ରାଜ୍ୟ ପରିବହନ ନିଗମର ଛାଟ: କାର୍ଯ୍ୟରେ ଅବହେଳା ଯୋଗୁ ୩ ଅଧିକାରୀଙ୍କ ଦରମା ବନ୍ଦ

ଜୟପୁର,୮।୧(ପବନ ପାଣିଗ୍ରାହୀ): ତିନି ଅଧିକାରୀଙ୍କୁ ରାଜ୍ୟ ପରିବହନ ନିଗମର ଛାଟ। କାର୍ଯ୍ୟରୁ ଅନ୍ତର ସହ ପୁନଃ କାର୍ଯ୍ୟରେ ଯୋଗ ଦେବା ଯାଏ ଦରମା ବନ୍ଦ ନେଇ ନିର୍ଦ୍ଦେଶ ରାଜ୍ୟ ପରିବହନ ନିଗମ ଏମଡି ନିର୍ଦ୍ଦେଶ ଦେଇଛନ୍ତି। ତିନି ଅଧିକାରୀ ହେଉଛନ୍ତି ଈଶ୍ୱର ମହାପାତ୍ର ଜିଲା ପରିଚାଳକ, ଜୟପୁର, କୋରାପୁଟ, ଜ୍ୟୋତି ପ୍ରକାଶ ବେହେରା, ଅତିରିକ୍ତ ପରିଚାଳକ ଜୟପୁର, କୋରାପୁଟ ଏବଂ ପ୍ରିତିଶ କୁମାର ନାୟକ, ଅତିରିକ୍ତ ପରିଚାଳକ ସୁନ୍ଦରଗଡ଼ର ବୋଲି ଜଣାପଡିଛି। ଏହି ତିନି ଅଧିକାରୀ ନିଜ କାର୍ଯ୍ୟରେ ଅବହେଳାର ଅଭିଯୋଗ ପାଇବା ପରେ ବିଭାଗୀୟ ତଦନ୍ତ ପରେ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ପରିବହନ ନିଗମ ଏମଡି।

Dharitri – The Largest & Most Trusted Odia Daily