ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଦ୍ୱାରା ଡୁଏଲ୍‌ ସିଷ୍ଟମ ଟ୍ରେନିଂ

ଭୁବନେଶ୍ୱର,୭।୯: ଆର୍ସଲର ମିତ୍ତଲ-ନିପ୍ପନ୍‌ ଷ୍ଟିଲ୍‌ ଇଣ୍ଡିଆ (ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ) ଏହାର ଦକ୍ଷତା ଉନ୍ନୟନ କାର୍ଯକ୍ରମ ଅଧୀନରେ ଏକ ସିଏସ୍‌ଆର୍‌ ପଦକ୍ଷେପକୁ ତ୍ୱରାନ୍ବିତ କରିବାକୁ ଯାଇ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ, କୋଇଡା ସହ ବୁଝାମଣାପତ୍ର ତଥା ଏମ୍‌ଓୟୁ ସ୍ବାକ୍ଷର କରିଛନ୍ତି। ଷ୍ଟୋନ୍‌ ପ୍ରୋସେସିଂ ମେଶିନ ଅପରେଟରମାନଙ୍କ ପାଇଁ ଡୁଏଲ୍‌ ସିଷ୍ଟମ ତାଲିମ ଦେବା ପାଇଁ ଏହି ଏମ୍‌ଓୟୁ ସ୍ବାକ୍ଷର କରାଯାଇଛି। ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଏହି ପଦକ୍ଷେପ ମାଧ୍ୟମରେ ଭିତ୍ତିିଭୂମିର ନବୀକରଣ,ଛାତ୍ରୀଛାତ୍ର ଓ କର୍ମଚାରୀଙ୍କୁ ଶିଳ୍ପ ଏକ୍ସପୋଜର ସୁଯୋଗ ପ୍ରଦାନ, ଶିଳ୍ପ ପାଇଁ ଛାତ୍ରୀଛାତ୍ରଙ୍କୁ ପ୍ରସ୍ତୁତ କରିବା ପାଇଁ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ(ଆଇଟିଆଇ)ରେ ଶିଳ୍ପ ଆଧାରିତ ଆଡ୍‌-ଅନ୍‌ ପାଠ୍ୟକ୍ରମ ପ୍ରଦାନ ସହିତ ପ୍ରଶିକ୍ଷଣରେ ଗୁଣାମତ୍କ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ସିଏସ୍‌ଆର୍‌ ମୁଖ୍ୟ ବିକାଶ ୟାଦଭେନ୍ଦୁ କହିଛନ୍ତି, ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଏକ ଦାୟିତ୍ୱବାନ କର୍ପୋରେଟ ଏବଂ ସରକାରୀ ଆଇଟିଆଇ କୋଇଡା ସହ ଜଡ଼ିତ ହୋଇ ଆମେ ବହୁତ ଖୁସି। ସକ୍ରିୟ ସହଯୋଗ ମାଧ୍ୟମରେ ଆମେ ଏହି ଅଞ୍ଚଳରେ ଖଣି ଓ ଧାତୁ ଶିଳ୍ପ ପାଇଁ ଆବଶ୍ୟକ ମାନବ ଶକ୍ତି ସୃଷ୍ଟି କରିବାରେ ସାହାଯ୍ୟ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ସୁଧ ହାର କମାଇଲା ଏସ୍‌ବିଆଇ

ନୂଆଦିଲ୍ଲୀ,୮।୫: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ପକ୍ଷରୁ ଏହାର ବେଞ୍ଚମାର୍କ ସୁଧହାରକୁ ୧୫ ବେସିସ୍‌ ପଏଣ୍ଟ ହ୍ରାସ କରାଯାଇଛି। ଋଣ ଉପରେ ଏହି ସୁଧ...

୩.୬ ଲକ୍ଷ କୋଟିର ପ୍ରକଳ୍ପ ସମୀକ୍ଷା କଲେ ସୀତାରାମନ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୩.୬ ଲକ୍ଷ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପକୁ ବୁଧବାର ସମୀକ୍ଷା କରିଛନ୍ତି। ନ୍ୟାଶନାଲ ଇନଫ୍ରାଷ୍ଟକଚର ପାଇପ ଲାଇନ(ଏନ୍‌ ଆଇପି) ଅଧିନରେ...

ଏନ୍‌ଇଇଟି (ୟୁଜି)ରେ ଆକାଶ ବାଇଜୁସର ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର,୨୭।୬: ଦେଶର ପ୍ରମୁଖ ଘରୋଇ କୋଚିଂ ସେଣ୍ଟର ତଥା ଟେଷ୍ଟ ପ୍ରସ୍ତୁତି କ୍ଷେତ୍ରରେ ଜାତୀୟ ସ୍ତରର ଅଗ୍ରଣୀ ଅନୁଷ୍ଠାନ ଆକାଶ ବାଇଜୁସ ଚଳିତ ବର୍ଷର ନ୍ୟାଶନାଲ...

‘ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ଆସିବା ଆବଶ୍ୟକ’

ଭୁବନେଶ୍ୱର,୩।୧୧: ପୂର୍ବତଟ ରେଳପଥ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ବୁଧବାର ସ୍ଥାନୀୟ ରେଳ ସଦନଠାରେ ଏକ କର୍ମଶାଳା ‘ବିକଶିତ ରାଷ୍ଟ୍ର...

ହୋଣ୍ଡାର ନୂଆ ବିଏସ୍‌-୬ ଟୁହ୍ବିଲର୍ସ ଏସ୍‌ପି ୧୨୫

ଭୁବନେଶ୍ୱର,୧୫-୧୧: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ନୂଆ ବିଏସ୍‌ -୬ ମୋଟର ସାଇକେଲ ଏସ୍‌ପି ୧୨୫ ବଜାରକୁ ଆସିଛି। ଏହାକୁ...

ଦର ବୃଦ୍ଧି ରୋକିବାକୁ ସରକାରଙ୍କ ପ୍ରୟାସ

ନୂଆଦିଲ୍ଲୀ,୨୬।୫: ସରକାରଙ୍କ ପକ୍ଷରୁ ଚିନି ରପ୍ତାନିର ସର୍ବାଧିକ ସୀମା ନିର୍ଦ୍ଧାରଣ ସମ୍ପର୍କିତ ନିଷ୍ପତ୍ତି ଠିକ୍‌ ସମୟରେ ନିଆଯାଇଥିବା ବୁଧବାର କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ...

ଗୁଣାତ୍ମକ ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱାରୋପ

ଭୁବନେଶ୍ୱର,୧୭।୪: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡିଶା ୟୁନିଟ...

୧୧ ବର୍ଷରେ ୧.୮୫ ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ ଠକେଇ

ନୂଆଦିଲ୍ଲୀ,୧୦-୭: ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ଠକେଇ ଦିନକୁ ଦିନ ବଢୁଥିବା ଦେଖାଯାଇଛି। ଗତ ୧୧ ବର୍ଷ ମଧ୍ୟରେ ବ୍ୟାଙ୍କଗୁଡିକରେ ୪୪,୦୧୬ ଠକେଇ ମାମଲା ସାମ୍ନାକୁ ଆସିଛି।...

Advertisement
Archives

Model This Week