ପରିବର୍ତ୍ତନର ସ୍ରୋତରେ ଡଙ୍ଗରିଆ

ନିଜର ନିଆରା ତଥା ଭିନ୍ନ ସଂସ୍କୃତି ଓ ପରମ୍ପରା ପାଇଁ ସାରା ବିଶ୍ୱରେ ପରିଚିତ ରାୟଗଡ଼ା ଜିଲା ଆଦିମ ଜନଜାତି ଡଙ୍ଗରିଆ କନ୍ଧ। ରାୟଗଡ଼ା ଜିଲାର ବିଷମକଟକ, ମୁନିଗୁଡ଼ା ଓ କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନିୟମଗିରି ପାହାଡ଼ରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ ସମ୍ପ୍ରଦାୟ ପରିବର୍ତ୍ତିତ ସମୟାନୁସାରେ ନିଜର ଢଙ୍ଗ, ବେଶଭୂଷାକୁ ପରିବର୍ତ୍ତନ କରି ଆଧୁନିକ ସଭ୍ୟତା ସହିତ ଖାପଖୁଆଇ ଆଗକୁ ବଢ଼ିପାରିଛନ୍ତି ା

ଶିକ୍ଷାଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ, ଗମନାଗମନ ଓ ପାନୀୟ ଜଳ କ୍ଷେତ୍ରରେ ନିଜ ଅଞ୍ଚଳରେ ବିକାଶର ଧାରାକୁ ସ୍ବାଗତ କରିପାରିଛନ୍ତି। ଫଳରେ ୨୦୨୩ରେ ସେମାନଙ୍କୁ ଆଦିମ ଜନଜାତି ବଦଳରେ ଅନୁନ୍ନତ ଜନଜାତିର ମାନ୍ୟତା ମିଳିପାରିଛି ା ସେମାନଙ୍କର ଏହି ଉନ୍ନତ ପଛରେ ଓଡ଼ିଶା ବିଶେଷ ଭାବେ ଅନୁନ୍ନତ ଜନଜାତି ସଶକ୍ତୀକରଣ ଓ ଜୀବିକା ଉନ୍ନତୀକରଣ କାର୍ଯ୍ୟକ୍ରମ (ଓପିଇଏଲଆଇପି) ଓ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ବେଶ୍‌ ସହଯୋଗ କରିଥିବା କହିଛନ୍ତି ଖାମ୍ବେସି ଗ୍ରାମବାସୀ। ହେଲେ ଯେତେ ଆଧୁନିକତାକୁ ଗ୍ରହଣ କଲେ ସୁଦ୍ଧା ନିଜର ସଂସ୍କୃତି ଓ ପରମ୍ପରାକୁ ଭୁଲି ନାହାନ୍ତି ବୋଲି ସେମାନେ କହିଛନ୍ତି।

ଦିନେ ନିୟମଗିରି ପାଦଦେଶକୁ ପକ୍କାରାସ୍ତା ନ ଥିଲା । ପାହାଡ଼ରୁ ବୋହିଯାଉଥିବା ଝରଣା କୂଳେ କୂଳେ ପାହାଡ଼ ଚଢ଼ିବା ପାଇଁ ରହିଥିଲା ୩ ଫୁଟିଆ ଚଲାପଥ। ତେବେ ସମୟର ପରିବର୍ତ୍ତନ ସହିତ ଏବେ ନିୟମଗିରି ପାହାଡ଼ରେ ରହିଥିବା ଆଦିମ ଜନଜାତିଙ୍କ ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ପକ୍କା ପିଚୁ ସଡ଼କ ରହିଛି ା ଯାତାୟାତ ସୁବିଧା ଯୋଗୁ ପାହାଡ଼ରେ ବାସ କରୁଥିବା ଲୋକେ ପାଦଦେଶର ଗାଁଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ନିଜକୁ ଯୋଡ଼ି ପାରିଛନ୍ତି ା ରାୟଗଡ଼ାଠାରୁ ପ୍ରାୟ ୩୮ କି.ମି. ଯିବା ପରେ ବିଷମକଟକ ବ୍ଲକର ଚାଟିକଣା ଗ୍ରାମରେ ଏକ ରେଳ ଷ୍ଟେଶନ ମଧ୍ୟ ରହିଛି। ଚାଟିକଣାଠାରୁ ପ୍ରାୟ ୨କି.ମି. ଯିବା ପରେ ନିୟମଗିରି ପାହାଡ଼ ପାଦଦେଶ ପଡ଼େ। ସେଠାରୁ ୧୨କି.ମି. ଯିବା ପରେ ନିୟମଗିରି ପାହାଡ଼ରେ ବିଷମକଟକ ବ୍ଲକର ଶେଷ ଗାଁ ଖାମ୍ବେସି ା ସେଠାରେ ଆଦିମ ଜନଜାତି ସମ୍ପ୍ରଦାୟ ଆଧୁନିକ ସଭ୍ୟତାକୁ ଆପଣାଇ ନେଇଥିବା ଦେଖିବାକୁ ମିଳେ। ପୂର୍ବରୁ ପୁରୁଷମାନେ ପିନ୍ଧୁଥିବା ଲେଙ୍ଗୁଟି କପଡ଼ା ବଦଳରେ ପ୍ୟାଣ୍ଟଶାର୍ଟ, ଟି-ଶାର୍ଟ ଆଦି ପିନ୍ଧୁଛନ୍ତି ା ଗ୍ରାମର ବୃଦ୍ଧା ଓ ମହିଳାମାନେ ନିଜର ପାରମ୍ପରିକ ଢଙ୍ଗରେ ଶାଢ଼ି ପିନ୍ଧିଥିବା ବେଳେ ଅନେକାଂଶରେ ଯୁବତୀ ଓ ଛୋଟ ପିଲାମାନେ ଆଧୁନିକ ପୋଷାକ ପିନ୍ଧୁଛନ୍ତି ା ପାହାଡ଼ ଉପରେ ଥିବା ଗାଁ ମଧ୍ୟ ବେଶ୍‌ ବିକଶିତ ା ପୂର୍ବର କୁଡ଼ିଆ ଘର ନାହିଁ, କି ବାଉଁଶ ତାଟିରେ ତିଆରି କବାଟ ନାହିଁ। ପକ୍କା ଘର ସହିତ କବାଟ କିମ୍ବା ଲୁହା ଗ୍ରୀଲ ଲାଗିଛି ା ଆଦିମ ଜନଜାତି ଡଙ୍ଗରିଆ ସମ୍ପ୍ରଦାୟଙ୍କ ଘରେ ବାଇକ୍‌ଠାରୁ ଆରମ୍ଭ କରି ଚାରି ଚକିଆ ଓ ୬ ଚକିଆ ଯାନବାହନ ମଧ୍ୟ ଅଛି ା

ଡିକେଡିଏ ଏବଂ ଓପିଲିପି ସଂସ୍ଥା ମାଧ୍ୟମରେ ବାସଗୃହ ସମେତ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ଓ ଗମନାଗମନର ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି। ନିୟମଗିରିରେ ସେମାନେ ଚାଷ କରୁଥିବା ସପୁରି, ହଳଦୀ, ଷ୍ଟ୍ରବେରି, ବିରି, ମାଣ୍ଡିଆ ଓ ଅଦା ଆଦି ଶସ୍ୟ ବେଶ୍‌ ପ୍ରସିଦ୍ଧ। ଖାମ୍ବେସି ଗାଁକୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ପ୍ରଦାନ କରାଯାଇଛି ା ଉକ୍ତ ଭ୍ୟାନ୍‌କୁ ଗ୍ରାମର ଜଣେ ଯୁବକ ପରିଚାଳନା କରୁଛନ୍ତି ା ସେ ଗ୍ରାମ ଓ ଏହାର ଆଖାପାଖ ଗାଁରେ ଉପତ୍ାଦନ ହେଉଥିବା ସପୁରି, ହଳଦୀ, ଅଦା, ବିରି, ମାଣ୍ଡିଆ ଆଦିକୁ ନେଇ ବିଭିନ୍ନ ସ୍ଥାନରେ ବିକ୍ରିବଟା ପାଇଁ ବ୍ୟବସ୍ଥା କରୁଛନ୍ତି ା ବିଷମକଟକ ବ୍ଲକ ଅନ୍ତର୍ଗତ ନିୟମଗିରିରେ ବସବାସ କରୁଥିବା ୧୩୯୮ ପରିବାରକୁ ପିଏମ୍‌-ଜନମନ ଯୋଜନାରେ ଓପିଲିପି ସହଯୋଗରେ ପକ୍କା ଘର ମିଳିପାରିଛି ବୋଲି ଅଞ୍ଚଳବାସୀ କହିଛନ୍ତି ା କେବଳ ଖାମ୍ବେସି ଗ୍ରାମର ୧୪୦ ପରିବାରକୁ ପିଏମ୍‌-ଜନମନ ଯୋଜନାରେ ପକ୍କା ଘର ପାଇଁ ୨ଲକ୍ଷ ଟଙ୍କା ଆର୍ଥିକ ସହାୟତା ମିଳିଛି। ସେଥିମଧ୍ୟରୁ କିଛି ତା’ଠାରୁ ଅଧିକା ଖର୍ଚ୍ଚ କରି ବଡ଼ ଗୃହ ନିର୍ମାଣ କରୁଛନ୍ତି ା ଗ୍ରାମର ସୁରେଶ ୱାଡ଼ାକା କହନ୍ତି, ସମୟାନୁକ୍ରମେ ଆମେ ପରିବର୍ତ୍ତନ ହୋଇଛୁ ା ଶିକ୍ଷା, ସ୍ବାସ୍ଥ୍ୟଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ଆମ ଅଞ୍ଚଳରେ ବିକାଶ ଘଟିଛି । ଅଞ୍ଚଳରେ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଯୁବତୀ ଯୁବକ ଗ୍ରାଜୁଏଟ୍‌ କରି ପୋଷ୍ଟ ଗ୍ରାଜୁଏଟ୍‌ କରୁଛନ୍ତି ା
ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଯୁବକ ମୁକ୍ତେଶ୍ୱର ୱାଡ଼ାକା ଏବେ ଚନ୍ଦ୍ରପୁର ସରକାରୀ ଜୁନିୟର କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରିବା ସହ ସେଠାକାର ପ୍ରିନ୍ସିପାଲ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି ା ପ୍ରତ୍ୟେକଙ୍କ ଘରେ ଆଣ୍ଡ୍ରଏଡ୍‌ ମୋବାଇଲ ଥିବାବେଳେ ସମସ୍ତେ ମୋବାଇଲ ବ୍ୟବହାର ଶିଖିପାରିଛନ୍ତି। କୁର୍ଲି ପଞ୍ଚାୟତରେ ପ୍ରାୟ ୧୧ଟି ପ୍ରାଥମିକ ବିଦ୍ୟାଳୟ ରହିଛି ା ଫଳରେ ୫ମ ପରେ ପିଲା ବାହାରକୁ ପାଠ ପଢ଼ିବାକୁ ଯାଉଛନ୍ତି ା
ଅଞ୍ଚଳରେ ହାଇସ୍କୁଲ ନ ଥିବାରୁ ଅଧିକାଂଶ ପିଲା ଅଧାରୁ ପାଠପଢ଼ା ଛାଡୁଛନ୍ତି। ଯଦି ନିୟମଗିରି ଅଞ୍ଚଳରେ ହାଇସ୍କୁଲ ଓ କଲେଜ ବ୍ୟବସ୍ଥା କରାଯାଏ ତେବେ ଅଞ୍ଚଳର ଅଧିକାଂଶ ପିଲା ଉଚ୍ଚଶିକ୍ଷା ଗ୍ରହଣ କରିପାରିବେ ବୋଲି ସୁରେଶ କହିଛନ୍ତି ା

ସେହିଭଳି ଅଞ୍ଚଳରେ ୨୧ଟି ଅଙ୍ଗନଓ୍ବାଡି ଗୃହ ସମେତ ୧୨ ଗାଁରେ ରହିଛି ଶିଶୁଗୃହ ା ଏହି ଶିଶୁଗୃହରେ ୨ଜଣ ଲେଖାଏ ମହିଳାଙ୍କୁ ନିଯୁକ୍ତି ମିଳିଛି ା ସେଠାକାର ମହିଳାମାନେ କାମକୁ ଯିବା ସମୟରେ ନିଜ ୬ ମାସରୁ ୩ ବର୍ଷର ଛୁଆଙ୍କ ରକ୍ଷଣାବେକ୍ଷଣ ପାଇଁ ସେଠାରେ ଛାଡ଼ି ଯାଉଛନ୍ତି ା ସେଠାରେ ନିଯୁକ୍ତି ପାଇଥିବା ମହିଳା ୮୦୮୦ ଟଙ୍କା ମାସିକ ଦରମା ପାଇ ସ୍ବାବଲମ୍ବୀ ହୋଇପାରିଛନ୍ତି ା ସେହିପରି ଖାମ୍ବେସି ଗ୍ରାମ ସମେତ ଅନ୍ୟ ଗାଁରେ ରହିଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଅଟା, ହଳଦୀ ମିଲିଂ ମେଶିନ ସହିତ ଖଲି ତିଆରି ମେଶିନ ମଧ୍ୟ ସରକାରଙ୍କ ପକ୍ଷରୁ ମିଳିଥିବାରୁ ସେମାନେ ସ୍ବାବଲମ୍ବୀ ହୋଇପାରିଛନ୍ତି। ୨୦୧୭ରେ ଓପିଲିପି ସଂସ୍ଥା ଆସିବା ପରେ ଅଞ୍ଚଳର ପ୍ରକୃତ ବିକାଶ ହୋଇପାରିଛି ବୋଲି ଅଞ୍ଚଳବାସୀ କହିଛନ୍ତି ା ଓପିଲିପି ନେତୃତ୍ୱରେ ଯୁବକମାନଙ୍କୁ ମିସ୍ତ୍ରି, କପଡ଼ା ସିଲେଇ କରିବା, ଟେଣ୍ଟ ହାଉସ ବ୍ୟବସାୟରେ ସହଯୋଗ କରିବା ସହିତ ତାଲିମ ବ୍ୟବସ୍ଥା କରାଯାଉଛି ା

ଫଳରେ ବହୁ ଯୁବତୀଯୁବକ ସ୍ବାବଲମ୍ବୀ ହୋଇପାରିଛନ୍ତି ା ଯେଉଁ ଡଙ୍ଗରିଆ ଦିନେ ସପୁରି ଓ ହଳଦୀ ଚାଷ ପରେ ଦଲାଲ ହାତରେ କମ୍‌ ଦରରେ ଟେକି ଦେଉଥିଲେ, ଏବେ ସେମାନେ ମେଶିନ ସାହାଯ୍ୟରେ ହଳଦୀ ଗୁଣ୍ଡକରି କିଲୋ ପିଛା ୧୦୦ ଟଙ୍କାରେ ବିକ୍ରିକରି ଲାଭବାନ୍‌ ହେଉଥିବା କହିଛନ୍ତି ା ସେହିଭଳି ସପୁରିରୁ ବିଭିନ୍ନ ପ୍ରକାର ଦ୍ରବ୍ୟ ପ୍ରସ୍ତୁତି ପାଇଁ ଡିକେଡିଏ ଏବଂ ଓପିଲିପି ସହାୟତାରେ ଚାଟିକଣାଠାରେ ସପୁରି ପ୍ରକ୍ରିୟାକରଣ ପ୍ଲାଣ୍ଟ ରହିଛି ା ଡଙ୍ଗରିଆ କନ୍ଧ ସମ୍ପ୍ରଦାୟ ପୂର୍ବରୁ ନିଜ ହାତବୁଣା ନିଖୁଣ କଳାକୃତି ଶାଲ୍‌ ନିଜେ ପିନ୍ଧୁଥିଲେ। ହେଲେ ଏବେ ସେହି ଶାଲ୍‌ କପଡ଼ାଗୁନ୍ଦା ନାମରେ ସାରା ବିଶ୍ୱରେ ପରିଚିତ ା ଏଭଳି କି ଏହି ଶାଲ୍‌କୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମଧ୍ୟ ମିଳିପାରିଛି।
-ରିପୋର୍ଟ: ଆଶିଷ ରଞ୍ଜନ ପଣ୍ଡା, ରାୟଗଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri