Dunki Movie Ticket: ମାଗଣାରେ ଦେଖନ୍ତୁ ‘ଡଙ୍କି’; ମିଳୁଛି ଜବରଦସ୍ତ ଅଫର, ଏଭଳି କରନ୍ତୁ ବୁକିଂ

ବମ୍ବେ: ବଲିଉଡ ଅଭିନେତା ଶାହାରୁଖ ଖାନ୍‌ ଏବଂ ତାପସୀ ପନ୍ନୁ ଅଭିନୀତ ଫିଲ୍ମ ‘ଡଙ୍କି’ ରିଲିଜ ହୋଇଛି। ଦିର୍ଘଦିନ ଧରି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଭିନ୍ନ କ୍ରେଜ୍‌ ଥିଲା। ଏହାର ପରିଣାମସ୍ବରୂପ ସିନେମାହଲ୍‌ଗୁଡ଼ିକରେ ଦର୍ଶକଙ୍କ ଗହଳି ଦେଖିବାକୁ ମିଳୁଛି। ତେବେ ଆପଣ ଯଦି ଫିଲ୍ମକୁ ଦେଖିବାକୁ ପ୍ଲାନ କରୁଛନ୍ତି ତେବେ ଆମେ ଆପଣଙ୍କୁ କହିବୁ କିଭଳି ଆପଣ ମାଗଣାରେ ଫିଲ୍ମ ଟିକେଟ ବୁକ୍‌ କରିପାରିବେ।

ଏହି କାମ ଲାଗି ଆପଣଙ୍କୁ ପ୍ରଥମେ ବୁକ୍‌ ମାଇ ଶୋ’ ଆପକୁ ଖୋଲିବାକୁ ହେବ। ଏହାପରେ ଫିଲ୍ମର ବ୍ୟାନ୍‌ରେ କ୍ଲିକ୍‌ କରି ସିନେମା ହଲ ଏବଂ ସିଟ୍‌ ଚୟନ କରନ୍ତୁ। ଏହାପରେ ପେମେଣ୍ଟ ଅପ୍‌ଶନ ଆସିବ। ପେମେଣ୍ଟ ପେଜ୍‌ରେ ଆପଣ ମୋର୍‌ ପେମେଣ୍ଟ ଅପ୍‌ଶନ୍‌କୁ ଯାଆନ୍ତୁ। ପରେ ଆସନ୍ତା ପେଜ୍‌ରେ ରିଡେମ୍‌ ପଏଣ୍ଟ୍ସ ଅପଶନ୍‌ ଆସିବ। ଏଠାରେ କ୍ଲିକ୍‌ କରିବା ପରେ ବ୍ୟାଙ୍କିଂ ପାଟର୍ନରର ତାଲିକା ଆସିବ। ଏହି ତାଲିକାରେ ନିଜ ବ୍ୟାଙ୍କ ଚୟନ କରନ୍ତୁ। ବ୍ୟାଙ୍କ ଚୟନ କରିବା ପରେ କ୍ରେଡିଟ ଏବଂ ଡେବିଟ ଉଭୟ କାର୍ଡ ଅପଶନ ଆସିବ।

ମନେରଖନ୍ତୁ, ଯଦି ଆପଣ ବୁକ୍‌ ମାଇ ଶୋ’ ଆପ୍‌ରେ କରୁଛନ୍ତି ବୁକିଂ ତେବେ ଆପଣଙ୍କୁ ଡେବିଟ୍‌ କାର୍ଡର ଶେଷ ଚାରି ଅଙ୍କ ଦେବାକୁ ହେବ। ନଚେତ ଶୋ’ର ଅଫିସିଆଲ ଓ୍ବେବସାଇଟ୍‌ରୁ ବୁକିଂ କଲେ ଆପଣଙ୍କୁ ପୁରା ନମ୍ବର ଦେବାକୁ ହେବ।

Ticket Booking

କାର୍ଡ ଏବଂ ନମ୍ବର ଦେବା ପରେ ଚେକ୍‌ ବାଲନ୍ସ ଚୟନ କରନ୍ତୁ। ପରେ ଆପଣଙ୍କୁ ପଏଣ୍ଟ୍ସ ନଜର ଆସିବ। ଏହି ପଏଣ୍ଟଗୁଡ଼ିକ ଆପଣଙ୍କୁ କାର୍ଡ ବ୍ୟବହାର କରିବା ସମୟରେ ମିଳିଥିବ। ଏହି ପଏଣ୍ଟ ଜରିଆରେ ଆପଣ ମାଗଣାରେ ଟିକେଟ କ୍ରୟ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri