Posted inଜାତୀୟ

କର୍ତ୍ତବ୍ୟ ନିଷ୍ଠା ହିଁ ସର୍ବୋପରି, ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ…

ନୂଆଦିଲ୍ଲୀ, ୧୯।୧ : ଦେଶ ପାଇଁ ପ୍ରତି ନାଗରିକଙ୍କ କର୍ତ୍ତବ୍ୟ ନିଷ୍ଠା ହିଁ ସର୍ବୋପରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ଆଜାଦି କେ ଅମୃତ ମହୋତ୍ସବ ସେ ସ୍ବର୍ଣ୍ଣିମ ଭାରତ କେ ଔର’ କାର୍ଯ୍ୟକ୍ରମକୁ ଉଦଘାଟନ କରି ଏଭଳି ଆହ୍ବାନ ଦେଇଛନ୍ତି। ବ୍ରହ୍ମା କୁମାରୀ ସଂସ୍ଥା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି, ଆଜି ଆମେ ଏପରି ଏକ ବ୍ୟବସ୍ଥା ସୃଷ୍ଟି କରୁଛୁ ଯେଉଁଠାରେ ଭେଦଭାବର ସ୍ଥାନ ନାହିଁ। ଆମେ ଏକ ସମାଜ ସୃଷ୍ଟି କରୁଛୁ ଯାହା ସମାନତା ଏବଂ ସାମାଜିକ ନ୍ୟାୟର ମୂଳଦୁଆ ଉପରେ ଦୃଢ଼ ଭାବେ ଠିଆ ହୋଇଛି।

ବିକଶିତ ଭାରତର ଚିନ୍ତାଧାରା ଏବଂ ଆଭିମୁଖ୍ୟ ଅଭିନବ ଏବଂ ନିଷ୍ପତ୍ତି ପ୍ରଗତିଶୀଳ ରହିଛି। ଅମୃତ ମହୋତ୍ସବରେ ଦେଶ ସ୍ବାଧୀନତା ସଂଗ୍ରାମର ଇତିହାସକୁ ମନେ ରଖିଛି, ଯେଉଁଥିରେ ବହୁ ମହିଳା ନିଜର ବଳିଦାନ ଦେଇଛନ୍ତି। କିଟୁରର ରାନୀ ଚେନ୍ନମ୍ମା, ମାତାଙ୍ଗିନୀ ହାଜରା, ରାଣୀ ଲକ୍ଷ୍ମୀବାଇ, ବୀରାଙ୍ଗନା ଝଲକାରୀ ବାଈ, ଅହଲ୍ୟା ବାଈ ହୋଲକର ଏବଂ ସାବିତ୍ରୀବାଈ ଫୁଲେ ପ୍ରମୁଖ ଭାରତର ପରିଚୟ ବଜାୟ ରଖିଥିଲେ।

ଆମ ସଂସ୍କୃତି, ଆମର ସଭ୍ୟତା, ଆମର ସଂସ୍କାରକୁ ଜୀବନ୍ତ ରଖିବାକୁ ହେବ। ଆମର ଆଧ୍ୟାତ୍ମିକତା, ଆମର ବିବିଧତାକୁ ସଂରକ୍ଷିତ କରିବା ସହିତ ପ୍ରୋତ୍ସାହିତ କରିବାକୁ ମଧ୍ୟ ପଡ଼ିବ। ଏହା ସହିତ ସମାନ୍ତରାଳ ଭାବେ ଆମକୁ ଟେକ୍ନୋଲୋଜି, ଭିତ୍ତିଭୂମି, ଶିକ୍ଷା, ସ୍ବାସ୍ଥ୍ୟ ପ୍ରଣାଳୀକୁ ଆଧୁନିକୀକରଣ କରିବା ମଧ୍ୟ ଜରୁରୀ।

ଏଭଳି ସମୟରେ ଶୋଇ ରହି ସ୍ବପ୍ନ ଦେଖିବା ପରିବର୍ତ୍ତେ ଜାଗ୍ରତ ହୋଇ ନିଜର ସଂକଳ୍ପ ପୂରଣ କରିବା ଅପରିହାର୍ଯ୍ୟ। ଆଗାମୀ ୨୫ ବର୍ଷ ହେଉଛି କଠିନ ପରିଶ୍ରମ, ବଳିଦାନ, ସାଧନାର ସମୟ। ଶହ ଶହ ବର୍ଷର ପରାଧିନତାରେ ଆମ ସମାଜ ଯାହା ହରାଇଛି ତାହା ପୁନରୁଦ୍ଧାର ପାଇଁ ଏହା ହେଉଛି ୨୫ ବର୍ଷର ସମୟ ଅବଧି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri