ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ପାର୍ବଣ ଅଫର

ଭୁବନେଶ୍ୱର,୧।୧୦: ରାଜ୍ୟର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ପକ୍ଷରୁ ଚଳିତ ବର୍ଷର ପାର୍ବଣ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଦୀର୍ଘ ୪୯ବର୍ଷ ଧରି କଞ୍ଜୁମର ଇଲେକ୍ଟ୍ରୋନିକ୍ସ ବିକ୍ରି କ୍ଷେତ୍ରରେ ନିଜର ଆଧିପତ୍ୟ ବିସ୍ତାର କରିବା ସହ ସମଗ୍ର ପୂର୍ବଭାରତରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଥିବା ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ସମସ୍ତ ଶୋ’ରୁମ୍‌ରେ କଞ୍ଜୁମର ଇଲେକ୍ଟ୍ରୋନିକ୍ସ, ହୋମ୍‌ ଆପ୍ଲିଆନ୍ସ, ଡିଜିଟାଲ ପ୍ରଡକ୍ଟ, ଆଇଟି ପ୍ରଡକ୍ଟସ, ହୋମ୍‌ ପର୍ନିଚରଗୁଡ଼ିକର ସ୍ବତନ୍ତ୍ର ଏବଂ ଆଧୁନିକତାରେ ଡିସ୍‌ପ୍ଲେ କରାଯାଇଛି। ଏତଦ୍‌ବ୍ୟତୀତ ଓଡ଼ିଶାର ନଂ.୧ ଏୟାର କଣ୍ଡିସନର (ଏସି) ସେଲର ଭାବେ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ବିଭିନ୍ନ ନାମୀଦାମୀ କମ୍ପାନୀଙ୍କର ଏୟାର କଣ୍ଡିସନରରେ ଆକର୍ଷଣୀୟ ରିହାତି ଓ କମ୍‌ ମୂଲ୍ୟର ସହଜ କିସ୍ତିର ଅଫର ପ୍ରଦାନ କରାଯାଉଛି। ଏଠାରେ ଗ୍ରାହକ ବିଭିନ୍ନ ଅନ୍ତର୍ଜାତୀୟ ସ୍ତରର ହୋମ୍‌ ଆପ୍ଲାଏନ୍ସ, ଏଲ୍‌ଇଡି ଟିଭି, ଏୟାରକଣ୍ଡିସନର, କିଚେନ୍‌ ଆପ୍ଲାଏନ୍ସ, ଲାପ୍‌ଟପ୍‌ ଏବଂ ମୋବାଇଲ ଇତ୍ୟାଦି ଉପଲବ୍ଧ। ଏହାର ଗ୍ରାହକମାନେ ଗୋଟିଏ ଛାତ ତଳେ ଅନ୍ତର୍ଜାତୀୟ ସ୍ତରର ପ୍ରଡକ୍ଟଗୁଡ଼ିକୁ ଦେଖିବା ସହ ଠିକ୍‌ ମୂଲ୍ୟରେ ମଧ୍ୟ ପାଇପାରିବେ। ସେହିଭଳି ବିଭିନ୍ନ ନାମୀଦାମୀ କମ୍ପାନୀର ଫର୍ନିଚର ଆକର୍ଷଣୀୟ ଡିସ୍‌କାଉଣ୍ଟ ଓ ସହଜ ଫାଇନାନ୍ସରେ ମିଳୁଛି। ସେଥିପାଇଁ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ସର୍ବଦା ତତ୍ପର ଥାଏ। ଗ୍ରାହକଙ୍କ ଚାହିଦା ଅନୁଯାୟୀ ଏହାର ସମସ୍ତ ଶୋ’ରୁମ୍‌ରେ ନୂତନ ପ୍ରକାରର ଡିସ୍‌ପ୍ଲେ ସହ ଅନେକ ଆକର୍ଷଣୀୟ ଅଫରର ମଧ୍ୟ ଆରମ୍ଭ କରାଯାଇଛି। ସହଜ ଫାଇନାନ୍ସ ଅଫରଗୁଡ଼ିକ ମାଧ୍ୟମରେ ଗ୍ରାହକ ନିଜର ବଜେଟ ଅନୁଯାୟୀ ସହଜ କିସ୍ତିରେ ପ୍ରଡକ୍ଟ କିଣିପାରିବା ସହ ଫାଇନାନ୍ସରେ କିଣୁଥିବା ପ୍ରଡକ୍ଟ ଉପରେ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତର କ୍ୟାଶ୍‌ବ୍ୟାକ୍‌, ବିଭିନ୍ନ ନାମୀ କମ୍ପାନୀଙ୍କର କ୍ରେଡିଟ୍‌ କାର୍ଡ ମାଧ୍ୟମରେ ନୋ କଷ୍ଟ ଇଏମ୍‌ଆଇ ଏବଂ ସବୁଠାରୁ କମ୍‌ ମୂଲ୍ୟର କିସ୍ତିରେ କିଣିବାର ସୁଯୋଗ ରହିଛି। କୌଣସି ଡାଉନ୍‌ ପେମେଣ୍ଟ ନ ଦେଇ ଗ୍ରାହକ ନିଜ ପସନ୍ଦର ପ୍ରଡକ୍ଟ ୦% ଅର୍ଥାତ୍‌ ବିନା ସୁଧରେ ଏବଂ ସହଜ କିସ୍ତିରେ ସାମଗ୍ରୀ ନେଇପାରିବେ। ସେହିପରି ଏହାର ଗ୍ରାହକମାନେ ବଛା ବଛା ମଡେଲ ଉପରେ ୪୦% ପର୍ଯ୍ୟନ୍ତର ଡିସ୍‌କାଉଣ୍ଟ, ଅନେକ ନାମୀଦାମୀ କମ୍ପାନୀର ପୂଜା ଅଫର ମାଧ୍ୟମରେ ମଧ୍ୟ ଜିତିପାରିବେ ଆକର୍ଷଣୀୟ ପୁରସ୍କାର ସହ ବମ୍ପର୍‌ ଅଫରରେ ମାରୁତି ବ୍ରିଜା କାର୍‌, ଗ୍ରାଣ୍ଡ ଅଫର ଏୟାର କଣ୍ଡିସରନ, ଏଲ୍‌ଇଡି ଟିଭି, ସାଇଡ୍‌ ବାଇ ସାଇଡ୍‌ ରେଫ୍ରିଜରେଟର, ସାମ୍‌ସଙ୍ଗ୍‌ ଗ୍ୟାଲେକ୍ସି ଏଏ ୨୨ ଅଲ୍‌ଟ୍ରା,ଏଜି ସାଉଣ୍ଡବାର୍‌, ସାମ୍‌ସଙ୍ଗ୍‌ ଗ୍ୟାଲେକ୍ସି ଏ୩ ୨, ମିନି ରେଫ୍ରିଜରେଟର ଏବଂ ଡିଶ୍‌ୱାସର ଆଦି ରହିଛି। ସର୍ବଦା ଗ୍ରାହକଙ୍କୁ ଠିକ୍‌ ମୂଲ୍ୟ, ଆକର୍ଷଣୀୟ ଅଫର, ସହଜ ଫାଇନାନ୍ସ ଏବଂ ଆକର୍ଷଣୀୟ ୩ ବର୍ଷର ବର୍ଦ୍ଧିତ ସୁବିଧା ମାଧ୍ୟମରେ ପସନ୍ଦଯୁକ୍ତ ପ୍ରଡକ୍ଟ ଯୋଗାଇଦେବାରେ ଆମର ସମସ୍ତ ଶୋ’ରୁମ୍‌ ଯଥେଷ୍ଟ ସହାୟକ ହେବ ବୋଲି ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ସ୍ବତ୍ୱାଧିକାରୀ ରାଜେଶ ଗୁପ୍ତା କହିଛନ୍ତି। ସେହିପରି ଗ୍ରାହକମାନଙ୍କୁ ସଚେତନ କରାଇବା ସହ କେବଳ ଶସ୍ତା ପବ୍ଲିସିଟିରେ ଆମେ ବିଶ୍ବାସ କରୁନା। କାରଣ ଆମେ ସର୍ବଦା ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରଡକ୍ଟ ଫେୟାର ପ୍ରାଇସ୍‌ରେ ଯୋଗାଇ ଦେଇଥାଉ। କାରଣ ଗ୍ରାହକଙ୍କର ଆମ ପ୍ରତି ଭଲପାଇବା ଏବଂ ସହଯୋଗକୁ ଆମ୍ଭେ ସମ୍ମାନ ଦେଇଥାଉ ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌

ଭୁବନେଶ୍ୱର,୧୮।୪: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌ ବୁଧବାର କଟକର କ୍ୟାଣ୍ଟନମେଣ୍ଟରୋଡ୍‌ସ୍ଥିତ ଏନ୍‌ସିସି କ୍ୟାଣ୍ଟିନଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି...

ଶ୍ରୀଲଙ୍କା, ୟୁଏଇକୁ ପିଆଜ ରପ୍ତାନି କରିବ ଭାରତ

ଭୁବନେଶ୍ୱର,୧୮।୪(ଅନୁରାଧା ମହାରଣା): ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଶ୍ରୀଲଙ୍କାକୁ ସୀମିତ ପରିମାଣରେ ପିଆଜ ରପ୍ତାନି କରିବାକୁ ଭାରତ ଅନୁମତି ଦେଇଛି। ବାଣିଜ୍ୟ ଏବଂ ଶିଳ୍ପ...

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

ଯୁବ ଭାରତୀୟଙ୍କ ନିକଟରେ ବିରାଟ କୋହଲିଙ୍କ ଭଳି ମାନସିକତା…, କାହିଁକି ଏମିତି କହିଲେ ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ

ନୂଆଦିଲ୍ଲୀ,୧୭।୪: ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ ଦାବି କରିଛନ୍ତି ଯେ ବହୁ ସଂଖ୍ୟକ ଯୁବ ଭାରତୀୟ ବ୍ୟବସାୟ ପ୍ରତିଷ୍ଠା କରିବାକୁ ବିଦେଶ...

ଝାରସୁଗୁଡ଼ାରେ କ୍ୟାଲ୍‌ସିୟମ ଆଲୁମିନେଟ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମାନୁଫ୍ୟାକ୍ଜରିଂ ଷ୍ଟାର୍ଟଅପ୍‌ ‘ରୁନାୟା’ର ଅତ୍ୟାଧୁନିକ କ୍ୟାଲ୍‌ସିୟମ୍‌ ଆଲୁମିନେଟ୍‌ ପ୍ଲାଣ୍ଟ ମଙ୍ଗଳବାର ଓଡ଼ିଶାର ଝାରସୁଗୁଡ଼ାଠାରେ ଉଦ୍‌ଘାଟିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri