ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ପାର୍ବଣ ଅଫର

ଭୁବନେଶ୍ୱର,୧।୧୦: ରାଜ୍ୟର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ପକ୍ଷରୁ ଚଳିତ ବର୍ଷର ପାର୍ବଣ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଦୀର୍ଘ ୪୯ବର୍ଷ ଧରି କଞ୍ଜୁମର ଇଲେକ୍ଟ୍ରୋନିକ୍ସ ବିକ୍ରି କ୍ଷେତ୍ରରେ ନିଜର ଆଧିପତ୍ୟ ବିସ୍ତାର କରିବା ସହ ସମଗ୍ର ପୂର୍ବଭାରତରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଥିବା ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ସମସ୍ତ ଶୋ’ରୁମ୍‌ରେ କଞ୍ଜୁମର ଇଲେକ୍ଟ୍ରୋନିକ୍ସ, ହୋମ୍‌ ଆପ୍ଲିଆନ୍ସ, ଡିଜିଟାଲ ପ୍ରଡକ୍ଟ, ଆଇଟି ପ୍ରଡକ୍ଟସ, ହୋମ୍‌ ପର୍ନିଚରଗୁଡ଼ିକର ସ୍ବତନ୍ତ୍ର ଏବଂ ଆଧୁନିକତାରେ ଡିସ୍‌ପ୍ଲେ କରାଯାଇଛି। ଏତଦ୍‌ବ୍ୟତୀତ ଓଡ଼ିଶାର ନଂ.୧ ଏୟାର କଣ୍ଡିସନର (ଏସି) ସେଲର ଭାବେ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ବିଭିନ୍ନ ନାମୀଦାମୀ କମ୍ପାନୀଙ୍କର ଏୟାର କଣ୍ଡିସନରରେ ଆକର୍ଷଣୀୟ ରିହାତି ଓ କମ୍‌ ମୂଲ୍ୟର ସହଜ କିସ୍ତିର ଅଫର ପ୍ରଦାନ କରାଯାଉଛି। ଏଠାରେ ଗ୍ରାହକ ବିଭିନ୍ନ ଅନ୍ତର୍ଜାତୀୟ ସ୍ତରର ହୋମ୍‌ ଆପ୍ଲାଏନ୍ସ, ଏଲ୍‌ଇଡି ଟିଭି, ଏୟାରକଣ୍ଡିସନର, କିଚେନ୍‌ ଆପ୍ଲାଏନ୍ସ, ଲାପ୍‌ଟପ୍‌ ଏବଂ ମୋବାଇଲ ଇତ୍ୟାଦି ଉପଲବ୍ଧ। ଏହାର ଗ୍ରାହକମାନେ ଗୋଟିଏ ଛାତ ତଳେ ଅନ୍ତର୍ଜାତୀୟ ସ୍ତରର ପ୍ରଡକ୍ଟଗୁଡ଼ିକୁ ଦେଖିବା ସହ ଠିକ୍‌ ମୂଲ୍ୟରେ ମଧ୍ୟ ପାଇପାରିବେ। ସେହିଭଳି ବିଭିନ୍ନ ନାମୀଦାମୀ କମ୍ପାନୀର ଫର୍ନିଚର ଆକର୍ଷଣୀୟ ଡିସ୍‌କାଉଣ୍ଟ ଓ ସହଜ ଫାଇନାନ୍ସରେ ମିଳୁଛି। ସେଥିପାଇଁ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ସର୍ବଦା ତତ୍ପର ଥାଏ। ଗ୍ରାହକଙ୍କ ଚାହିଦା ଅନୁଯାୟୀ ଏହାର ସମସ୍ତ ଶୋ’ରୁମ୍‌ରେ ନୂତନ ପ୍ରକାରର ଡିସ୍‌ପ୍ଲେ ସହ ଅନେକ ଆକର୍ଷଣୀୟ ଅଫରର ମଧ୍ୟ ଆରମ୍ଭ କରାଯାଇଛି। ସହଜ ଫାଇନାନ୍ସ ଅଫରଗୁଡ଼ିକ ମାଧ୍ୟମରେ ଗ୍ରାହକ ନିଜର ବଜେଟ ଅନୁଯାୟୀ ସହଜ କିସ୍ତିରେ ପ୍ରଡକ୍ଟ କିଣିପାରିବା ସହ ଫାଇନାନ୍ସରେ କିଣୁଥିବା ପ୍ରଡକ୍ଟ ଉପରେ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତର କ୍ୟାଶ୍‌ବ୍ୟାକ୍‌, ବିଭିନ୍ନ ନାମୀ କମ୍ପାନୀଙ୍କର କ୍ରେଡିଟ୍‌ କାର୍ଡ ମାଧ୍ୟମରେ ନୋ କଷ୍ଟ ଇଏମ୍‌ଆଇ ଏବଂ ସବୁଠାରୁ କମ୍‌ ମୂଲ୍ୟର କିସ୍ତିରେ କିଣିବାର ସୁଯୋଗ ରହିଛି। କୌଣସି ଡାଉନ୍‌ ପେମେଣ୍ଟ ନ ଦେଇ ଗ୍ରାହକ ନିଜ ପସନ୍ଦର ପ୍ରଡକ୍ଟ ୦% ଅର୍ଥାତ୍‌ ବିନା ସୁଧରେ ଏବଂ ସହଜ କିସ୍ତିରେ ସାମଗ୍ରୀ ନେଇପାରିବେ। ସେହିପରି ଏହାର ଗ୍ରାହକମାନେ ବଛା ବଛା ମଡେଲ ଉପରେ ୪୦% ପର୍ଯ୍ୟନ୍ତର ଡିସ୍‌କାଉଣ୍ଟ, ଅନେକ ନାମୀଦାମୀ କମ୍ପାନୀର ପୂଜା ଅଫର ମାଧ୍ୟମରେ ମଧ୍ୟ ଜିତିପାରିବେ ଆକର୍ଷଣୀୟ ପୁରସ୍କାର ସହ ବମ୍ପର୍‌ ଅଫରରେ ମାରୁତି ବ୍ରିଜା କାର୍‌, ଗ୍ରାଣ୍ଡ ଅଫର ଏୟାର କଣ୍ଡିସରନ, ଏଲ୍‌ଇଡି ଟିଭି, ସାଇଡ୍‌ ବାଇ ସାଇଡ୍‌ ରେଫ୍ରିଜରେଟର, ସାମ୍‌ସଙ୍ଗ୍‌ ଗ୍ୟାଲେକ୍ସି ଏଏ ୨୨ ଅଲ୍‌ଟ୍ରା,ଏଜି ସାଉଣ୍ଡବାର୍‌, ସାମ୍‌ସଙ୍ଗ୍‌ ଗ୍ୟାଲେକ୍ସି ଏ୩ ୨, ମିନି ରେଫ୍ରିଜରେଟର ଏବଂ ଡିଶ୍‌ୱାସର ଆଦି ରହିଛି। ସର୍ବଦା ଗ୍ରାହକଙ୍କୁ ଠିକ୍‌ ମୂଲ୍ୟ, ଆକର୍ଷଣୀୟ ଅଫର, ସହଜ ଫାଇନାନ୍ସ ଏବଂ ଆକର୍ଷଣୀୟ ୩ ବର୍ଷର ବର୍ଦ୍ଧିତ ସୁବିଧା ମାଧ୍ୟମରେ ପସନ୍ଦଯୁକ୍ତ ପ୍ରଡକ୍ଟ ଯୋଗାଇଦେବାରେ ଆମର ସମସ୍ତ ଶୋ’ରୁମ୍‌ ଯଥେଷ୍ଟ ସହାୟକ ହେବ ବୋଲି ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ସ୍ବତ୍ୱାଧିକାରୀ ରାଜେଶ ଗୁପ୍ତା କହିଛନ୍ତି। ସେହିପରି ଗ୍ରାହକମାନଙ୍କୁ ସଚେତନ କରାଇବା ସହ କେବଳ ଶସ୍ତା ପବ୍ଲିସିଟିରେ ଆମେ ବିଶ୍ବାସ କରୁନା। କାରଣ ଆମେ ସର୍ବଦା ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରଡକ୍ଟ ଫେୟାର ପ୍ରାଇସ୍‌ରେ ଯୋଗାଇ ଦେଇଥାଉ। କାରଣ ଗ୍ରାହକଙ୍କର ଆମ ପ୍ରତି ଭଲପାଇବା ଏବଂ ସହଯୋଗକୁ ଆମ୍ଭେ ସମ୍ମାନ ଦେଇଥାଉ ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?