ଦେଶରେ ସୁଦୃଢ଼ ହେବ ଇ-କୋର୍ଟ ଭିତ୍ତିଭୂମି: ସିଜେଆଇ

କଟକ ଅଫିସ,୭।୫: ଓଡ଼ିଶା ହାଇକୋର୍ଟ ଭଳି ସୁପ୍ରିମକୋର୍ଟରେ ଇ-କୋର୍ଟ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏଥିପାଇଁ ତୃତୀୟ ପର୍ଯ୍ୟାୟ ଆକ୍ସନ ପ୍ଲାନ୍‌ କାର୍ଯ୍ୟକାରୀ କରିବା ନିମନ୍ତେ ବୈଷୟିକ ଜ୍ଞାନକୌଶଳର ଉପଯୋଗର ସମ୍ଭାବନାମୟ ଦିଗ ଉପରେ ଆଲୋକପାତ କରିବା ଉଦ୍ଦେଶ୍ୟରେ କଟକସ୍ଥିତ ଜୁଡିସିଆଲ ଏକାଡେମୀଠାରେ ଶନିବାର ଆରମ୍ଭ ହୋଇଛି ଦୁଇଦିନିଆ ସମ୍ମିଳନୀ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଧନଞ୍ଜୟ ଓ୍ବାଇ. ଚନ୍ଦ୍ରଚୂଡ଼ ସମ୍ମିଳନୀକୁ ଉଦ୍‌ଘାଟନ କରି ଦେଶରେ ଇ-କୋର୍ଟ ଭିତ୍ତିଭୂମି ସୁଦୃଢ଼ ଉପରେ ଗୁରୁତ୍ୱାରୋପ କରିଛନ୍ତି।
ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ କହିଲେ, ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧରଙ୍କ ନେତୃତ୍ୱ ଯୋଗୁ ଓଡ଼ିଶାରେ ନ୍ୟାୟ ବ୍ୟବସ୍ଥାର ଆଧୁନିକୀକରଣ ଓ ରେକର୍ଡ ରୁମ୍‌ ଡିଜିଟାଇଜେଶନ ସେଣ୍ଟର ସ୍ଥାପନା ଭଳି କାର୍ଯ୍ୟ ସମ୍ଭବ ହୋଇପାରିଛି। ୨୦୨୩ରୁ ୨୦୨୭ ଯାଏ ଆଗାମୀ ୪ ବର୍ଷରେ ଦେଶରେ ଇ-କୋର୍ଟ ନିମନ୍ତେ ତୃତୀୟ ପର୍ଯ୍ୟାୟ ଆକ୍ସନ ପ୍ଲାନ କାର୍ଯ୍ୟକାରୀ କରିବାକୁ ୭,୨୧୦ କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଛି। ଏଥିରେ କୋର୍ଟ ରେକର୍ଡଗୁଡ଼ିକର ଡିଜିଟାଇଜେଶନ କାର୍ଯ୍ୟ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ପ୍ରାୟ ୩,୧୦୮କୋଟି ପୃଷ୍ଠାର ରେକର୍ଡ ଡିଜିଟାଇଜ୍‌ କରାଯିବାକୁ ଲକ୍ଷ୍ୟ ରହିଛି। ଦେଶର ହାଇକୋର୍ଟଗୁଡ଼ିକ ସରକାରୀ ଅନୁଦାନକୁ ଉପଯୋଗ କରି ଇ-କୋର୍ଟ ଭିତ୍ତିଭୂମିକୁ ସୁଦୃଢ଼ କରାଇବେ। ଜିଲା କୋର୍ଟ ସମେତ ଦେଶର ସମସ୍ତ କୋର୍ଟର ଡିଜିଟାଲ ଭିତ୍ତିଭୂମି ଏହାଦ୍ୱାରା ବିକଶିତ ହୋଇପାରିବ। ଆଧୁନିକ ସୂଚନା ଓ ପ୍ରଯୁକ୍ତିବିଦ୍ୟା କିଭଳି ଦୂରଦୂରାନ୍ତରେ ଥିବା ସାଧାରଣ ଲୋକଙ୍କୁ ନ୍ୟାୟପ୍ରଦାନ କରିବାରେ ସହାୟକ ହୋଇପାରିଛି। ବିଶେଷକରି ଜିଲା ଓ ତାଲୁକସ୍ତରରେ ମହିଳା ଓ ଭିନ୍ନକ୍ଷମଙ୍କ ନିମନ୍ତେ ତୁରନ୍ତ ଆବଶ୍ୟକ ସୁବିଧା ଯୋଗାଇ ଦେବା ଉପରେ ପ୍ରଧାନ ବିଚାରପତି ଗୁରୁତ୍ୱ ଦେଇଛନ୍ତି।
ଏହି ଅବସରରେ ନିଉଟ୍ରାଲ ସାଇଟେଶନ ଫର ସିନ୍‌ ଇଣ୍ଡିଆନ୍‌ ଜୁଡିସିଆରି ବ୍ୟବସ୍ଥାକୁ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ଉନ୍ମୋଚନ କରିଥିଲେ। ଆଇନ ବ୍ୟବସ୍ଥାରେ କେସ୍‌ ଲ’ ରିପୋର୍ଟିଂ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯାହା ଏହି ବ୍ୟବସ୍ଥାରେ ମଧ୍ୟ ରହିଛି। ଏହି ବ୍ୟବସ୍ଥା ଦ୍ୱାରା ବିଚାରପତି ଓ ଆଇନଜୀବୀମାନେ ଆଇନ୍‌ ରିପୋର୍ଟଗୁଡ଼ିକ ସହଜରେ ଓ୍ବେବ୍‌ସାଇଟ୍‌ ଜରିଆରେ ପାଇପାରିବେ। ସୁପ୍ରିମକୋର୍ଟ ଓ ହାଇକୋର୍ଟର ନିର୍ଦ୍ଦେଶନାମା ଓ ରାୟଗୁଡ଼ିକ ସହଜରେ ଜନସାଧାରଣ ମଧ୍ୟ ଏଥିରୁ ପାଇପାରିବେ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ସ୍ବାଗତ ଭାଷଣ ଦେଇ ସୁପ୍ରିମକୋର୍ଟରେ ଇ-କୋର୍ଟ ପ୍ରକଳ୍ପ କାର୍ଯ୍ୟକାରୀ ହେବା ନିମନ୍ତେ ତୃତୀୟ ପର୍ଯ୍ୟାୟ ଜାତୀୟ ଆକ୍ସନ ପ୍ଲାନ ପ୍ରସଙ୍ଗରେ ଆଲୋଚନା କରିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ ବୋଲି କହିଥିଲେ। କୋଭିଡ୍‌ ସମୟରୁ ଆରମ୍ଭ ହୋଇଥିବା ଆଭାସି ଶୁଣାଣି, ଲାଇଭ୍‌ ଷ୍ଟ୍ରିମିଂ, ଇ-ଫାଇଲିଂ, କାଗଜବିହୀନ କୋର୍ଟ, ରେକର୍ଡ ଡିଜିଟାଇଜେଶନ ଆଦି ନ୍ୟାୟିକ ବ୍ୟବସ୍ଥାରେ ଥିବା ଶୂନ୍ୟସ୍ଥାନକୁ ପୂରଣ କରିଛି। ତୃତୀୟ ପର୍ଯ୍ୟାୟ ଇ-କୋର୍ଟ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଅନୁଦାନ ଯୋଗାଇ ଦେଇଥିବାରୁ ମୁଖ୍ୟ ବିଚାରପତି ଧନ୍ୟବାଦ ଦେବା ସହ ଏହି ଦାୟିତ୍ୱକୁ ତୁଲାଇବା ଉପରେ ଜୋର୍‌ ଦେଇଛନ୍ତି। ନ୍ୟାୟ ବ୍ୟବସ୍ଥାରେ ନାଗରିକମାନଙ୍କ ତଥ୍ୟ ଯେପରି ଅପବ୍ୟବହାର ନ ହୋଇ ସୁରକ୍ଷିତ ରହେ ସେନେଇ ଏକ ଜୁଡିସିଆରି ଡାଟା ସିକ୍ୟୁରିଟି ପଲିସି ତିଆରି କରାଯିବା ଉପରେ ମୁରଲୀଧର ଗୁରୁତ୍ୱାରୋପ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ବିଚାରପତି ରାଜେଶ ବିନ୍ଦଲ ଯୋଗ ଦେଇ ଇ-କୋର୍ଟ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଦେଶର ସବୁ ହାଇକୋର୍ଟ ସମାନ ସ୍ତରର ନୁହନ୍ତି। ସରକାର ଯୋଗାଇ ଦେଉଥିବା ଅନୁଦାନ ଉପଯୋଗ ନ ହେବା ଇ-କୋର୍ଟ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବା ଦିଗରେ ମୁଖ୍ୟ ପ୍ରତିବନ୍ଧକ ହୋଇଛି। ବିଚାର ବିଭାଗୀୟ ଅଧିକାରୀ, କର୍ମଚାରୀ, ଆଇନଜୀବୀ ଓ କାର୍ଯ୍ୟାଳୟ ସହାୟକମାନଙ୍କୁ ତାଲିମ ଦେବାର ଆବଶ୍ୟକତା ରହିଛି। ଓଡ଼ିଶା ହାଇକୋର୍ଟ ଉଦାହରଣ ଦେଇ ଏକ ପ୍ରଭାବ ନେତୃତ୍ୱ ଦୃଶ୍ୟପଟକୁ ବଦଳାଇ ଦେଇପାରେ ବୋଲି ସେ କହିଥିଲେ। ହାଇକୋର୍ଟର ବିଚାରପତି ଶୁଭାଶୀଷ ତାଳପତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ବିପିନ୍‌ ସାଙ୍ଘୀ, ହିମାଚଳ ପ୍ରଦେଶର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ତରଲୋକ ସିଂହ ଚୌହାନ୍‌ଙ୍କ ସମେତ ଦେଶର ସମସ୍ତ ହାଇକୋର୍ଟର ବିଚାରପତି ଓ ବିଚାର ବିଭାଗୀୟ ଅଧିକାରୀ, ଭାରତ ସରକାରଙ୍କ ନ୍ୟାୟ ବିଭାଗ ଏବଂ ସୁପ୍ରିମକୋର୍ଟ ଇ-କମିଟିର ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ମୋହନା ଥାନାରେ ‘ଶିଶୁ ସୁରକ୍ଷା ଓ ଭୟମୁକ୍ତ କେନ୍ଦ୍ର’ ଉଦଘାଟିତ: ଶିଶୁଙ୍କ ପାଇଁ ପୋଲିସ ସାଜିବ ବନ୍ଧୁ

ମୋହନା ୨୮।୩(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ପରିସରରେ ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି। ଶିଶୁମାନଙ୍କୁ ପୋଲିସ ପ୍ରତି ଥିବା ଭୟ ଦୂର କରିବା…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

ଭଞ୍ଜନଗର ବାର୍‌ ଆସୋସିଏଶନ ନିର୍ବାଚନ: ସଭାପତି ଭାବେ ନିର୍ବାଚିତ ହେଲେ ସନ୍ତୋଷ ନାୟକ, ଧୀରେନ ସ୍ବାଇଁ…

ଭଞ୍ଜନଗର,୨୮।୩(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏସନ ନିର୍ବାଚନ ଶନିବାର ସରିଛି। ଏଥିରେ ସଭାପତି ଭାବେ ସନ୍ତୋଷ ନାୟକ ନିର୍ବାଚିତ ହୋଇଛନ୍ତି । ଏଥିସହ ସାଧାରଣ ସମ୍ପାଦକ…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ: ଭୀଷ୍ମଦେବ ପୁଣି ସଭାପତି, ସମ୍ପାଦକ ଭାବେ ନିର୍ବାଚିତ ହେଲେ…

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏଥିରେ ଭୀଷ୍ମଦେବ ସରାଫ ପୁଣିଥରେ ସଭାପତି ନିର୍ବାଚିତ ହୋଇଛନ୍ତି। ସେହିପରି…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri