ଛୁଆକୁ ଧରି ଚୁଲି ପାଖରେ ବସିଥିଲେ ମା’, ଅସାବଧାନତା ଯୋଗୁ ଚୁଲିରେ ପଡି ୨ ମାସର ଶିଶୁ ଗୁରୁତର

ଜଳେଶ୍ୱର,୧୪।୧ (ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଚାଲନ୍ତି ଗ୍ରାମରେ ନିଆଁରେ ପଡି ଦୁଇ ମାସର ଶିଶୁ ଗୁରୁତର। ସୂଚନା ଅନୁସାରେ ପ୍ରବଳ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଜଳେଶ୍ୱର ଥାନା ମହମ୍ମଦ ନଗର ପାଟଣା ପଞ୍ଚାୟତ ଚାଲନ୍ତି ଗ୍ରାମର ତାରନ ହେମ୍ବ୍ରମଙ୍କ ପରିବାରର ସଦସ୍ୟ ମଙ୍ଗଳବାର ସନ୍ଧ୍ୟା ସମୟରେ ବସି ଅଗଣାରେ ଥିବା ଚୁଲିରେ ନିଆଁ ଲଗାଇ ନିଆଁ ପାଖରେ ବସିଥିଲେ। ତାରନଙ୍କ ସ୍ତ୍ରୀ ମଧ୍ୟ ଛୁଆକୁ ଧରି ଚୁଲି ପାଖରେ ଥିବା ସମୟରେ, ମା’ର ଅସାବଧାନତା ପାଇଁ ପିଲାଟି ଚୁଲିରେ ପଡି ଯାଇଥିଲା। ତେବେ ତୁରନ୍ତ ଚୁଲି ଭିତରୁ ପିଲାକୁ ପରିବାର ଲୋକେ ଉଦ୍ଧାର କରି ବସ୍ତା ମେଡିକାଲକୁ ନେଇଥିଲେ। ପିଲାଟିର ଅର୍ଦ୍ଧାଧିକ ଅଂଶ ପୋଡି ଯାଇଥିବା ଜଣାପଡିଛି। ଗୁରୁତର ପିଲାକୁ ତୁରନ୍ତ ବସ୍ତା ମେଡିକାଲକୁ ଆଣିଥିବା ବେଳେ ଅଧିକ ଗୁରୁତର ହେବାରୁ ବାଲେଶ୍ୱର ମେଡିକାଲକୁ ପଠାଇ ଦିଆଯାଇଛି ।

Dharitri – The Largest & Most Trusted Odia Daily

Share
Tags: odisha