବା ଜଣାପଡିଛି। ଅବଶିଷ୍ଟ୧ ଲକ୍ଷ ୭୮ହଜାର ୮୩୯ଜଣ ଅପ୍‌ଡେଟ୍‌ କରି ନାହାନ୍ତି। ବର୍ତ୍ତମାନ ଜିଲାର ପ୍ରତି ଗ୍ରାମରେ ସ୍ଥାନୀୟ ଯୋଗାଣ ସହାୟକମାନେ ଲୋକଙ୍କ ଇ-କେୱାଇସି ଅପ୍‌ଡେଟ୍‌ କରିବାରେ ଲାଗି ପଡିଛନ୍ତି। ଫଳରେ ଆସନ୍ତା ୩ଦିନରେ ଆହୁରି ଅନେକ ଲୋକ ଅପ୍‌ଡେଟ୍‌ରେ ଯୋଡିହେବେ। ଜିଲାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୯୦ ଶତକଡା ଇ-କେୱାଇସି ଅପ୍‌ଡେଟ୍‌ ହୋଇଥିବା ଜଣାପଡିଛି। ତେବେ ନେଟ୍‌ୱର୍କ ସମସ୍ୟା ଯୋଗୁ ଜିଲାର ଦୁର୍ଗମ ଅଞ୍ଚଳରେ ଲୋକେ ପାହାଡ, ବଡ ପଥର କିମ୍ବା ଗଛ ଉପରକୁ ଚଢି ଇ-କେୱାଇସି ଅପ୍‌ଡେଟ୍‌ କରୁଥିବା ଦେଖିବାକୁ ମିଳିଛି।
ଜିଲାରେ ଥୁଆମୂଳ ରାମପୁର, ଏମ୍‌ ରାମପୁର, ଭବାନୀପାଟଣା ଓ ଲାଞ୍ଜିଗଡ ବ୍ଲକର ଦୁର୍ଗମ ୩୨ଟି ପଞ୍ଚାୟତ (ସେଣ୍ଟର) ଅଞ୍ଚଳରେ ନେଟ୍‌ୱର୍କ ସମସ୍ୟା ରହିଛି। ସେଠାରେ ନେଟ୍‌ଓ୍ବର୍କ ପାଇଁ ପାହାଡ ୍‌ଉପରକୁ ଚଢି ଲୋକଙ୍କ ଇ-କେୱାଇସି ଅପ୍‌ଡେଟ୍‌ କରାଯାଉଛି। ଏହି ସମୟରେ ହିତାଧିକାରୀଙ୍କ ରାଶନ କାର୍ଡରେ ଥିବା ନାଁ ଓ ଆଧାରକାର୍ଡ ଯାଞ୍ଚ ପରେ ଫିଙ୍ଗର ପ୍ରିଣ୍ଟ କିମ୍ଭା ଆଇସ୍କାନ୍‌ କରାଯାଉଛି। ପରିବାରର ଯେଉଁ ସଦସ୍ୟଙ୍କ ନାମରେ ରାଶନ ସାମଗ୍ରୀ ମିଳୁଛି ସେମାନଙ୍କର ଯାଞ୍ଚ କରାଯାଉଛି। ପରେ ଇ-କେୱାଇସି ମାଧ୍ୟମରେ ଡିଲର ଅପଡେଟ୍‌ କରୁଛନ୍ତି। ଜିଲାର ଦୁର୍ଗମ ଥୂଆମୂଳ ରାମପୁର ବ୍ଲକର ୨୨ଟି ପଞ୍ଚାୟତରେ ଏହିସବୁ ସମସ୍ୟା ଥିବା ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ସେଠାରେ ୭୦ ଶତକଡା ଲୋକଙ୍କ ଇ-କେୱାଇସି ଅପ୍‌ଡେଟ୍‌ କରାଯାଇଥିବା ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର ମୋହନ ସାହୁ ପ୍ରକାଶ କରିଛନ୍ତି। ସେହିପରି ୬୦ ବର୍ଷରୁ ଊର୍ଦ୍ଧ୍ୱ କେତେଜଣ ବୃଦ୍ଧାବୃଦ୍ଧଙ୍କ ବାୟୋମେଟ୍ରିକ ମଧ୍ୟ ଆସୁ ନ ଥିବାରୁ ଇ-କେୱାଇସି ଅପ୍‌ଡେଟ୍‌ କରିବାରେ ସମସ୍ୟା ରହୁଛି। ଗ୍ରାମାଞ୍ଚଳରେ ଲୋକଙ୍କୁ ସଚେତନ କରାଯାଉଛି ଓ ଶୀଘ୍ର ଏହା ଶେଷହେବ ବୋଲି ସେ କହିଥିଲେ। କଳାହାଣ୍ଡି ଜିଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ)ରେ ୪ଲକ୍ଷ ୧ହଜାର ୯୮୩ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ (ଏସ୍‌ଏଫ୍‌ଏସ୍‌ଏ)ରେ ୧୩ହଜାର ୭୮୨ ରାଶନ କାର୍ଡ ପାଇଥିବା ଜିଲା ଯୋଗାଣ ବିଭାଗ ପକ୍ଷରୁ ଜଣାପଡିଛି। ସେହିପରି ଇ-କେୱାଇସି ଅପ୍‌ଡେଟ୍‌ କରାଯିବାବେଳେ ଜିଲାର ୨୦୯୦ ସରକାରୀ ଚାକିରିଆ ଚିହ୍ନଟ ହୋଇଛନ୍ତି। ଏଥିରେ ଅଙ୍ଗନୱାଡି କର୍ମୀ, ଗୃହରକ୍ଷୀ, ଶିକ୍ଷକ ଆଦି ରହିଛନ୍ତି। ଏହାସହ ଇନ୍‌କମ୍‌ ଟାକ୍ସ ଦେଉଥିବା ୨୦୭୩ ଜଣ ଚିହ୍ନଟ ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri