ପାର୍ବଣ ଋତୁରେ ଆକାଶଛୁଆଁ ଧନିଆ ପତ୍ର, ଶାଗ ଦର

ଭୁବନେଶ୍ୱର,୧୦।୯ (ଅନୁରାଧା ମହାରଣା):  ଅଗଷ୍ଟ ଏବଂ ସେପ୍ଟେମ୍ବରରେ ଅତ୍ୟଧିକ ବର୍ଷା ହେତୁ ପ୍ରମୁଖ ସହରଗୁଡିକରେ ପନିପରିବା ଯୋଗାଣ ବ୍ୟାହତ ସହ ଏହାର ମୂଲ୍ୟ ମଧ୍ୟ ବୃଦ୍ଧି ପାଉଥିବା କୁହାଯାଉଛି। ଏସବୁ ମଧ୍ୟରେ ସବୁଜ ପନିପରିବା ମଧ୍ୟରେ ଧନିଆପତ୍ରର ମୂଲ୍ୟ ସର୍ବାଧିକ ବୃଦ୍ଧି ପାଇଛ। ଦିଲ୍ଲୀରେ ଗତ ଏକ ମାସରେ ଧନିଆର ମୂଲ୍ୟ ୩୫୦ ପ୍ରତିଶତ ବୃଦ୍ଧି ପାଇଛି। ମୁମ୍ବାଇରେ ପାଳଙ୍ଗ ମୂଲ୍ୟ ୧୦୦ ପ୍ରତିଶତ ବୃଦ୍ଧି ପାଇଛି। ଭୁବନେଶ୍ୱର ସମେତ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଧନିଆ ପତ୍ର ମୂଲ୍ୟ କିଲୋଗ୍ରାମ ପ୍ରତି ୩୦୦ଟଙ୍କା ଅତିକ୍ରମ କରିଛି। ୧୦ ଟଙ୍କାରେ ମିଳୁଥିବା ବିଡ଼ା ଗତ କିଛି ଦିନ ହେଲା ୩୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ଶାଗ ଦର ମଧ୍ୟ ଆକାଶ ଛୁଆଁ ହୋଇଛି। ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବାବେଳେ ବିଡ଼ା ପ୍ରତି କୋଶଳା, ଖଡ଼ା, ଲେଉଟିଆ, କଳମ ଆଦି ଶାଗ ୨୦ରୁ ୨୫ ଟଙ୍କାରେ ବିକ୍ରି ହେଉଛି। ଭୁବନେଶ୍ୱରର  ପ୍ରମୁଖ ହାଟଗୁଡ଼ିକରେ ମଧ୍ୟ ବିଶେଷ ପରିମାଣର ଶାଗ ଉପଲବ୍ଧ ହେଉନାହିଁ। ଯେଉଁଠି ଉପଲବ୍ଧ ହେଉଛି ତାହା ଗ୍ରାହକଙ୍କ ପକେଟକୁ ସୁହାଉନାହିଁ। ଏପରିକି ବର୍ଷାଦିନ ଭଲ ବଢ଼ୁଥିବା ପିତା ଶାଗ, ମଦରଙ୍ଗା ଶାଗ ଓ ସୁନୁସୁନିଆ ଶାଗ ମଧ୍ୟ ଚଢ଼ାଦରରେ ବିକ୍ରି ହେଉଛି।
ସୂଚନାନୁସାରେ ପନିପରିବା ଯୋଗାଣରେ ବ୍ୟାଘାତ ବଜାର ଉପରେ ଭିନ୍ନ ପ୍ରଭାବ ପକାଇଥାଏ। ପ୍ରବଳ ବର୍ଷା ବଜାରର ବ୍ୟବସାୟକୁ ମଧ୍ୟ ପ୍ରଭାବିତ କରିଥାଏ। ମଣ୍ଡିରେ ଫସଲ କ୍ରୟ ଏବଂ ବିକ୍ରିର ଅଧିକାଂଶ ଅଂଶ ଖୋଲା ଆକାଶ ତଳେ ଏବଂ ମାଣ୍ଡିର ଅଳ୍ପ କିଛି ସ୍ଥାନରେ ପନିପରିବା କ୍ରୟ ଏବଂ ବିକ୍ରୟ ଆଚ୍ଛାଦିତ ଅଞ୍ଚଳରେ ହୋଇଥାଏ। ଯଦି ଆସନ୍ତା କିଛି ମାସ ମଧ୍ୟରେ ଫସଲ ବଢ଼ୁଥିବା ଅଞ୍ଚଳରେ ବର୍ଷା ଜାରି ରହେ, ମୂଲ୍ୟ ବୃଦ୍ଧି ହେତୁ ପରିସ୍ଥିତି ଆହୁରି ଖରାପ ହୋଇପାରେ। କେବଳ ସବୁଜ ପନିପରିବା ନୁହେଁ ବରଂ ଆଳୁ, ପିଆଜ, ଅଦା ଓ ରସୁଣ ଆଦି ମଧ୍ୟ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଗ୍ରାହକ ମୂଲ୍ୟ ସୂଚକାଙ୍କ (ସିପିଆଇ)ର ମୂଳ ମୁଦ୍ରାସ୍ଫୀତି ଚଳିତବର୍ଷ ଜୁଲାଇରେ ୫.୦୬ ପ୍ରତିଶତକୁ ହ୍ରାସ ପାଇଥିବାବେଳେ ଜୁନ ମାସରେ ଏହା ୮.୩୬ ପ୍ରତିଶତ ଥିଲା। ତେବେ ଅଗଷ୍ଟ ଏବଂ ସେପ୍ଟେମ୍ବରରେ ପନିପରିବା ଦର ବୃଦ୍ଧି ପାଇଛି।   ମୁଦ୍ରାସ୍ଫୀତିରେ ଆହୁରି ବୃଦ୍ଧି ହେଲେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପାଇଁ ଏହା ଅଧିକ ଆହ୍ବାନପୂର୍ଣ୍ଣ ସାବ୍ୟସ୍ତ ହେବ। ମାତ୍ର ଭଲ ବର୍ଷା ହେତୁ ଖାଦ୍ୟ ସାମଗ୍ରୀର ମୂଲ୍ୟ ହ୍ରାସ ପାଇବ ବୋଲି ଆରବିଆଇ ଆଶା କରୁଛି। ସେପ୍ଟେମ୍ବର ୪  ସୁଦ୍ଧା ଦକ୍ଷିଣ-ପଶ୍ଚିମ  ମୌସୁମୀ ବର୍ଷା ସାଧାରଣ ଅପେକ୍ଷା ୨୫ ପ୍ରତିଶତ ଅଧିକ ଥିଲା। ଜୁନ ୧ରୁ ଆରମ୍ଭ ହୋଇଥିବା ୨୦୨୪ର ମୌସୁମୀ ଋତୁରେ ୮ ପ୍ରତିଶତ ଅଧିକ ବର୍ଷା ହୋଇଛି। ତେବେ ପନିପରିବା ଦର ଉପରେ ସରକାର ନିୟନ୍ତ୍ରଣ ଆଣିବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?