ଆଇନର ଆଶ୍ରୟ ନେଲେ ଦୂତୀ

ଭୁବନେଶ୍ୱର,୩।୯(କ୍ରୀଡ଼ା ପ୍ରତିନିଧି): ୨୦୧୬ ରିଓ ଏବଂ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବା ସହ ଏସିଆନ ଗେମ୍ସରେ ୨ଟି ରୌପ୍ୟ ପଦକ ଜିତି ରାଜ୍ୟକୁ ଗର୍ବିତ କରିଥିବା ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ଏବେ ନିଜକୁ ଅସହଜ ମନେକରୁଛନ୍ତି। ତାଙ୍କ ପାରିବାରିକ କନ୍ଦଳକୁ ଢାଲ କରି ଏକ ଓ୍ବେବ୍‌ ଚ୍ୟାନେଲ ତାଙ୍କ ଚରିତ୍ର ସଂହାର କରିବା ସହ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ସେ ଆଇନର ଆଶ୍ରୟ ନେଇଛନ୍ତି। ”ମୁଁ ଖେଳରେ ଏକାଗ୍ର ରହି ରାଜ୍ୟ ଓ ଦେଶକୁ ଗୌରବାନ୍ବିତ କରିବାକୁ ଚେଷ୍ଟା କରୁଛି। ମାତ୍ର ମୋ ନାମକୁ ନେଇ ନକାରାତ୍ମକ ଖବର ପରିବେଷଣ ଏବଂ ବ୍ଲାକ୍‌ମେଲ କରାଯିବା ମୋତେ ଖୁବ୍‌ ମର୍ମାହତ କରିଛି ଏବଂ ଏହା ମୋ ଖେଳ ଉପରେ ପ୍ରଭାବ ପକାଇଛି“ ବୋଲି ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ଦୂତୀ ପ୍ରକାଶ କରିଛନ୍ତି। ଦୂତୀ ଓ୍ବେବ୍‌ ଚ୍ୟାନେଲର ନାମ ନେଇ ନ ଥିଲେ, ମାତ୍ର ୩ ଜଣଙ୍କ ନାମ ନେଇଥିଲେ। ଏମାନେ ମୋ ଗାଁକୁ ଯାଇ ବିଭିନ୍ନ ପ୍ରଲୋଭନ ଦେଖାଇ ମୋ ବିରୋଧରେ ମା’ ବାପାଙ୍କ ନିକଟରୁ କିଛି ତଥ୍ୟ ସଂଗ୍ରହ କଲେ। ମୁଁ ଟୋକିଓରେ ଥିବା ସମୟରେ ସେମାନେ ମୋ ନିକଟକୁ ଭିଡିଓ ପଠାଇ ଦେଖିବାକୁ କହିଲେ। ଯେହେତୁ ମୋ ମା’ ଓ ବାପା ମୋ ବିରୋଧରେ କିଛି କଥା କହିଥିଲେ ତାକୁ ପ୍ରକାଶନ କରିବାକୁ ଧମକ ଦେଇ ମୋ ନିକଟରୁ ଅର୍ଥ ଦାବି କଲେ। ମୁଁ ରାଜି ନ ହେବାରୁ ଗୋଟିଏ ପରେ ଗୋଟିଏ ଭିଡିଓ ପଠାଇ ମୋତେ ମାନସିକ ସ୍ତରରେ ଚାପଗ୍ରସ୍ତ କଲେ। ମୋ ଚରିତ୍ର ସଂହାର କରି ସୋସିଆଲ ମିଡିଆରେ ମୋତେ ବଦନାମ କରିଥିବାରୁ ମୁଁ ବାଧ୍ୟହୋଇ ସେମାନଙ୍କ ନାମରେ ଭୁବନେଶ୍ୱର ମହିଳା ଥାନାରେ ଏକ ଫୌଜଦାରି ମକଦ୍ଦମା କରିଛି। ଏହାଛଡ଼ା ମୋ ମାନସମ୍ମାନ ହାନି ଘଟିଥିବାରୁ ଉପରୋକ୍ତ ୩ ଜଣଙ୍କ ବିରୋଧରେ ୫ କୋଟି ଟଙ୍କାର ମାନହାନି ମକଦ୍ଦମା ମଧ୍ୟ ରୁଜୁ କରିଛି ବୋଲି ୧୦୦ ମିଟର ରେସ୍‌ରେ ଜାତୀୟ ରେକର୍ଡର ଅଧିକାରିଣୀ ଦୂତୀ କହିଛନ୍ତି। ଆଇନ ଉପରେ ମୋର ବିଶ୍ୱାସ ଅଛି। ନିଶ୍ଚିତଭାବେ ମୋତେ ନ୍ୟାୟ ମିଳିବ ବୋଲି ଆଶା ରଖିଛି। ରାଜ୍ୟ ସରକାର ମୋତେ ଆଜି ପର୍ଯ୍ୟନ୍ତ ସବୁଥିରେ ସମର୍ଥନ କରି ଆସିଛନ୍ତି। ଏଥିରେ ମଧ୍ୟ ମୋତେ ସମର୍ଥନ ମିଳିବ ବୋଲି ଦୃଢ଼ ବିଶ୍ୱାସ ରହିଛି। ଯଦି ଆକ୍ରୋଶମୂଳକ ଭାବେ ମୋ ବ୍ୟକ୍ତିଗତ ଜୀବନକୁ ନେଇ ନକାରାତ୍ମକ ଖବର ପରିବେଷଣ କରାଯାଏ ତେବେ ମୁଁ ଖେଳ ଜାରି ରଖିବା ଅସମ୍ଭବ ହୋଇପଡ଼ିବ। ତେଣୁ ବାଧ୍ୟ ହୋଇ ମୁଁ ଖେଳ ଛାଡ଼ିବା ସମ୍ପର୍କରେ ଚିନ୍ତା କରିବି ବୋଲି ଦୁଃଖର ସହ ଦୂତୀ କହିଛନ୍ତି। ଖବରଦାତା ସମ୍ମିଳନୀରେ ଦୂତୀଙ୍କ ଆଇନଗତ ପରାମର୍ଶଦାତା ନର୍ମଦା ନନ୍ଦା ଓ କୋଚ ଶିବ ପ୍ରସାଦ ମିଶ୍ର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri