କୋଟିଆରେ ଆନ୍ଧ୍ର କରୁଛି E-KYC, ଓଡ଼ିଶା ବ୍ଲକ ପ୍ରଶାସନ ନିକଟରେ ନାହିଁ ଖବର

ପଟ୍ଟାଙ୍ଗି,୨୯ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମବାସୀଙ୍କ ନିକଟରେ ପଡ଼ୋଶୀ ଆନ୍ଧ୍ର ରାଜ୍ୟର ସରକାରୀ କର୍ମଚାରୀ ପହଞ୍ଚି ଇ-କେଓ୍ବାଇସିି କରୁଥିଲେ ମଧ୍ୟ ଓଡ଼ିଶାର ବ୍ଲକ ପ୍ରଶାସନ ନିକଟରେ ଖବର ନ ରହିବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ଉକ୍ତ ପଞ୍ଚାୟତର ନେରିଡିବାଲସାଧ ଗ୍ରାମର ଏକ ତେନ୍ତୁଳି ଗଛ ମୂଳେ।

ସୂଚନା ମୁତାବକ ପଞ୍ଚାୟତର ସୀମାନ୍ତ ଗ୍ରାମଗୁଡ଼ିକରେ ଆନ୍ଧ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ପାଉଥିବା ବାର୍ଦ୍ଧକ୍ୟ ଭତ୍ତା, ବିଦ୍ୟାଳୟରେ ପଡୁଥିବା ପିଲାମାନଙ୍କୁ ମିଳୁଥିବା ଆମ୍ମାଓ୍ବାଡି ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ଏହିପରି କିଛି ଯୋଜନାକୁ ନେଇ ଉକ୍ତ ରାଜ୍ୟର ସରକାରୀ କର୍ମଚାରୀ ଗ୍ରାମର ବୃଦ୍ଧାବୃଦ୍ଧ, ଅଙ୍ଗନଓ୍ବାଡ଼ି କେନ୍ଦ୍ର୍‌କୁ ଯାଉଥିବା
କୁନିକୁନି ପିଲା ଏବଂ ବିଦ୍ୟାଳୟରେ ପଢୁଥିବା ଛାତ୍ରୀଛାତ୍ରଙ୍କୁ ଏକାଠି କରି ଆଧାର କେଓ୍ବାଇସିି କରୁଥିବା ଦେଖିବାକୁ ମିଳିଛି। ଯାହାକି ଉକ୍ତ ଆଧାର କେଓ୍ବାଇସିି ହୋଇ ପାରୁ ନ ଥିବା ପରି ସମସ୍ୟାକୁ ନେଇ ବିଗତଦିନରେ କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମର ମହିଳାମାନେ ଓଡ଼ିଶାର ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇଥିବା ଦୃଶ୍ୟକୁ ନେଇ ଅନେକ ଚାପଗ୍ରସ୍ତ ହୋଇଥିଲା ଓଡ଼ିଶାର ପଟ୍ଟାଙ୍ଗି ବ୍ଲକ ପ୍ରଶାସନ। ଏବେ ପୁଣି ଆନ୍ଧ୍ର ଏହିପରି ଆଧାର କେଓ୍ବାଇସିି କରିବା ଅନେକ କିଛି ଦର୍ଶାଉଛି। ସେପଟେ ଆନ୍ଧ୍ରର ସରକାରୀ କର୍ମଚାରୀ ଓଡ଼ିଶାର ସୀମାନ୍ତ ଗ୍ରାମରେ ଅନୁପ୍ରବେଶ କରି ଆଧାର ଇ-କେଓ୍ବାଇସିି କରିବା ଦୃଶ୍ୟକୁ ନେଇ ଓଡ଼ିଶାର କୋଟିଆ ପଞ୍ଚାୟତର ସରପଞ୍ଚ ଲିଉ ଗେମେଲ ଆନ୍ଧ୍ର
ଏହିପରି କରି ସୀମାନ୍ତ ଗ୍ରାମବାସୀଙ୍କୁ ଲୋଭ ଦେଖାଇ ବିଭିନ୍ନ ସରକାରୀ ଯୋଜନାକୁ ନେଇ କାର୍ଯ୍ୟ କରି ଲୋଭ ଦେଖାଇ ଚାଲିଛନ୍ତି। ତେଣୁ ଆନ୍ଧ୍ରର ଏହିପରି ଅନୁପ୍ରବେଶ ଉପରେ ହେଉ ବା କାର୍ଯ୍ୟକାରୀ ହେଉଥିବା ସରକାରୀ ଯୋଜନା ଉପରେ ଓଡ଼ିଶାର ଜିଲା ଏବଂ ବ୍ଲକ ପ୍ରଶାସନ ଦୃଷ୍ଟି ଦେବା ଉଚିତ। ଆମ ପ୍ରଶାସନର ଅବହେଳା ଯୋଗୁ ଆନ୍ଧ୍ର ଏହିପରି ବାରମ୍ବାର ଅନୁପ୍ରବେଶ କରିବା ପାଇଁ ସାହସ ପାଉଛି ବୋଲି ପ୍ରକାଶ କରିବା ସହ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ାରେ ବଲାଙ୍ଗୀର ପୋଲିସର ଚଢ଼ାଉ: ବିପୁଳ ସୁନା-ରୂପା ଅଳଙ୍କାର ଜବତ, ୨ ସନ୍ଦିଗ୍ଧ…

କଲ୍ୟାଣସିଂହପୁର, ୨୬।୮ (ଦୀପକ କୁମାର ପରିଡା): ରାୟଗଡ଼ା ଜିଲାରେ ବଲାଙ୍ଗୀର ଜିଲା ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଚୋରି ସୁନା ଓ ରୂପା ଅଳଙ୍କାର ଜବତ…

ପିଉସାଙ୍କୁ ହତ୍ୟା କରି ପୋଡ଼ି ଦେବା ଘଟଣା: ୨ ମହିଳା ଗିରଫ, ମୋଟ ଗିରଫ ସଂଖ୍ୟା…

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିକନବାଡ଼ି ଗ୍ରାମରେ ଜମି ବିବାଦ ଓ ଗୁଣିଗାରେଡ଼ି ସନ୍ଦେହକୁ ନେଇ ମିଶ୍ର ପ୍ରଧାନଙ୍କୁ ନିର୍ମମ…

ଟ୍ରାକ୍ଟର ଭଡ଼ା ଟଙ୍କାକୁ ନେଇ ଆକ୍ରମଣ-ପ୍ରତିଆକ୍ରମଣ: ୨ ଗିରଫ, ନୋଟିସ ଦେଇ ଛାଡ଼ିଲା…

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପୋଡ଼ାଖାଲ ଗ୍ରାମ ନିକଟରେ ଟ୍ରାକ୍ଟର ଭଡ଼ା ଟଙ୍କାକୁ ନେଇ ଆକ୍ରମଣ ଓ ପ୍ରତିଆକ୍ରମଣ…

ମା’ ଚାମୁଣ୍ଡେଶ୍ୱରୀ ମନ୍ଦିରର ହେବ ସାମଗ୍ରିକ ବିକାଶ: ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୃହୀତ

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କେରାଣ୍ଡିମାଳ ପର୍ବତମାଳାସ୍ଥିତ ଚାଙ୍ଗୁଡ଼ିଦେଇ ପର୍ବତ ଶିଖରରେ ବିରାଜମାନ ମା’ ଚାମୁଣ୍ଡେଶ୍ୱରୀ ମନ୍ଦିର ଉନ୍ନୟନ…

ଫାଷ୍ଟଫୁଡ୍ ଦୋକାନ ଆଢୁଆଳରେ ଚାଲିଥିଲା ବେଆଇନ ମଦ କାରବାର: ଅବକାରୀ ଟିମ୍‌ର ଅତର୍କିତ ଚଢ଼ାଉ, ଧରାପଡ଼ିଲେ…

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଢେପାପେଣ୍ଠ ଗ୍ରାମରେ ଏକ ଫାଷ୍ଟଫୁଡ୍ ଦୋକାନରୁ ବେଆଇନ ବିଦେଶୀ ମଦ ଜବତ ହୋଇଛି। ବ୍ରହ୍ମପୁର…

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଡେରା ପକାଇଥିଲେ ବଣୁଆ ହାତୀ, ଗାଧୋଇବାକୁ ଯିବା ବେଳେ ହାବୁଡ଼ରେ ପଡ଼ିଗଲେ ଯୁବକ; ଶୁଣ୍ଢରେ କଚାଡ଼ି…

ପାଟଣା/ଢେଙ୍କିକୋଟ,୨୬।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଧୋବାପିଟଣା ଗ୍ରାମର ଜଣେ ୪୨ ବର୍ଷିୟ ଯୁବକଙ୍କୁ ବୁଧବାର ଅପରାହ୍ନରେ ଏକ ମାଇ ହାତୀ ଶୁଣ୍ଢରେ କଚାଡ଼ି…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri