ଦେଶରେ ସୁଦୃଢ଼ ହେବ ଇ-କୋର୍ଟ ଭିତ୍ତିଭୂମି: ସିଜେଆଇ

କଟକ ଅଫିସ,୭।୫: ଓଡ଼ିଶା ହାଇକୋର୍ଟ ଭଳି ସୁପ୍ରିମକୋର୍ଟରେ ଇ-କୋର୍ଟ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏଥିପାଇଁ ତୃତୀୟ ପର୍ଯ୍ୟାୟ ଆକ୍ସନ ପ୍ଲାନ୍‌ କାର୍ଯ୍ୟକାରୀ କରିବା ନିମନ୍ତେ ବୈଷୟିକ ଜ୍ଞାନକୌଶଳର ଉପଯୋଗର ସମ୍ଭାବନାମୟ ଦିଗ ଉପରେ ଆଲୋକପାତ କରିବା ଉଦ୍ଦେଶ୍ୟରେ କଟକସ୍ଥିତ ଜୁଡିସିଆଲ ଏକାଡେମୀଠାରେ ଶନିବାର ଆରମ୍ଭ ହୋଇଛି ଦୁଇଦିନିଆ ସମ୍ମିଳନୀ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଧନଞ୍ଜୟ ଓ୍ବାଇ. ଚନ୍ଦ୍ରଚୂଡ଼ ସମ୍ମିଳନୀକୁ ଉଦ୍‌ଘାଟନ କରି ଦେଶରେ ଇ-କୋର୍ଟ ଭିତ୍ତିଭୂମି ସୁଦୃଢ଼ ଉପରେ ଗୁରୁତ୍ୱାରୋପ କରିଛନ୍ତି।
ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ କହିଲେ, ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧରଙ୍କ ନେତୃତ୍ୱ ଯୋଗୁ ଓଡ଼ିଶାରେ ନ୍ୟାୟ ବ୍ୟବସ୍ଥାର ଆଧୁନିକୀକରଣ ଓ ରେକର୍ଡ ରୁମ୍‌ ଡିଜିଟାଇଜେଶନ ସେଣ୍ଟର ସ୍ଥାପନା ଭଳି କାର୍ଯ୍ୟ ସମ୍ଭବ ହୋଇପାରିଛି। ୨୦୨୩ରୁ ୨୦୨୭ ଯାଏ ଆଗାମୀ ୪ ବର୍ଷରେ ଦେଶରେ ଇ-କୋର୍ଟ ନିମନ୍ତେ ତୃତୀୟ ପର୍ଯ୍ୟାୟ ଆକ୍ସନ ପ୍ଲାନ କାର୍ଯ୍ୟକାରୀ କରିବାକୁ ୭,୨୧୦ କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଛି। ଏଥିରେ କୋର୍ଟ ରେକର୍ଡଗୁଡ଼ିକର ଡିଜିଟାଇଜେଶନ କାର୍ଯ୍ୟ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ପ୍ରାୟ ୩,୧୦୮କୋଟି ପୃଷ୍ଠାର ରେକର୍ଡ ଡିଜିଟାଇଜ୍‌ କରାଯିବାକୁ ଲକ୍ଷ୍ୟ ରହିଛି। ଦେଶର ହାଇକୋର୍ଟଗୁଡ଼ିକ ସରକାରୀ ଅନୁଦାନକୁ ଉପଯୋଗ କରି ଇ-କୋର୍ଟ ଭିତ୍ତିଭୂମିକୁ ସୁଦୃଢ଼ କରାଇବେ। ଜିଲା କୋର୍ଟ ସମେତ ଦେଶର ସମସ୍ତ କୋର୍ଟର ଡିଜିଟାଲ ଭିତ୍ତିଭୂମି ଏହାଦ୍ୱାରା ବିକଶିତ ହୋଇପାରିବ। ଆଧୁନିକ ସୂଚନା ଓ ପ୍ରଯୁକ୍ତିବିଦ୍ୟା କିଭଳି ଦୂରଦୂରାନ୍ତରେ ଥିବା ସାଧାରଣ ଲୋକଙ୍କୁ ନ୍ୟାୟପ୍ରଦାନ କରିବାରେ ସହାୟକ ହୋଇପାରିଛି। ବିଶେଷକରି ଜିଲା ଓ ତାଲୁକସ୍ତରରେ ମହିଳା ଓ ଭିନ୍ନକ୍ଷମଙ୍କ ନିମନ୍ତେ ତୁରନ୍ତ ଆବଶ୍ୟକ ସୁବିଧା ଯୋଗାଇ ଦେବା ଉପରେ ପ୍ରଧାନ ବିଚାରପତି ଗୁରୁତ୍ୱ ଦେଇଛନ୍ତି।
ଏହି ଅବସରରେ ନିଉଟ୍ରାଲ ସାଇଟେଶନ ଫର ସିନ୍‌ ଇଣ୍ଡିଆନ୍‌ ଜୁଡିସିଆରି ବ୍ୟବସ୍ଥାକୁ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ଉନ୍ମୋଚନ କରିଥିଲେ। ଆଇନ ବ୍ୟବସ୍ଥାରେ କେସ୍‌ ଲ’ ରିପୋର୍ଟିଂ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯାହା ଏହି ବ୍ୟବସ୍ଥାରେ ମଧ୍ୟ ରହିଛି। ଏହି ବ୍ୟବସ୍ଥା ଦ୍ୱାରା ବିଚାରପତି ଓ ଆଇନଜୀବୀମାନେ ଆଇନ୍‌ ରିପୋର୍ଟଗୁଡ଼ିକ ସହଜରେ ଓ୍ବେବ୍‌ସାଇଟ୍‌ ଜରିଆରେ ପାଇପାରିବେ। ସୁପ୍ରିମକୋର୍ଟ ଓ ହାଇକୋର୍ଟର ନିର୍ଦ୍ଦେଶନାମା ଓ ରାୟଗୁଡ଼ିକ ସହଜରେ ଜନସାଧାରଣ ମଧ୍ୟ ଏଥିରୁ ପାଇପାରିବେ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ସ୍ବାଗତ ଭାଷଣ ଦେଇ ସୁପ୍ରିମକୋର୍ଟରେ ଇ-କୋର୍ଟ ପ୍ରକଳ୍ପ କାର୍ଯ୍ୟକାରୀ ହେବା ନିମନ୍ତେ ତୃତୀୟ ପର୍ଯ୍ୟାୟ ଜାତୀୟ ଆକ୍ସନ ପ୍ଲାନ ପ୍ରସଙ୍ଗରେ ଆଲୋଚନା କରିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ ବୋଲି କହିଥିଲେ। କୋଭିଡ୍‌ ସମୟରୁ ଆରମ୍ଭ ହୋଇଥିବା ଆଭାସି ଶୁଣାଣି, ଲାଇଭ୍‌ ଷ୍ଟ୍ରିମିଂ, ଇ-ଫାଇଲିଂ, କାଗଜବିହୀନ କୋର୍ଟ, ରେକର୍ଡ ଡିଜିଟାଇଜେଶନ ଆଦି ନ୍ୟାୟିକ ବ୍ୟବସ୍ଥାରେ ଥିବା ଶୂନ୍ୟସ୍ଥାନକୁ ପୂରଣ କରିଛି। ତୃତୀୟ ପର୍ଯ୍ୟାୟ ଇ-କୋର୍ଟ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଅନୁଦାନ ଯୋଗାଇ ଦେଇଥିବାରୁ ମୁଖ୍ୟ ବିଚାରପତି ଧନ୍ୟବାଦ ଦେବା ସହ ଏହି ଦାୟିତ୍ୱକୁ ତୁଲାଇବା ଉପରେ ଜୋର୍‌ ଦେଇଛନ୍ତି। ନ୍ୟାୟ ବ୍ୟବସ୍ଥାରେ ନାଗରିକମାନଙ୍କ ତଥ୍ୟ ଯେପରି ଅପବ୍ୟବହାର ନ ହୋଇ ସୁରକ୍ଷିତ ରହେ ସେନେଇ ଏକ ଜୁଡିସିଆରି ଡାଟା ସିକ୍ୟୁରିଟି ପଲିସି ତିଆରି କରାଯିବା ଉପରେ ମୁରଲୀଧର ଗୁରୁତ୍ୱାରୋପ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ବିଚାରପତି ରାଜେଶ ବିନ୍ଦଲ ଯୋଗ ଦେଇ ଇ-କୋର୍ଟ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଦେଶର ସବୁ ହାଇକୋର୍ଟ ସମାନ ସ୍ତରର ନୁହନ୍ତି। ସରକାର ଯୋଗାଇ ଦେଉଥିବା ଅନୁଦାନ ଉପଯୋଗ ନ ହେବା ଇ-କୋର୍ଟ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବା ଦିଗରେ ମୁଖ୍ୟ ପ୍ରତିବନ୍ଧକ ହୋଇଛି। ବିଚାର ବିଭାଗୀୟ ଅଧିକାରୀ, କର୍ମଚାରୀ, ଆଇନଜୀବୀ ଓ କାର୍ଯ୍ୟାଳୟ ସହାୟକମାନଙ୍କୁ ତାଲିମ ଦେବାର ଆବଶ୍ୟକତା ରହିଛି। ଓଡ଼ିଶା ହାଇକୋର୍ଟ ଉଦାହରଣ ଦେଇ ଏକ ପ୍ରଭାବ ନେତୃତ୍ୱ ଦୃଶ୍ୟପଟକୁ ବଦଳାଇ ଦେଇପାରେ ବୋଲି ସେ କହିଥିଲେ। ହାଇକୋର୍ଟର ବିଚାରପତି ଶୁଭାଶୀଷ ତାଳପତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ବିପିନ୍‌ ସାଙ୍ଘୀ, ହିମାଚଳ ପ୍ରଦେଶର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ତରଲୋକ ସିଂହ ଚୌହାନ୍‌ଙ୍କ ସମେତ ଦେଶର ସମସ୍ତ ହାଇକୋର୍ଟର ବିଚାରପତି ଓ ବିଚାର ବିଭାଗୀୟ ଅଧିକାରୀ, ଭାରତ ସରକାରଙ୍କ ନ୍ୟାୟ ବିଭାଗ ଏବଂ ସୁପ୍ରିମକୋର୍ଟ ଇ-କମିଟିର ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri