Posted inଖେଳ

ଏହି କାରଣ ଯୋଗୁ ଶତକ ପରେ ଶତକ ମାରିଚାଲିଛନ୍ତି ଶୁବମନ ଗିଲ

ରାୟପୁର,୨୫।୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜର ଶେଷ ମ୍ୟାଚରେ ଶୁବମନ ଗିଲ ୧୧୨ ରନର ଚମତ୍କାର ଇନିଂସ ଖେଳିଥିଲେ। ସେ ଅଧିନାୟକ ରୋହିତ ଶର୍ମାଙ୍କ ସହ ୨୧୨ ରନ ଓପନିଂ ଭାଗିଦାରୀ କରିଥିଲେ। ଗତ ଚାରିଟି ଦିନିକିଆରେ ଏହା ଗିଲଙ୍କ ତୃତୀୟ ଶତକ ଥିଲା। ଏହାପୂର୍ବରୁ ସେ ଶ୍ରୀଲଙ୍କା ବିପକ୍ଷରେ ଏକ ଶତକ ହାସଲ କରି ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ପ୍ରଥମ ମ୍ୟାଚରେ ୨୦୮ ରନ ସ୍କୋର କରିଥିଲେ।
ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଶେଷ ମ୍ୟାଚ ପରେ ଭାରତୀୟ କୋଚ ରାହୁଲ ଦ୍ରାବିଡ ଶୁଭମନଙ୍କ ସାକ୍ଷାତକାର ନେଇଥିଲେ। ଦ୍ରାବିଡ ଗିଲଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଜବରଦସ୍ତ ଫର୍ମର ମଜାଳିଆ କାରଣ ମଧ୍ୟ କହିଥିଲେ। ଦ୍ରାବିଡ କହିଛନ୍ତି, ପୂର୍ବରୁ ଶୁବମନ ଭଲ ବ୍ୟାଟିଂ କରୁଥିଲେ କିନ୍ତୁ ଅର୍ଦ୍ଧଶତକ ସ୍କୋର କରିବା ପରେ ଆଉଟ୍‌ ହୋଇଯାଉଥିଲେ। ତାଙ୍କ ପିତା ତାଙ୍କୁ ପଚାରିଥିଲେ ଯେ, ତୁ ଏମିତି ଶସ୍ତାରେ ଆଉଟ୍‌ ହେବୁ ନା କେବେ ଶତକ ହାସଲ କରିବୁ। ଗିଲ୍‌କୁ ଏହି ଗୋଟିଏ କଥା ବାଧିଥିଲା। ଗତ ଏକ ମାସ ମଧ୍ୟରେ ତୁମେ ଯାହା କରିଛ, ତୁମେ ପ୍ରକୃତରେ ରନ ବର୍ଷା କରିଛ। ତୁମ ବାପା ତୁମ ପାଇଁ ଗର୍ବିତ ହେବେ ବୋଲି ଦ୍ରାବିଡ କହିଛନ୍ତି।
ଗିଲ କହିଛନ୍ତି,ମୁଁ ଭାବୁନାହିଁ ଯେ ମୋ ବାପା ମୋର ଶତକରେ ବହୁତ ଖୁସି ହେବେ। ସେ ଚାହାଁନ୍ତି ଯେ ମୁଁ ଏକ ଶତକ ସ୍କୋର କରିବା ପରେ ଭଲ ବ୍ୟାଟିଂ କରେ ଏବଂ ଦିନିକିଆରେ ମୋର ଦ୍ୱିତୀୟ ଦ୍ୱିଶତକ ହାସଲ କରିବାକୁ ଚେଷ୍ଟା କରେ।
ଗିଲ କୋଚ ଦ୍ରାବିଡଙ୍କୁ ପଚାରିଥିଲେ ଯେ, ତୁମେ ମୋତେ ଗତ ୫-୬ ବର୍ଷ ମଧ୍ୟରେ ଦେଖିଛ, ମୋ ଭିତରେ କ’ଣ ପରିବର୍ତ୍ତନ ହୋଇଛି? ଏହା ଉପରେ ଦ୍ରାବିଡ କହିଛନ୍ତି ଯେ, ରନ ସ୍କୋର କରିବାକୁ ତୁମର ସର୍ବଦା କ୍ଷୁଧା ଥିଲା, କିନ୍ତୁ ଗତ ୭-୮ ମାସ ମଧ୍ୟରେ, ତୁମର ଫିଲ୍ଡିଂ ସହିତ ସବୁଠାରୁ ବଡ ପରିବର୍ତ୍ତନ ଆସିଛି। ଏହା ତୁମର ସବୁଠାରୁ ବଡ ପରିବର୍ତ୍ତନ।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

ହୋଇପାରେ ଭୟଙ୍କର ଯୁଦ୍ଧ! ଇରାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛି ଆମେରିକା

ନୂଆଦିଲ୍ଲୀ,୨୯।୩:  ଇରାନ ସହିତ ମାସେ ଧରି ଚାଲିଥିବା ସଂଘର୍ଷର କୌଣସି ଠୋସ୍ ଫଳାଫଳ ମିଳି ନଥିବା ଲକ୍ଷ୍ୟ କରି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନୂତନ ପ୍ରସ୍ତୁତି…

ଦୋକାନ-ରାଜପଥ ବନ୍ଦ, ବିବାହ ଉପରେ ପ୍ରତିବନ୍ଧକ… ଲାଗିଲା ‘ସ୍ମାର୍ଟ ଲକଡାଉନ’, କେମିତି ହେବ ଲାଗୁ ଜାଣନ୍ତୁ

ଇସଲାମାବାଦ,୨୯।୩: ଇରାନ ସହିତ ସଂଘର୍ଷ ପରେ, ଏକ ବିଶ୍ୱ ତୈଳ ସଙ୍କଟ ଦେଖାଦେଇଛି। ଏହି ତୈଳ ସଙ୍କଟ ଯୋଗୁ, ପାକିସ୍ତାନର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଛି।…

ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୯।୩: ଭାରତର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ପୁଣିଥରେ ତାଙ୍କ ବ୍ୟାଟ ସହିତ ଧମାଲ କରିଛନ୍ତି। IPL 2026 ର ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…

ପଶ୍ଚିମବଙ୍ଗରେ ଗର୍ଜିଲେ ଦିଦି, ଭାଜପାକୁ ଟାର୍ଗେଟ କରି କହିଲେ ନନଭେଜ୍…..

ନୂଆଦିଲ୍ଲୀ,୨୯।୩:  ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ତ ରାଜନୈତିକ ଦଳ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଶାସକ ତୃଣମୂଳ କଂଗ୍ରେସ (TMC) ପକ୍ଷରୁ ମୁଖ୍ୟମନ୍ତ୍ରୀ…

ମା’ ବଡ଼ରାଉଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଝାଲିଆଗୋଛାକୁ ହରାଇଲା ହରିଗଡ଼

ଭଞ୍ଜନଗର,୨୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ନୁଆପଲ୍ଲୀଠାରେ ରବିବାରଠାରୁ ଆରମ୍ଭ ହୋଇଛି ମା’ ବଡ଼ରାଉଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଉଦ୍‌ଘାଟନୀ ମ୍ୟାଚ୍‌ ଝାଲିଆଗୋଛା ଓ ହରିଗଡ଼ ମଧ୍ୟରେ…

ଯୁଦ୍ଧ ଭିତରେ ପାକିସ୍ତାନକୁ ଲାଗିଲା ଶକ୍ତ ଝଟକା!

ଇସଲାମାବାଦ,୨୯।୩: ପାକିସ୍ତାନ ସରକାର କ୍ରମାଗତ ପଞ୍ଚମ ଥର ପାଇଁ ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଗତ ୨୮ ଦିନ ମଧ୍ୟରେ ଘଟିଛି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri