ବିଏମ୍‌ସି କାର୍ଯ୍ୟାଳୟରେ ଖତ ଖାଉଛି ଡଷ୍ଟବିନ

ବ୍ରହ୍ମପୁର ଅଫିସ୍‌,୨୩।୫: ବ୍ରହ୍ମପୁର ମହାନଗରକୁ ସ୍ବଚ୍ଛ ସର୍ବେକ୍ଷଣ ଦାୈଡରେ ପ୍ରଥମ ସ୍ଥାନକୁ ନେଇ ବିଏମସି ଆଶା ରଖିଛି। ବିଏମସି ପକ୍ଷରୁ ସ୍ବଚ୍ଛତାକୁ ନେଇ ଜନସାଧାରଣଙ୍କ ମତାମତ ସଂଗ୍ରହ ପ୍ରକ୍ରିିୟା ମଧ୍ୟ ସରିଛି। କେବଳ ଫଳାଫଳକୁ ଅପେକ୍ଷା ରହିଛି। ଅନ୍ୟପଟେ ବିଏମସି ପକ୍ଷରୁ ସଫେଇ କର୍ମଚାରୀଙ୍କୁ ସୁରକ୍ଷା ସରଞ୍ଜାମ ସହ ଡ୍ରେନ ସଫେଇ ପାଇଁ ଆଧୁନିକ ଯନ୍ତ୍ରପାତି ଉପଲବ୍ଧି କରାଯାଇଛି। ସହରର ବିଶେଷ କରି ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ପରିଷ୍କାର ପାଇଁ ଅଧିକ ଦୃଷ୍ଟି ଦିଆଯିବ। ଏଥିସହ ଅଳିଆ ଆର୍ବଜନା ଏଣେ ତେଣେ ନ ପକାଇ ଅଳିଆ ବୁହା ଗାଡିରେ ପକାଇବା ସଚେତନ କରାଯାଉଛି। ଏଥିସହ ନିୟମ ଉଲଂଘନ କରୁଥିବା ବ୍ୟବସାୟୀଙ୍କ ନିକଟରୁ ଜୋରିମାନା ଆଦାୟ ମଧ୍ୟ କରାଯାଉଛି। କିନ୍ତୁ ବିଏମସି ପକ୍ଷରୁ ସ୍ବଚ୍ଛ ସର୍ବେକ୍ଷଣ ମତାମତ ସଂଗ୍ରହ ସମୟରେ ସାନିଟେସନ ବିଭାଗ ପକ୍ଷରୁ ଆସିଥିବା ଲକ୍ଷାଧିକ ଟଙ୍କାର ଡଷ୍ଟବିନ ବର୍ତ୍ତମାନ ବିଏମସି କାର୍ଯ୍ୟାଳୟ ପରିସରରେ ଖତ ଖାଉଛି। ସୂଚନାଯୋଗ୍ୟ, ବିଏମସି ସାନିଟେସନ ବିଭାଗ ପକ୍ଷରୁ ଏହି ଡଷ୍ଟବିନ ଗୁଡିକ ପୋଖରୀ ଗୁଡିକରେ ୨ଟି ଓ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ୨ଟି ଲେଖାଏଁ ଡଷ୍ଟବିନ ରଖାଯିବା ପାଇଁ ଯୋଜନା ରହିଥିଲା। ଏଭଳି ଭାବେ ସାନିଟେସନ ବିଭାଗ ପକ୍ଷରୁ ୧୦୦ଲିଟରରୁ ଉର୍ଦ୍ଧ୍ୱ ବିଶିଷ୍ଟ ୬୦ଟି ଡଷ୍ଟବିନ କ୍ରୟ କରାଯାଇଥିଲା। କିନ୍ତୁ କ୍ରୟ କରାଯିବା ପରେ ବର୍ତ୍ତମାନ ଏହା ଅବ୍ୟବହୃତ ଭାବେ ବିଏମସି କାର୍ଯ୍ୟାଳୟ ପରିସରରେ ମଧ୍ୟ ପଡି ରହିଛି। ଏଥିମଧ୍ୟରୁ କେତୋଟି ନଷ୍ଟ ହୋଇଯାଇଥିବା ବେଳେ କେତୋଟି ଚୋରି ହୋଇ ଯାଇଥିବା ଅଭିଯୋଗ ହୋଇଛି। ସହରର ସ୍ବଚ୍ଛତା ନିମନ୍ତେ ଆସିଥିବା ଡଷ୍ଟବିନ ବିଏମସି କାର୍ଯ୍ୟାଳୟ ପରିସରରେ ପଡି ରହିଥିବା ବେଳେ କେଉଁ କାରଣରୁ ଡଷ୍ଟବିନ ବ୍ୟବହାର ନେଇ ପଦକ୍ଷେପ ଗ୍ରହଣ କରଯାଉ ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ନେଇ ବିଏମସି ଏନଫୋର୍ସମେଣ୍ଟ୍‌ ଅଧିକାରୀ ତରୁଣକାନ୍ତଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଡଷ୍ଟବିନ ପ୍ରଦାନ ନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯିବ। ସହରର କେଉଁ ସ୍ଥାନରେ ଡଷ୍ଟବିନ ରଖାଯିବ ସେ ନେଇ ତାଲକା ପ୍ରସ୍ତୁତ କରାଯାଉଛି। ଏ ଦିଗରେ ଖୁବ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ତାମ୍ପରା ହ୍ରଦର ହେବ ପୁନଃରୁଦ୍ଧାର: ବିଧାୟକଙ୍କ ଉପସ୍ଥିତରେ ସମୀକ୍ଷା କଲେ ଜିଲାପାଳ

ଛତ୍ରପୁର,୬।୪(ଦିଲ୍ଲୀପ ସାମଲ): ଛତ୍ରପୁର ସହର ନିକଟରେ ଥିବା ତାମ୍ପରା ହ୍ରଦର ପୁନଃରୁଦ୍ଧାର l ତା’ସହିତ ତାମ୍ପରା ଓ ସମୁଦ୍ର ମଧ୍ୟରେ ନୋଳିଆନୁଆଁ ଗାଁ ବେଳାଭୂମି ରହିଛି l…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…

ପ୍ରଥମଥର ପାଇଁ ଅନୁଷ୍ଠିତ ହେବ ସାମାଜିକ ଅପେରା ଟୁର୍ନାମେଣ୍ଟ: ବୈଠକରେ ବଡ଼ ନିଷ୍ପତ୍ତି, ଏହି ଦିନ କରାଯିବା ନେଇ…

ଗଞ୍ଜାମ,୬।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅଞ୍ଚଳରେ ପ୍ରଥମଥର ପାଇଁ ସାମାଜିକ ଅପେରା ନାଟକ ଟୁର୍ନାମେଣ୍ଟର ଆୟୋଜନ ହେବାକୁ ଯାଉଛି । ଏଥିପାଇଁ ଝାରେଡି ରାଧାଗୋବିନ୍ଦପୁର…

ଭାଜପାର ପ୍ରତିଷ୍ଠା ଦିବସ, ଖଲ୍ଲିକୋଟ ବିଧାୟକ…

ପୁରୁଷୋତ୍ତମପୁର,୬ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଠାରେ ଆଛୁଲି ମଣ୍ଡଳ ପକ୍ଷରୁ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ରାଜ୍ଯକାର୍ଯ୍ଯକାରିଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri