ଦୂତି ଚାନ୍ଦଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ, ପରିବାର ସହ ଆସୁଥିବାବେଳେ…

କଟକ,୩ା୧: ଦୌଡ଼ରାଣୀ ଦୂତି ଚାନ୍ଦଙ୍କ କାର୍‌ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେ ତାଙ୍କ ପରିବାର ସହ ଆସୁଥିବାବେଳେ କଟକର ତ୍ରିଶୂଳିଆ ବ୍ରିଜ୍‌ ନିକଟରେ କାର୍‌ ଦୁର୍ଘଟଣାର ଶିକାର ହୋଇଥିଲା। ତାଙ୍କର କାର୍‌ର ଚକା ହଠାତ୍‌ ଫାଟିଯିବାରୁ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ନିର୍ମାଣାଧୀନ ଡିଭାଇଡରରେ ପିଟି ହୋଇଯାଇଥିଲା। କାର୍‌ର ଅଗ୍ରଭାଗ ଭାଙ୍ଗିରୁଜି ଯାଇଛି। ତେବେ ସୌଭାଗ୍ୟବଶତଃ ଦୂତି ଏବଂ ତାଙ୍କ ପରିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Dharitri – Odisha’s No.1 Odia Daily

Share