ସିଂହପୁର,୩।୧୦(ଡି.ଏନ.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ଅଞ୍ଚଳରେ ଦୁର୍ଗାପୂଜା ଧୂମଧାମରେ ପାଳନ କରାଯାଉଛି। ଦୁଇବର୍ଷ କରୋନା କଟକଣା ପରେ ଭକ୍ତଙ୍କ ଗହଣରେ ପୂଜା ପାଉଛନ୍ତି ମା’। ସିଂହପୁର, ଚନ୍ଦନପୁର, ମଲିଆ, ପ୍ରିତିପୁର ଅଞ୍ଚଳ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା। ସେହିପରି ପୂଜା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେଇଥିବା ସୂଚନା ରହିଛି।


